Cricket

ସିରିଜରୁ ଓହରିଲେ ମାଥ୍ୟୁସ

କଲମ୍ବୋ(ଓଡିଶା ସ୍ପୋର୍ଟସ): ଅସନ୍ତା ୧୩ ତାରିଖରୁ ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଘରୋଇ ସିରିଜ । ଏହି ସିରିଜରେ ୩ଟି ଦିନିକିଆ ଏବଂ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ ଖେଳାଯିବ । ତେବେ ଏହି ସିରିଜରୁ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ତଥା ବରିଷ୍ଠ ଅଲରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସ ଓହରି ଯାଇଥିବା ଜଣାଯାଇଛି । ସିରିଜରୁ ନିଜ ନାମ ଫେରାଇ ଦେବାର କାରଣ ସେ ବ୍ୟକ୍ତିଗତ ସମସ୍ୟା ବୋଲି ଦର୍ଶାଇଛନ୍ତି । ଏଥିସହ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଉପରେ କ୍ଷୁବ୍ଧ ହୋଇ ମାଥ୍ୟୁସ ଆନ୍ତର୍ଜାତିକ କ୍ରିକେଟରୁ ଅବସର ଘୋଷଣା କରିପାରନ୍ତି ବୋଲି ମଧ୍ୟ ସୂଚନା ମିଳିଛି । ତେବେ ସେ ନିଜେ ଏ ନେଇ କୌଣସି ନିଷ୍ପତ୍ତି ଜଣାଇନାହାନ୍ତି । କିନ୍ତୁ ବର୍ତ୍ତମାନ ଭାରତ ବିପକ୍ଷ ସିରିଜରୁ ସେ ନିଜ ନାମ ଫେରାଇ ନେଇଛନ୍ତି ।
ସୂଚନା ଯୋଗ୍ୟ ଏହା ପୂର୍ବରୁ ଶ୍ରୀଲଙ୍କା ଦଳର ଅନ୍ୟ ୩ ଜଣ ବରିଷ୍ଠ ଖେଳାଳୀ ବାୟୋ ବବଲ ଭାଙ୍ଗିବା ଅଭିଯୋଗରେ ସିମୀତ ଓଭର ସିରିଜରୁ ବାଦ ପଡିଛନ୍ତି । ଏବେ ମାଥ୍ୟୁସ ଓହରିଯିବା ପରେ ଶ୍ରୀଲଙ୍କା ଦଳ ଏକ ଦୁର୍ବଳ ଟିମ ସହ ଭାରତକୁ ସାମନା କରିବ ।

Related posts

ଆଜି ଜୟପୁରରେ ଆଇପିଏଲ ଖେଳାଳିଙ୍କ ନିଲାମି

Odisha Sports Bureau

ବିଶ୍ୱକପ ପାଇଁ ଭାରତକୁ କାହିଁକି ଶ୍ରେୟସ୍ ଆୟରଙ୍କ ଭଳି ବିକଳ୍ପ ଖୋଜିବା ଉଚିତ?

Odisha Sports Bureau

ଅଧିନାୟକ ପଦରୁ ଇସ୍ତଫା ଦେଲେ ବାବର ଆଜମ

Odisha Sports Bureau