Tennis

ମାରିଆ ଶାରାପୋଭ: ୭୦୦ ଡଲାରରୁ ଏଭଳି ଛିଡା କରାଇଥିଲେ କରୋଡର ସାମ୍ରାଜ୍ୟ

(ଓଡିଶା ସ୍ପୋର୍ଟସ୍): ଋଷର ଟେନିସ୍ ଷ୍ଟାର ମାରିଆ ସାରାପୋଭା ନିଜର ପ୍ରସଂଶକଙ୍କୁ ୨୦୨୦ରେ ଦୁଇ ଦୁଇଟି ଝଟକ ଦେଇଛନ୍ତି । ପ୍ରଥମତଃ ସେ ଫେବୃଆରୀରେ ଟେନିସରୁ ସନ୍ୟାସ ଗ୍ରହଣ କରି ସମସ୍ତଙ୍କୁ ଚକିତ କରାଇଥିଲେ ଏବଂ ଏବେ କିଛିଦ ଦିନ ପୁର୍ବରୁ ନିଜର ନିର୍ମନ୍ଧର ଖବର ଶୁଣାଇ ନିଜ ପ୍ରଶଂସକଙ୍କ ହୃଦୟ ଭାଙ୍ଗିଦେଇଛନ୍ତି । ୩୩ ବର୍ଷିୟ ସାରାପେଭୋ ଟେନିସରୁ ଦୁୁର ହେବାପରେ ଏବେ ବ୍ରିଟିସ୍ ବ୍ୟବସାୟୀଙ୍କ ସହିତ ନୂତନ ସମ୍ପର୍କ ଆରମ୍ଭ କରି ସର୍ବସାଧାରଣଙ୍କ ସମ୍ମୁଖରେ ନିର୍ବନ୍ଧ କରିଛନ୍ତି । ଏବେ ଆସନ୍ତୁ ଜାଣିବା ସାରାପେଭୋଙ୍କ ସେହି ଜୀବନି ଉପରେ ଯେଉଁଥିରେ ସେ ଖେଳ, ସୁନ୍ଦରତା ଏବଂ ରୋଜଗାର କରିବାରେ ସାରା ଦୁନିଆରେ ନିଜର ଏକ ପରିଚୟ ସୃଷ୍ଟି କରିପାରିଛନ୍ତି ।

ମାରିଆ ସାରାପୋଭାଙ୍କ ୧୭ ବର୍ଷ ଟେନିସ୍ କ୍ୟାରିୟରରୁ ଏହି ବର୍ଷ ୩୨ ବର୍ଷ ବୟସରେ ବିଦାୟ ନେଇଛନ୍ତି, ସେ ଟେନିସରୁ ଦୁରେଇ ଗଲେ କିନ୍ତୁ ଏହା ପୁର୍ବରୁ ସେ ସମସ୍ତ ସଫଳତା ହାସଲ କରିନେଇଛନ୍ତି, ଯାହା ସମସ୍ତ ଖେଳାଳିଙ୍କ ସ୍ୱପ୍ନ ରହିଥାଏ ।

ସରାପୋଭା ଯେତେବେଳେ ୭ ବର୍ଷର ଥିଲେ, ସେ ତାଙ୍କ ପିତାଙ୍କ ସହିତ ଋଷରୁ ଆମେରିକା ମାତ୍ର ୭୦୦ ଡଲାର ଧରୀ ପହଁଞ୍ଚିଥିଲେ । ସେଠାରେ ସେ ଅନେକ ସମସ୍ୟାର ସାମ୍ନା କରି ଟେନିସ୍ ଖେଳ ସିଖିବା ଆରମ୍ଭ କରିଥିଲେ ଏବଂ ଏହାର ୧୦ ବର୍ଷ ପରେ ୧୭ ବର୍ଷ ବୟଷରେ ଦିଗଜ୍ଜ ଖେଳାଳୀ ସେରେନା ୱିଲିୟମସଙ୍କୁ ପରାସ୍ତ କରି ନିଜର ପ୍ରଥମ ଗ୍ରାଣ୍ଡ ସ୍ଲାମ୍ ଟାଇଟଲ୍ ଜିତିଥିଲେ । ସେ ୨୦୦୪ ମସିହାରେ ୱିମ୍ବଲଣ୍ଡନର ଟାଇଟଲ ଜିତିବା ସହ ୫ କୋଟି ଟଙ୍କା ନିଜର ପ୍ରଥମ ରୋଜଗାର କରିଥିଲେ । ଏହା ପରେ ଏହି ଟେନିସ୍ ଖେଳାଳି ଏହିଠାରେ ଅଟକି ଯାଇନଥିଲେ, ୩୨ ବର୍ଷ ବୟଷ ପର୍ଯ୍ୟନ୍ତ ଆଉ ୪ଟି ଗ୍ରାଣ୍ଡ ସ୍ଲାମ୍ ନିଜ ନାମରେ କରିଛନ୍ତି । ଶାରାପୋଭା ଟେନିସ୍ କୋର୍ଟରେ ଯେତିକି ଭଲ ପ୍ରଦର୍ଶନ କରୁଥିଲେ, ନିଜର ସୁନ୍ଦରତାରେ ମଧ୍ୟ କୌଣସି ଅଭିନେତ୍ରୀଙ୍କ ଠାରୁ କମ୍ ନଥିଲେ । ଏହି କାରଣ ଯୋଗୁ କୋର୍ଟ ଛଡା ଅଲଗା ଅଲଗା ବ୍ରାଣ୍ଡ ମଧ୍ୟ ତାଙ୍କ ସହିତ ସମ୍ପର୍କରେ ରହୁଥିଲେ ଏବଂ ଏହାଦ୍ୱରା ତାଙ୍କ ସେ କୋଟି- କୋଟି ଟଙ୍କାର ରୋଜଗାର ମଧ୍ୟ କରୁଥିଲେ ।

ଶାରାପୋଭାଙ୍କ ରୋଜଗାରର ଅନୁମାନ ଆପଣ ଏଇଥିରୁ ଲଗାଇପାରୁଥିବେ, ସେ ୧୧ ବର୍ଷ ପର୍ଯ୍ୟନ୍ତ ଦୁନିଆର ସବୁଠାରୁ ଅଧିକ ଦରମା ପାଉଥିବା ଖେଳାଳି ଥିଲେ । କେବଳ ଏତିକି ନୁହେଁ ରିଟାୟରମେଣ୍ଟ ସମୟରେ ମଧ୍ୟ ସେ ତୃତୀୟ ସବୁଠାରୁ ଅଧିକ ରୋଜଗାର କରୁଥିବା ମହିଳା ଟେନିସ୍ ଖେଳାଳି ଏବଂ ମୋଟାମୋଟି ଅଷ୍ଟମ ସବୁଠାରୁ ଅଧିକ ଦରମା ପାଉଥିବା ଟେନିସ୍ ଖେଳାଳି ଥିଲେ । ଏହା ମଧ୍ୟରୁ କେବଳ ୩୮.୮ ମିଲିୟନ ଡଲାର ହିଁ ତାଙ୍କ ଟେନିସ୍ ବିଜୟରୁ ହିଁ ଥିଲା ।

ତାଙ୍କର ଅଧିକତର ରୋଜଗାର ଅଲଗା-ଅଲଗା ବ୍ରାଣ୍ଡର ଆମ୍ବାସାଡରରୁ ହିଁ ଥିଲା, ସେ ନାଇକୀ, ସାମସଙ୍ଗ୍, ରେଞ୍ଜ ରୋବର୍ଡ, ପୋର୍ଶେ ପରି ଦୁନିଆର ସବୁଠାରୁ ବଡ ବ୍ରଣ୍ଡସ୍ ସହିତ କାମ କରିଥିଲେ, ଯେଉଁଥିରେ ସେ କୋଟି- କୋଟି ଟଙ୍କାର ରୋଜଗାର କରିଥିଲେ । ଫୋବର୍ସ ଅନୁସାରେ ଶାରାପୋଭା ୨୦୧୧-୧୨ ପର୍ଯ୍ୟନ୍ତ ପ୍ରାୟ ୨୭.୧ ମିଲିୟନ୍ ଡଲାର ରୋଜଗାର କରିଥିଲେ । ଏହା ମଧ୍ୟରୁ କେବଳ ୫ ମିଲିୟନ୍ ଡଲାର ତାଙ୍କ ଟେନିସ୍ ବିଜୟରୁ ହିଁ ମିଳିଥିଲା । ୨୦୧୦ରେ ସେ ନାଇକ ସହିତ ୮ବର୍ଷ ପାଇଁ କଣ୍ଟ୍ରାଟ୍ ସାଇନ କରିଥିଲେ, ଯେଉଁଥିରେ ସେ ୭୦ ମିଲିୟନ ଡଲାରର ରୋଜଗାର କରିଥିଲେ ।

Related posts

ଟେନିସରୁ ସନ୍ୟାସ ନେଲେ ଓଜନିଆକିଙ୍କ୍

Odisha Sports Bureau

ଫ୍ରେଞ୍ଚ ଓପନ୍: ସେମିଫାଇନାଲରେ ପହଞ୍ଚିଚିବାରେ ନାଦିଆ ପ୍ରଥମ ମହିଳା

Odisha Sports Bureau

ସୋଏବଙ୍କ ସହିତ ଛାଡପତ୍ର ନେଇ ମୁହଁ ଖୋଲିଲେ ସାନିଆ ମିର୍ଜା

Odisha Sports Bureau