Cricket

ପ୍ରଥମ ଟେଷ୍ଟ ଭଳି ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ବି ବାହାରେ ବସିବେ ରୋହିତ

ନୂଆଦିଲ୍ଲୀ : ଅସୁସ୍ଥ ଅଛନ୍ତି ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା । ଦିନିକିଆ ମ୍ୟାଚ୍ ବେଳେ ଆହତ ହୋଇଥିବା ରୋହିତ ଶର୍ମା ଏଯାଏ ଫିଟ ହୋଇ ନାହାନ୍ତି। ସେଥିଲାଗି ଏଥିପାଇଁ ତାଙ୍କୁ ପ୍ରଥମ ଟେଷ୍ଟ ଭଳି ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ମଧ୍ୟ ବାହାରେ ବସିବାକୁ ପଡ଼ିବ ରୋହିତ ଶର୍ମାଙ୍କୁ। ତାଙ୍କ ସହ ଦ୍ରୁତ ବୋଲର ନବଦୀପ ସୈନି ମଧ୍ୟ ଆହତ ସମସ୍ୟା ଯୋଗୁ ଦ୍ୱିତୀୟ ଟେଷ୍ଟରୁ ବାଦ ପଡ଼ିଛନ୍ତି । ଆଜି ବିସିସିଆଇ ବିଧିବଦ୍ଧ ଏ ସମ୍ପର୍କରେ ଘୋଷଣା କରିଛି ।ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଦିନିକିଆ ବେଳେ ଆହତ ହୋଇଥିବା ରୋହିତ ଏଯାଏ ଫିଟ ହୋଇନାହାନ୍ତି। ସେ ଏବେ ବିସିସିଆଇ ମେଡିକାଲ ଟିମ୍ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରହିଛନ୍ତି। ମେଡିକାଲ ଟିମର କହିବା କଥା ଯେ ରୋହିତ ଶର୍ମାଙ୍କୁ ଠିକ ଭାବେ ବ୍ୟାଟିଂ ଓ ଫିଲ୍ଡିଂ ପାଇଁ ଆଉ କିଛି ସମୟ ଦରକାର। ସେ ରିହାବ ପ୍ରକ୍ରିୟାରେ ରହିଛନ୍ତି। ତେଣୁ ସେ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମଧ୍ୟ ଖେଳିବେ ନାହିଁ ବୋଲି ବିସିସିଆଇ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।

 

Related posts

8 ବର୍ଷ ପରେ ଦଳକୁ ଫେରିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା

Odisha Sports Bureau

ବର୍ଷାରେ ଧୋଇଗଲା ସ୍ୱପ୍ନ: ଚମ୍ପିଅନ୍ସ ଟ୍ରଫିରୁ ବିଦା ହେଲେ ପକିସ୍ତାନ ଏବଂ ବାଂଲାଦେଶ ଟିମ୍

Odisha Sports Bureau

ଅଶ୍ୱିନ ଏବଂ ଦ୍ରାବିଡଙ୍କୁ GOAT କହିଲେ ଜାଡେଜା

Odisha Sports Bureau