Cricket

୫ ୱିକେଟ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ହରାଇ ପ୍ରଥମ ବିଜୟ ପାଇଛି ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌

ହାଇଦ୍ରାବାଦ : ଚଳିତ ଆଇପିଏଲ୍‌ରେ ଋଷଭ ପନ୍ତଙ୍କ ନେତୃତ୍ବାଧୀନ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ଗୁରୁବାର ୫ ୱିକେଟ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ହରାଇ ପ୍ରଥମ ବିଜୟ ପାଇଛି। ୧୯୧ ରନ୍‌ର ବିଜୟ ଲକ୍ଷ୍ୟକୁ ଏହି ଦଳ ୨୩ ବଲ୍‌ ପୂର୍ବରୁ ୫ ୱିକେଟ୍‌ ହରାଇ ହାସଲ କରି ନେଇଥିଲା।  ନିକୋଲାସ ପୁରନ, ମିଚେଲ ମାର୍ଶ ଏବଂ ଶାର୍ଦ୍ଦୁଳ ଠାକୁର ଏଲଏସଜିର ବିଜୟର ସବୁଠାରୁ ବଡ଼ ନାୟକ । ପ୍ରକୃତରେ, ଲକ୍ଷ୍ନୌର ବିଜୟର ମୂଳଦୁଆ ଠାକୁର ପକାଇଥିଲେ । ଯିଏ ୪ଟି ୱିକେଟ ନେଇ ହାଇଦ୍ରାବାଦର ବ୍ୟାଟିଂ ଲାଇନ-ଅପ୍‌ର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ।

ଏହି ମ୍ୟାଚ୍ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିଲା। ଟସ୍ ଜିତିବା ପରେ ଲକ୍ଷ୍ନୌର ପ୍ରଥମେ ବୋଲିଂ ନିଷ୍ପତ୍ତି ସଠିକ୍ ପ୍ରମାଣିତ ହେଲା। ପ୍ରଥମେ, SRH କୁ ୧୯୦ ରନରେ ସୀମିତ ରଖିଥିଲା ଏବଂ ତା’ପରେ ନିକୋଲାସ ପୁରନ ଏବଂ ମିଚେଲ ମାର୍ଶଙ୍କ ଦମଦାର ଇନିଂସ ଯୋଗୁଁ ହାଇଦ୍ରାବାଦକୁ ୫ ୱିକେଟରେ ପରାସ୍ତ କରିଛି ।

Hyderabad: Lucknow Super Giants’ Nicholas Pooran plays a shot during an Indian Premier League (IPL) 2025 T20 cricket match between Sunrisers Hyderabad and Lucknow Super Giants, at Rajiv Gandhi International Cricket Stadium, Uppal, in Hyderabad, Thursday, March 27, 2025. (PTI Photo) (PTI03_27_2025_000449A)

ପୂର୍ବରୁ ଗତ ମ୍ୟାଚ୍‌ରେ ୨୮୬/୬ କରିଥିବା ସନ୍‌ରାଇଜର୍ସ ହାଇଦ୍ରାବାଦ ଗୁରୁବାର ନିଜ ଘରୋଇ ପଡ଼ିଆରେ ଆରମ୍ଭରୁ ଝୁଣ୍ଟିଥିଲା। ଶାର୍ଦୁଳ ଠାକୁର (୪-୦-୩୪-୪)ଙ୍କ ଘାତକ ବୋଲିଂକୁ ସାମ୍ନା କରି ନପାରି ଏହି ଦଳ ୧୯୦/୯ରେ ଅଟିକି ଯାଇଥିଲା। ଆରମ୍ଭରୁ ୧୫ ରନ୍‌ରେ ୨ ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା ଘରୋଇ ଦଳ। ହେଲେ ଟ୍ରାଭିସ୍‌ ହେଡ୍‌, ଅନିକେତ ବର୍ମା, ନୀତୀଶ କୁମାର ରେଡ୍ଡୀ, ହେନରିକ୍‌ କ୍ଲାସେଁ ଓ ପ୍ୟାଟ୍‌ କମିନ୍ସ ଉପଯୋଗୀ ପାଳି ଖେଳିବାରୁ ଦଳ ୨୦୦ ରନ୍‌ର ନିକଟତର ହୋଇପାରିଥିଲା

Related posts

ଟି-୨୦ ସିରିଜ୍ ଭାରତ-ନ୍ୟୁଜିଲ୍ୟାଣ୍ଡ ମୁଁହାଁମୁହିଁ

Odisha Sports Bureau

ଅବସର ନେବେ ଟେନିସ ଖେଳାଳୀ ଲିଆଣ୍ଡର ପେସ୍

Odisha Sports Bureau

ଏହି ମାସରେ ବିବାହ ବନ୍ଧନରେ ବାନ୍ଧିହେବେ ସଚିନ ତେନ୍ଦୁଲକରଙ୍କ ପୁଅ

Odisha Sports Bureau