Cricket

ଶୃଙ୍ଖଳା ଜିତିବା ନୁହେଁ, ବରଂ ନୂଆଁ ଖେଳାଳିଙ୍କୁ ସୁଯୋଗ ଦେବା: ମନ୍ଧାନା

(ଓଡିଶା ସ୍ପୋର୍ଟ): ଆଜି ଭାରତୀୟ ମହିଳା କ୍ରିକେଟ ଟିମ ତିନି ମ୍ୟାଚର ଟି-୨୦ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ଇଂଲଣ୍ଡକୁ ଭେଟିବ । ଟି-୨୦ ଅଧିନାୟିକା ସ୍ମୃତି ମନ୍ଧାନା କହିଛନ୍ତି, ଇଂଲଣ୍ଡ ବିରୋଧରେ ଶୃଙ୍ଖଳା ଜିତିବା ଆମର ଲକ୍ଷ୍ୟ । ଗୌହାଟୀସ୍ଥତ ବାରସପରା ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ(ବିସିସିଆଇ) ଏହି ଶୃଙ୍ଖଳା ପାଇଁ ଯୁବ ଖେଳାଳିଙ୍କୁ ଟିମରେ ସାମିଲ କରିଛନ୍ତି।

କେବଳ ଶୃଙ୍ଖଳା ଜିତିବା ଉପରେ ନୁହେଁ, ବରଂ ନୂଆଁ ଖେଳାଳିଙ୍କୁ ସୁଯୋଗ ଦେବା । ଆମର ମୂଳ ଲକ୍ଷ୍ୟ । ଯଦି ଏଥିରେ ଆମେ ସଫଳ ହୋଇଯାଉ ବିଶ୍ୱକପରେ ନୂଆଁ ଖେଳାଳିମାନଙ୍କୁ ସୁଯୋଗ ଦେବୁ ।

ହରମାନପ୍ରୀତ କୌରଙ୍କ ଆଘାତ ଯୋଗୁଁ ତାଙ୍କ ସ୍ଥାନରେ ମନ୍ଧାନାଙ୍କୁ ଟିମରେ ଅଧିନାୟିକା ଦାୟିତ୍ୱ ଦିିଆହୋଇଛି । ଭଲ ଫର୍ମରେ ଚାଲିଥିବା ମନ୍ଧାନା ଗତ ମାସରେ ଆଇସିସି ମହିଳା ରାଙ୍କିଙ୍ଗରେ ବିଶ୍ୱର ନମ୍ବର ୧ ଖେଳାଳି ଭାବରେ ପରିଚୟ ସୃଷ୍ଟି କରିପାରିଥିଲେ ।

Related posts

ଅଧିନାୟକ ରୋହିତ ଶର୍ମା କ୍ରିକେଟର ଶୁଭମନ ଗିଲଙ୍କୁ ପାଗଳ ବୋଲି କହିଛନ୍ତି

Odisha Sports Bureau

ରିଷଭଙ୍କ ଫ୍ୟାନକୁ ଝଟକା,WTC ପରେ ଏବେ ଏସିଆ କପ୍ ଓ ବିଶ୍ୱକପରୁ ବାଦ ପଡିଛନ୍ତି

Odisha Sports Bureau

ପ୍ରତିପକ୍ଷକୁ ତା’ରି ଭାଷାରେ ଉତ୍ତର ଦେବୁ: କୋହଲି

Odisha Sports Bureau