Uncategorized

୧୯ତମ ଏସୀୟ କ୍ରୀଡ଼ା ପାଇଁ ମନୋନୀତ ହେଇଛନ୍ତି ଓଡ଼ିଶାର ସର୍ବାଧିକ ୧୩ ଜଣ କ୍ରୀଡ଼ାବିତ

ବ୍ୟୁରୋ: ଚୀନ୍ ରେ ହାଙ୍ଗଝୌ ସହରରେ ଏସିଆ ମହାଦେଶର ସର୍ବବୃହତ କ୍ରୀଡ଼ା ସମାରୋହର ୧୯ତମ ସଂସ୍କରଣ ଆୟୋଜନ ହେଉଛି। ୨୩ରୁ ଆରମ୍ଭ ହେଉଥିବା କ୍ରୀଡ଼ା ପ୍ରତିଯୋଗିତାରେ ଭାରତର ୬୫୫ ଖେଳାଳି ୪୦ଟି ଖେଳରେ ଅଂଶଗ୍ରହଣ କରୁଛନ୍ତି। ଗତ ଜାକର୍ତ୍ତା କ୍ରୀଡ଼ାରେ ୫୭୦ କ୍ରୀଡ଼ାବିତ୍ ୩୬ ଖେଳରେ ଭାଗନେଇ ୭୦ ପଦକ ହାସଲ କରିଥିଲାବେଳେ ଭାରତ ଅଷ୍ଟମ ସ୍ଥାନରେ ରହିଥିଲା। ଆଉ ଏହି ସଂସ୍କରଣ ଆମ ରାଜ୍ୟ ପାଇଁ ସ୍ମରଣୀୟ ଥିଲା। ଓଡିଶାର ଖେଳାଳୀ ଅନେକ ସମୟରେ ଦେଶର ନାଁ ଉଜ୍ଜ୍ୱଳ କରିଥିବା ବେଳେ ଏବେ ୧୯ତମ ଏସୀୟ କ୍ରୀଡ଼ା ପାଇଁ ମନୋନୀତ ହେଇଥିବା ଓଡ଼ିଶାର ସର୍ବାଧିକ ୧୩ ଜଣ ପ୍ରତ୍ୟେକ କ୍ରୀଡ଼ାବିତଙ୍କ ରାଜ୍ୟ ସରକାର ୧୦ ଲକ୍ଷ ଟଙ୍କା ଲେଖାଏ ପ୍ରୋତ୍ସାହନ ଯୋଗାଇ ଦେଇଛନ୍ତି।
୧୯୫୧ ମସିହାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ପ୍ରଥମ ଏସୀୟ କ୍ରୀଡ଼ାରେ ଓଡ଼ିଶାର ଦୁଇଜଣ ଖ୍ୟାତାନାମା କ୍ରୀଡ଼ାବିତ୍ ଫୁଟ୍ବଲ୍ ଖେଳାଳି ସେଖ ମଜିଦ ଏବଂ ଲମ୍ବ ଦୂର ଦୌଡ଼ାଳି ସେଖ ଗୁଲଜାର ଭାରତରୁ ପ୍ରତିନିଧିତ୍ବ କରିଥିଲେ। ସେଖ ମଜିଦ ବିଜେତା ଭାରତୀୟ ଫୁଟ୍ବଲ୍ ଦଳର ସଦସ୍ୟ ରହି ସ୍ବର୍ଣ୍ଣ ଜିତିଥିଲା ବେଳେ ସେଖ ଗୁଲଜାର ଦଶ ହଜାର ମିଟର ଦୌଡ଼ରେ ଭାଗନେଇ ଉତ୍ତମ ପ୍ରଦର୍ଶନ କରିଥିଲେ। ଫିଲିପାଇନ୍ସର ମାନିଲାରେ ଅନୁଷ୍ଠିତ ହୋଇଥିବା ପରବର୍ତ୍ତୀ ସଂସ୍କରଣରେ ସୁନାମଧନ୍ୟ ସ୍ପ୍ରିଣ୍ଟର ସୀତିକାନ୍ତ ଘୋଷ ଭାରତୀୟ ୪ ଗୁଣା୧୦୦ ମିଟର ରିଲେ ଦଳର ସଦସ୍ୟ ରହିଥିଲେ। ପରବର୍ତ୍ତୀ ୩୨ ବର୍ଷ ଧରି କୌଣସି ଓଡ଼ିଆ କ୍ରୀଡ଼ାବିତ୍ ଏସୀୟ କ୍ରୀଡ଼ାରେ ଭାଗ ନେଇନଥିଲେ। ପରେ ୧୯୮୬ ସିଓଲରେ ଓଡ଼ିଶାର ତାରକା ବ୍ୟାଡମିଣ୍ଟନ ଖେଳାଳି ସନତ ମିଶ୍ର ଦଳଗତ ବିଭାଗରେ ଲିରୟ ଡି’ସାଙ୍କୁ ସାଥୀ କରି ଯୁଗଳରେ କାଂସ୍ୟ ପଦକ ହାସଲ କରିଥିଲେ। ଏହି ଧାରାକୁ ବଜାୟ ରଖି ପରବର୍ତ୍ତୀ ୧୯୯୦ ବେଜିଂ କ୍ରୀଡ଼ାରେ ଓଡ଼ିଶାର ଧାବିକା ପ୍ରଣତି ମିଶ୍ର ୪ ଗୁଣା ୪୦୦ ମିଟର ରିଲେ ଦଳରେ ରହି ରୌପ୍ୟ ଜିତିଥିଲେ।

Related posts

ଏସିଆନ ପାରା ଗେମ୍ସରେ କମାଲ କରୁଛନ୍ତି ଭାରତୀୟ ଖେଳାଳୀ

Odisha Sports Bureau

ନୀତାଙ୍କୁ ସ୍ପୋର୍ଟ୍ସ ଲିଡର-ଅଫ୍‌-ଦି-ଇୟର ପୁରସ୍କାର

Odisha Sports Bureau

ଭାରତ ୨୦୩୬ ମସିହା ଅଲିମ୍ପିକ୍ସ କ୍ରୀଡ଼ାର ଆୟୋଜନ ପାଇଁ ଆବେଦନ କରିବ

Odisha Sports Bureau

Leave a Comment