More Sports

ଏସିଆନ ଆଥଲେଟିକ୍ସ ଚାମ୍ପିଅନସିପର ମାସ୍କଟ ହେବେ ଭଗବାନ ହନୁମାନ

ନୂଆଦିଲ୍ଲୀ:  ଭାରତୀୟଙ୍କ ପାଇଁ ଗର୍ବର ବିଷୟ । ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକରେ ଆରମ୍ଭ ହେଉଥିବା ଏସିଆନ ଆଥଲେଟିକ୍ସ ଚାମ୍ପିଅନସିପ୍ ଟୁର୍ଣ୍ଣାମେଣ୍ଟରେ ଚଳିତ ସଂସ୍କରଣରେ ଆନୁଷ୍ଠାନିକ ମାସ୍କଟ ହେବେ ଭଗବାନ ହନୁମାନ ।

ଏସିଆନ ଆଥଲେଟିକ୍ସ ଚାମ୍ପିଅନସିପ ଆସୋସିଏସନ ନିଜର ୱେବସାଇଟରେ ଏହାର ଘୋଷଣା କରିଛି । ଆସୋସିଏସନ କହିଛି ଯେ, ଭଗବାନ ହନୁମାନ ପ୍ରଭୁ ରାମଙ୍କ ସେବାରେ ନିଜର ଗତି, ଶକ୍ତି, ସାହାସ ଏବଂ ବୁଦ୍ଧିର ଅସାଧାରଣ କ୍ଷମତାର ନିଦର୍ଶନ ଦେଇଥାନ୍ତି । ବଜରଙ୍ଗବଲିଙ୍କ ସବୁଠୁ ବଡ଼ କ୍ଷମତା ତାଙ୍କର ଦୃଢ଼ ନିଷ୍ଠା ଏବଂ ଭକ୍ତି ।

ଏସିଆନ ଆଥଲେଟିକ୍ସ ଚାମ୍ପିଅନସିପର ଏହା ହେଉଛି ୨୫ତମ ସଂସ୍କରଣ । ପ୍ରତିଯୋଗିତାରେ ତାରକା ସଟ୍ ପୁଟର ତେଜିନ୍ଦରପାଲ ସିଂ ତୁର ଏବଂ ଲଙ୍ଗ ଜମ୍ପର ଆଥଲେଟ୍ ଶ୍ରୀଶଙ୍କରଙ୍କ ନେତୃତ୍ୱାଧୀନ ଭାରତୀୟ ଆଥଲେଟ୍ ପ୍ରଭାବଶାଳୀ ପ୍ରଦର୍ଶନ କରିବେ ବୋଲି କରାଯାଉଛି ।

Related posts

ବିଶ୍ୱ ପାରା ଦୌଡ଼କୁଦରେ କିଟ୍ ଛାତ୍ର ପ୍ରବୀଣଙ୍କୁ ରୌପ୍ୟ

ଚାରଟି ରୈାପ୍ୟ ସହିତ ପାଞ୍ଚଗୋଟି ପଦକ ଜିତିଲା ଭାରତୀୟ

ଭାରତୀୟ ପୁରୁଷ ଚେସ ଦଳ କ୍ୱାର୍ଟର ଫାଇନାଲରେ

Odisha Sports Bureau