Cricket

ବିଦେଶରେ ପାର୍ଟି କରୁଛନ୍ତି ରାହୁଲ

ଭାରତୀୟ କ୍ରିକେଟର କେଏଲ୍ ରାହୁଲଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ତାଙ୍କୁ ନେଇ ଏବେ ଚର୍ଚ୍ଚା। କିଛି ରିପୋର୍ଟରେ ଦାବି କରାଯାଇଛି ଯେ, ତାଙ୍କୁ ଲଣ୍ଡନ ସ୍ଥିତ ଏକ ଷ୍ଟ୍ରିପ୍ କ୍ଲବ୍ରେ ଦେଖିବାକୁ ମିଳିଥିଲା। ତେବେ ୟୁଜର୍ସମାନେ ତାଙ୍କୁ ସେତେବେଳେ ଟ୍ରୋଲ୍ କରିଥିଲେ, ଯେତେବେଳେ ତାଙ୍କ ପତ୍ନୀ ଆଥିୟା କନଫର୍ମ କରିଥିଲେ ଯେ, ଭିଡିଓରେ ରାହୁଲ ହିଁ ଥିଲେ। ତେବେ ରିପୋର୍ଟ ଓ ଟ୍ରୋଲ୍କୁ ଆଥିୟା ଖଣ୍ଡନ କରିଛନ୍ତି।
କେଏଲ୍ ରାହୁଲ ଏବେ ଇଂଲଣ୍ଡରେ ଅଛନ୍ତି। କିଛି ସପ୍ତାହ ପୂର୍ବେ ଆଇପିଏଲ୍ ୨୦୨୩ ମ୍ୟାଚ୍ରେ ରାହୁଲ ଫିଲ୍ଡିଂ ବେଳେ ତାଙ୍କ ମାଂସପେଶୀରେ ଆଘାତ ଲାଗିଥିଲା। ଏହାପରେ ସର୍ଜରୀ ପାଇଁ ସେ ଲଣ୍ଡନ ଯାଇଥିଲେ। ସର୍ଜରୀ ସଫଳତାର ସହ ହୋଇଥିବା ନେଇ ରାହୁଲ ନିଜେ ଇନଷ୍ଟାଗ୍ରାମରେ ଫଟୋ ଶେୟାର କରି ସୂଚନା ଦେଇଥିଲେ।


ତେବେ ଷ୍ଟ୍ରିପ୍ କ୍ଲବ୍ରେ ରାହୁଲଙ୍କ ଭିଡିଓ ଭାଇରାଲ୍ ପରେ ୟୁଜର୍ସମାନେ ତାଙ୍କୁ ଟ୍ରୋଲ୍ କରିଛନ୍ତି। ହେଲେ ସ୍ୱାମୀଙ୍କ ସପକ୍ଷରେ ବାହାରିଛନ୍ତି ପତ୍ନୀ ଆଥିୟା। ଇନଷ୍ଟାଗ୍ରାମରେ ଏକ ବୟାନ ଜାରି କରି ସେ କହିଛନ୍ତି, ‘ମୁଁ ସବୁବେଳେ ଚୁପ୍ ରହିବା ପାଇଁ ପସନ୍ଦ କରେ ଓ କିଛି ପ୍ରତିକ୍ରିୟା ରଖେ ନାହିଁ। ହେଲେ ବେଳେବେଳେ ଏହା ଗୁରୁତ୍ୱପୂର୍ଣ୍ଣ ଯେ, ନିଜ ପାଇଁ ନିଜେ ଛିଡ଼ା ହେବା। ରାହୁଲ, ମୁଁ ଓ ଆମ ସାଙ୍ଗମାନେ ଆମର ରେଗୁଲାର ସ୍ଥାନକୁ ଯାଇଥାଉ। ତେଣୁ ଏସବୁ ଘଟଣା ସମ୍ପର୍କରେ ଆଲୋଚନା କରିବା ବନ୍ଦ କରନ୍ତୁ ଓ କିଛି ଜିନିଷ ଶେୟାର କରିବା ପୂର୍ବରୁ ଏହାର ସତ୍ୟତା ଯାଞ୍ଚ କରନ୍ତୁ।

Related posts

ଟିମ ଇଣ୍ଡିଆର ପ୍ରତ୍ୟାବର୍ତ୍ତନ ପାଇଁ ବାର୍ବାଡୋସରେ ପହଞ୍ଚିଛି ଏକ ସ୍ୱତନ୍ତ୍ର ବିମାନ

Odisha Sports Bureau

ଘରୋଇ ପ୍ରତିଯୋଗିତା ଗୁଡ଼ିକର ପୁରସ୍କାର ରାଶି ବୃଦ୍ଧି କଲା ବିସିସିଆଇ

Odisha Sports Bureau

ପ୍ରଥମ ଟିମ ଭାବେ ପ୍ଲେଅପରେ ଚେନ୍ନାଇ

Odisha Sports Bureau