More Sports

ରେଡବୁଲର ୧୦୦ତମ ବିଜୟ ସହ କାନାଡ଼ିଆନ ଗ୍ରାଁ ପ୍ରି ଜିତିଲେ ମ୍ୟାକ୍ସ ଭର୍ସ୍ତାପେନ୍

ଓଟୱା: ମ୍ୟାକ୍ସ ଭର୍ସ୍ତାପେନ ରେଡ୍ବୁଲକୁ ୧୦୦ତମ ବିଜୟ ଦେଇଛନ୍ତି। ୨୫ ବର୍ଷୀୟ ଏହି ନେଦରଲାଣ୍ଡ୍ସ ଚାଳକ ରବିବାର ପୋଲ୍ ପୋଜିସନ୍ରେ ରହି କାନାଡିଆନ୍ ଗ୍ରାଁ ପ୍ରି ଜିତିଥିଲେ । ଭର୍ସ୍ତାପେନଙ୍କ ଏହା ଥିଲା ୪୧ତମ ବିଜୟ । ଆଷ୍ଟନ ମାର୍ଟିନର ଫର୍ଣ୍ଣାଣ୍ଡୋ ଆଲୋନ୍ସୋ ଦ୍ବିତୀୟ ଏବଂ ଇଂଲଣ୍ଡର ମର୍ସିଡିଜ୍ ଚାଳକ ୭ ଥରର ବିଶ୍ବ ବିଜେତା ଲୁଇସ ହାମିଲଟନ୍ ତୃତୀୟ ସ୍ଥାନରେ ରହି ପୋଡିୟମ ଫିନିସ କରିଥିଲେ। ଫେରାରିର ଦୁଇ ଜଣ ଚାଳକ ଚାର୍ଲସ ଲେକଲର୍କ ଓ କାର୍ଲୋସ ସୈଞ୍ଜ ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଥିଲେ। ଚଳିତ ଋତୁର ଫର୍ମୁଲା ୱାନ୍ର ପ୍ରତ୍ୟେକ ରେସ୍ରେ ରେଡ୍ବୁଲ ବିଜୟୀ ହୋଇଛି। ଏହି ଋତୁରେ ୨ ଥରର ବିଶ୍ବ ବିଜେତା ଭର୍ସ୍ତାପେନ୍ଙ୍କ ଏହା ଷଷ୍ଠ ଏବଂ ଲଗାତାର ଚତୁର୍ଥ ବିଜୟ।

Related posts

୨୦୦ ତମ ମ୍ୟାଚ ଖେଳିଲେ ହକି ଗୋଲକିପର ସବିତା

Odisha Sports Bureau

ଏସୀୟ ଏୟାରଗନ: ମୋଟ ୨୫ଟି ସ୍ୱର୍ଣ୍ଣ ପଦକ ହାସଲ କରି ଭାରତର ଅଭିଯାନ ଶେଷ

Odisha Sports Bureau

ବିଶ୍ୱ ଜିମ୍ନାନଷ୍ଟିକ୍ ଚମ୍ପିଆନସିପରେ ଭାରତର ଖରାପ ପ୍ରଦର୍ଶନ

Odisha Sports Bureau