(ଓଡିଶା ସ୍ପୋର୍ଟ):ମହେନ୍ଦ୍ର ସିଂହ ଧୋନୀ ଭାରତୀୟ ସୀମିତ ଓଭରର ଟିମର ଅଧ ଅଧିନାୟକ । ମୋହାଲିରେ ଖେଳାଯାଇଥିବା ଚତୁର୍ଥ ଦିନିକିଆ ମ୍ୟାଚରେ ଭାରତର ପରାଜୟ ଉପରେ ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ଅଧିନାୟକ ବିଶନ ସିଂହ ବେଦୀ କହିଛନ୍ତି, ଧୋନୀଙ୍କ ଅନୁପସ୍ଥିତିରେ ବିରାଟ କୋହଲି ଅଷ୍ଟ୍ରେଲିଆ ବିରୋଧରେ ୪ର୍ଥ ଦିନିକିଆରେ ଅସହଜ ମନେ ହେଉଥିଲେ । ଧୋନୀଙ୍କୁ ଅନ୍ତିମ ୨ଟି ଦିନିକିଆ ପାଇଁ ବିଶ୍ରାମ ଦିଆଯାଇଛି । ଶୃଙ୍ଖଳା ଏବେ ୨-୨ ସ୍ତରରେ ଅଛି ।
ଆସନ୍ତା ବୁଧବାର ଦିଲ୍ଲୀର ଫିରୋଜଶାହ କୋଟଲା ଷ୍ଟାଡିୟମରେ ଭାରତ ଅଷ୍ଟ୍ରେଲିଆ ନିର୍ଣ୍ଣାୟକ ମ୍ୟାଚ ଖେଳାଯିବ ।
ବେଦୀ କହିଛନ୍ତି, ମୁଁ ମନ୍ତବ୍ୟ ଦେବାକୁ ଚାହୁଁ ନାହିଁ କିନ୍ତୁ ଆମେ ସମସ୍ତେ ଦୁଃଖପ୍ରକାଶ କରିଥିଲୁ, ଯେତେବେଳେ ଧୋନୀଙ୍କୁ ବିଶ୍ରାମ ଦିଆଯାଇଥିଲା । ପଂଜାବର ମୋହାଲି ଷ୍ଟାଡିୟମରେ ୱିକେଟ ପଛରେ ଧୋନୀ ନଥିବାରୁ ପଡ଼ିଆଟା ଖାଲି ଖାଲି ଲାଗୁଥିଲା । ଏହା ଭଲ ସଙ୍କେତ ନଥିଲା ।
୭୨ ବର୍ଷିଅ ବେଦୀ କହିଛନ୍ତି, ଭାରତୀୟ ଟିମକୁ ବିଶ୍ୱକପ ପୂର୍ବରୁ ଦିନିକିଆ ଟିମରେ ପ୍ରୟୋଗ କରିବା ନଥିଲା । ସେ କହିଛନ୍ତି, ମୁଁ ବ୍ୟକ୍ତିଗତ ଭାବରେ ଚାହୁଁଛି ଯେ, ବର୍ତ୍ତମାନ ତାଙ୍କୁ ଖେଳାଯିବା ଦରକାର । ବିଶ୍ୱକପ ଆହୁରି ଦେଢ଼ ମାସ ବାକି ଅଛି । କେବଳ ନିଜର ଖେଳ ଖେଳନ୍ତୁ । ବିଶ୍ୱକପ ପାଇଁ ଆମେ ଦେଢ଼ ବର୍ଷପୂର୍ବୁର ପ୍ରସ୍ତୁତି ଚଳାଇଛୁ । ବେଦୀ କହିଛନ୍ତି, ମାର୍ଚ୍ଚ ୨୩ରୁ ଆରମ୍ଭ ହେଉଥିବା ଆଇପିଏଲ ବିଶ୍ୱକପକୁ ପ୍ରଭାବିତ କରିପାରେ ।