Hockey

ସ୍ମାର୍ଟସିଟିରେ ଧକ୍ ଧକ୍ ଗର୍ଲ ମାଧୁରୀ

 ସ୍ମାର୍ଟସିଟିରେ ଧକ୍ ଧକ୍ ଗର୍ଲ ମାଧୁରୀ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଯାଉଥିବା ପୁରୁଷ ହକି ବିଶ୍ୱକପ୍‌ ପାଇଁ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ । ତେବେ ଆସନ୍ତାକାଲି ଉଦ୍‌ଘାଟନୀ ଉତ୍ସବରେ “ଦି ଆର୍ଥ ସଙ୍ଗ”ରେ ନୃତ୍ୟ ପରିବେଷଣ କରିବେ ମାଧୁରୀ ।

ସେଥିପାଇଁ ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି ମାଧୁରୀ । ମାଧୁରୀଙ୍କ ଡ୍ୟାନ୍ସ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢିବାରେ ଲାଗିଛି । ହକି ବିଶ୍ୱ କପର ଥିମ୍ ରହିଛି ଏକତ୍ରିତ ବିଶ୍ୱର ଶକ୍ତି । “ଦି ଆର୍ଥ ସଙ୍ଗ” ମାଧ୍ୟମରେ ଏହି ଥିମକୁ ପ୍ରଦର୍ଶନ କରାଯିବ । ମାଧୁରୀଙ୍କ ସହ ୧୧୦୦ କଳାକାର ନୃତ୍ୟ ପରିବେଷଣ କରିବେ ।

ପ୍ରାୟ ୪୦ ମିନିଟ ଧରି ହେବାକୁ ଥିବା ଏହି ନୃତ୍ୟ ପ୍ରଦର୍ଶନରେ ୫ଟି ଆକ୍ଟ ପ୍ରଦର୍ଶିତ ହେବ । ସାମକ ଡାଭରଙ୍କ କୋରିଅଗ୍ରାଫି ଏବଂ ରନଜିତ ବାରୋଟଙ୍କ ସଙ୍ଗିତରେ ନାଚିବେ ମାଧୁରୀ । ଏହାର ନିର୍ଦ୍ଦେଶନା ଦେଇଛନ୍ତି ନୁପୁର ମହାଜନ ।

ଏହାସହ କଳିଙ୍ଗ ଷ୍ଟାଡିୟମ୍ ଉଦଘାଟନୀ ମ୍ୟାଚ୍‌ରେ କଂଟେମ୍ପୋରାରି, କ୍ଲାସିକାଲ, ଜାଜ୍, ବାଲେଟ, ଆଫ୍ରୋ, ଶାସ୍ତ୍ରୀୟ, ଓଡିଶୀ, ମୋହିନିଆଟ୍ଟମ ଏବଂ କଥକ ପରବେଷଣ କରିବେ ମାଧୁରୀ ଦୀକ୍ଷିତ୍ ।

Related posts

୨୨ ଟି ନୂତନ ତାଲିମ କେନ୍ଦ୍ର ସହିତ ତୃଣମୂଳ ସ୍ତରର ହକି ବିକାଶକୁ ପ୍ରଶୟ ଦେଲା ଓଡ଼ିଶା 

Odisha Sports Bureau

୭୪ତମ ରାଜ୍ୟ ପୁଲିସ୍ ହକି ଚାମ୍ପିୟନଶିପ ଆରମ୍ଭ

Odisha Sports Bureau

ଛାଡପତ୍ର ଦେବେ ସାନିଆ ମିର୍ଜା!

Odisha Sports Bureau