Tennis

ଅନ୍ତର୍ଜାତୀୟ ସଫ୍ଟ ଟେନିସ୍ ଟୁର୍ଣ୍ଣାମେଣ୍ଟରେ ଖେଳିବେ ମନ୍ମୟ ପଟ୍ଟନାୟକ

ବିଷମକଟକ / ରବୀନ୍ଦ୍ର କୁମାର ସାହୁ : ଆନ୍ତର୍ଜାତୀୟ ସଫ୍ଟ ଟେନିସ ଟୁର୍ଣ୍ଣାମେଣ୍ଟରେ ଖେଳିବେ ମନ୍ମୟ । ଥାଇଲାଣ୍ଡରେ ଆୟୋଜିତ ହୋଇଥିବା ଆନ୍ତର୍ଜାତୀୟ ସଫ୍ଟ ଟେନିସ୍ ଟୁର୍ଣ୍ଣାମେଣ୍ଟରେ ଖେଳିବେ ରାୟଗଡା ଜିଲ୍ଲା ବିଷମକଟକର ପୁଅ ମନ୍ମୟ ପଟ୍ଟନାୟକ । ସଫ୍ଟ ଟେନିସ୍ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବାକୁ ଓଡିଶାରୁ ମନୋନୀତ ହୋଇଥିବା ୩ ଜଣ ସବ୍ଜୁନିଅର ଖେଳାଳୀଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ମନ୍ମୟ। ଆସନ୍ତା ୨୬ ରୁ ୩୦ ତାରିଖ ପର୍ଯ୍ୟନ୍ତ ଥାଇଲାଣ୍ଡର ପାଟାୟାରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତୀୟ ସଫ୍ଟ ଟେନିସ୍ ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିବାକୁ ଜାତୀୟ ଟିମ୍ ରେ ସେ ସାମିଲ ହୋଇଛନ୍ତି । ସବ୍ଜୁନିଅର ବର୍ଗରେ ସେ ଅଂଶଗ୍ରହଣ କରିବେ । ଏ ନେଇ ଆମେଟ୍ୟୁର୍ ସଫ୍ଟ ଟେନିସ୍ ଫେଡେରେସନ ଅଫ୍ ଇଣ୍ଡିଆ ପକ୍ଷରୁ ଜାରି କରାଯାଇଥିବା ଚିଠିରେ ଉଲ୍ଲେଖ ରହିଛି । ଗତ ଡିସେମ୍ବର ମାସରେ ଅହମ୍ମଦାବାଦରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ସଫ୍ଟ ଟେନିସ୍ ପ୍ରତିଯୋଗିତାରେ ଓଡିଶାରୁ ଅଂଶ ଗ୍ରହଣ କରି ଚମତ୍କାର ଖେଳ ପ୍ରଦର୍ଶନ କରି ଚୟନ କମିଟିର ନଜରକୁ ଆସିଥିଲେ ମନ୍ମୟ । ବିଷମକଟକର ବାସିନ୍ଦା ତଥା ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଦିଲ୍ଲୀପ ପଟ୍ଟନାୟକଙ୍କ ବଡ ପୁଅ ହେଉଛନ୍ତି ମନ୍ମୟ ପଟ୍ଟନାୟକ । ସେ ପିଲା ଦିନରୁ ହିଁ ଖେଳ ପ୍ରତି ରୁଚି ରଖୁଥିଲେ । ସେ ଭୁବନେଶ୍ୱରସ୍ଥିତ ଶିବାନନ୍ଦ ସେଣ୍ଟିନାରୀ ବାଳକ ବିଦାଳୟରେ ପାଠ ପଢୁଥିବା ବେଳେ ଭଲ କ୍ରୀଡା ପ୍ରଦର୍ଶନ କରିବାରୁ ତାଙ୍କୁ ସ୍କୁଲର ୪୦ତମ ପ୍ରତିଷ୍ଠା ଦିବସରେ ସମ୍ବର୍ଦ୍ଧନା ଦିଆଯାଇଥିଲା । ଆନ୍ତର୍ଜାତୀୟ ଖେଳାଳି ରୂପେ ମନ୍ମୟ ଚୟନ ହୋଇଥିବା ଯୋଗୁଁ ଚାରିଆଡ଼ୁ ତାଙ୍କୁ ଏବେ ଶୁଭେଚ୍ଛାର ସୁଅ ଛୁଟୁଛି ।

Related posts

ବହୁ ଦିନର ବ୍ୟବଧାନ ପରେ ଓପନ ଟେନିସରେ ଖେଳିବେ ସାନିଆ

Odisha Sports Bureau

ଏକବର୍ଷ ପରେ ସିଙ୍ଗଲ୍ସ ମ୍ୟାଚ୍‌ରେ ଅବତୀର୍ଣ୍ଣ ହୋଇଥିବା ସ୍ପେନ୍ ଟେନିସ୍ ଖେଳାଳି ରାଫେଲ୍ ନାଦାଲ୍ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି

Odisha Sports Bureau

ବିଶ୍ୱ ଟିମ୍ ଟେନିସରେ ଖେଳିବେ ଭେନସ୍ ୱିଲିୟମ୍ସ

Odisha Sports Bureau