More Sports

ହରିକାଙ୍କୁ ମିଳିଳା ପ୍ରଥମ ପରାଜୟ

(ଓଡିଶା ସ୍ପୋର୍ଟସ): ଭାରତୀୟ ଗ୍ରାଣ୍ଡ୍ ମାଷ୍ଟର ଦ୍ରୋଣବଲ୍ଲୀ ହରିକାଙ୍କୁ ଫିଡେ ମହିଳା ଗ୍ରାଣ୍ଡ୍ ପ୍ରି ଚେସ୍ ଟୁର୍ଣ୍ଣାମେଣ୍ଟର ଷଷ୍ଠ ମୁକାବିଲାରେ ପୂର୍ବ ବିଶ୍ୱ ଚମ୍ପିଆନ ଏଲେକ୍ଜ୍ୟାନ୍ଦ୍ରା କୋସ୍ତେନିୟୁକଙ୍କଠାରୁ ପରାଜୟର ସାମ୍ନା କରିବାକୁ ପଡିଛି । ଏହାଦ୍ୱରା ସେ ତୃତୀୟ ସ୍ଥାନକୁ ଖସି ଯାଇଛନ୍ତି । ଭାରତୀ ଦ୍ୱିତୀୟ ସ୍ଥାନରେ ଥିବା ଖେଳାଳି ହରିକାଙ୍କୁ ଋଷର ଖେଳାଳି ୫୫ ଚାଲରେ ପରାସ୍ତ କରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ହରିକାଙ୍କର ଏହା ପ୍ରଥମ ପରାଜୟ ଅଟେ । ଏହା ପୂର୍ବରୁ ସେ ଦୁଇଟି ବିଜୟ ଏବଂ ତିନୋଟି ବାଜି ଡ୍ର ଖେଳିଛନ୍ତି । ବିଶ୍ୱର ନବମ ସ୍ଥାନରେ ଥିବା ହରିକାଙ୍କ ସପ୍ତମ ମୁକାବିଲା ଝାନୟାସା ଅବ୍ୱୁମଲ୍ଲୀକଙ୍କ ସହିତ ହେବ । ଋଷର ଏଲେକ୍ଜ୍ୟାନ୍ଦ୍ରା ଗୋରୟାଚିକିନା ଏବଂ ତାଙ୍କର ସାଥି ଏଲେନୋ କାଶଲିନସ୍କାୟା ଚାରଟି ଅଙ୍କ ନେଇ ଆଗୁଆ ରହିଛନ୍ତି ।

Related posts

ଏସୀୟ U20 ଆଥଲେଟିକ୍ସ ଚାମ୍ପିଅନସିପରେ ବ୍ରୋଞ୍ଜ ଜିତିବା ପରେ ଆଥଲେଟ୍ସ ଏମଡି ରେୟାନ ବାଶା ଏବଂ ଦୋଣ୍ଡପତି ଜୟରାମଙ୍କୁ ନଗଦ ପୁରସ୍କାର ପ୍ରଦାନ କରିଛନ୍ତି କ୍ରୀଡା ମନ୍ତ୍ରୀ

୧୦ରୁ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତା

Odisha Sports Bureau

ତାମିଲନାଡୁର ଗୁକେଶ ହେଲେ ବିଶ୍ୱର ଦ୍ୱିତୀୟ ଏବଂ ଭାରତର ସବୁଠାରୁ ଯୁବା ଗ୍ରାଣ୍ଡ୍ ମାଷ୍ଟର

Odisha Sports Bureau