More Sports

ଏସିଆନ ଆଥଲେଟିକ୍ସ ଚାମ୍ପିଅନସିପର ମାସ୍କଟ ହେବେ ଭଗବାନ ହନୁମାନ

ନୂଆଦିଲ୍ଲୀ:  ଭାରତୀୟଙ୍କ ପାଇଁ ଗର୍ବର ବିଷୟ । ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକରେ ଆରମ୍ଭ ହେଉଥିବା ଏସିଆନ ଆଥଲେଟିକ୍ସ ଚାମ୍ପିଅନସିପ୍ ଟୁର୍ଣ୍ଣାମେଣ୍ଟରେ ଚଳିତ ସଂସ୍କରଣରେ ଆନୁଷ୍ଠାନିକ ମାସ୍କଟ ହେବେ ଭଗବାନ ହନୁମାନ ।

ଏସିଆନ ଆଥଲେଟିକ୍ସ ଚାମ୍ପିଅନସିପ ଆସୋସିଏସନ ନିଜର ୱେବସାଇଟରେ ଏହାର ଘୋଷଣା କରିଛି । ଆସୋସିଏସନ କହିଛି ଯେ, ଭଗବାନ ହନୁମାନ ପ୍ରଭୁ ରାମଙ୍କ ସେବାରେ ନିଜର ଗତି, ଶକ୍ତି, ସାହାସ ଏବଂ ବୁଦ୍ଧିର ଅସାଧାରଣ କ୍ଷମତାର ନିଦର୍ଶନ ଦେଇଥାନ୍ତି । ବଜରଙ୍ଗବଲିଙ୍କ ସବୁଠୁ ବଡ଼ କ୍ଷମତା ତାଙ୍କର ଦୃଢ଼ ନିଷ୍ଠା ଏବଂ ଭକ୍ତି ।

ଏସିଆନ ଆଥଲେଟିକ୍ସ ଚାମ୍ପିଅନସିପର ଏହା ହେଉଛି ୨୫ତମ ସଂସ୍କରଣ । ପ୍ରତିଯୋଗିତାରେ ତାରକା ସଟ୍ ପୁଟର ତେଜିନ୍ଦରପାଲ ସିଂ ତୁର ଏବଂ ଲଙ୍ଗ ଜମ୍ପର ଆଥଲେଟ୍ ଶ୍ରୀଶଙ୍କରଙ୍କ ନେତୃତ୍ୱାଧୀନ ଭାରତୀୟ ଆଥଲେଟ୍ ପ୍ରଭାବଶାଳୀ ପ୍ରଦର୍ଶନ କରିବେ ବୋଲି କରାଯାଉଛି ।

Related posts

ଆସନ୍ତାକାଲିଠୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ୨୮ ତମ ଏସିୟ ଟେବୁଲ ଟେନିସ ଟିମ ଚାମ୍ପିଆନସିପ ୨୦୨୫

Odisha Sports Bureau

ଆସାମ ବନ୍ୟା ସହାୟତା ପାଣ୍ଠିକୁ ଅଧା ଦରମା ଦାନ କଲେ ହୀମା

Odisha Sports Bureau

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ଵର୍ଣ ହାତେଇଲେ ପିଭି ସିନ୍ଧୁ

Odisha Sports Bureau