archery

ବିଶ୍ୱ ତୀରନ୍ଦାଜ ଚାମ୍ପିଅନସିପରେ ଭାରତୀୟ ମହିଳା ଦଳକୁ ସ୍ୱଣ୍ଣ, ଶୁଭେଚ୍ଛା ଜଣାଇଲେ ମୋଦି

ବ୍ୟୁରୋ: ବିଶ୍ୱ ତୀରନ୍ଦାଜ ଚାମ୍ପିଅନସିପରେ ଇତିହାସ ରଚିଛନ୍ତି ଭାରତୀୟ ମହିଳା ଦଳ। ଜର୍ମାନୀର ବର୍ଲିନରେ ଅୟୋଜିତ ହୋଇଥିବା ବିଶ୍ୱ ତୀରନ୍ଦାଜ ଚାମ୍ପିଅନସିପରେ ମେସ୍କିକୋକୁ ଫାଇନାଲରେ ହରାଇ ମହିଳା ଦଳଗତ ଇଭେଣ୍ଟରେ ପ୍ରଥମ ଥର ବିଶ୍ୱ ତୀରନ୍ଦାଜ ଚାମ୍ପିୟନସିପରେ ସ୍ୱର୍ଣ୍ଣ ଜିତିଛନ୍ତି ।। ମେସ୍କିକୋକୁ ୨୩୫-୨୨୯ରେ ହରାଇ ସ୍ୱର୍ଣ୍ଣ ଜିତିଲେ ଭାରତାୟ ମହିଳା ଦଳ ।ଏହି ସଫଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ତୀରନ୍ଦାଜ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ।

ମୋଦି ଟ୍ଵିଟ୍ କରି ଲେଖିଛନ୍ତି, ଭାରତ ପାଇଁ ଏହା ଗୌରବାନ୍ଵିତ ହେବାର ସମୟ । ଆମ ଝିଅ ବର୍ଲିନରେ ଆୟୋଜିତ ହୋଇଥିବା ବିଶ୍ୱ ତୀରନ୍ଦାଜ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ସେମାନଙ୍କୁ ଶୁଭେଚ୍ଛା । ସେମାନଙ୍କ କଠିନ ପରିଶ୍ରମ ଏବଂ ସମର୍ପଣ ଯୋଗୁଁ ଏହି ପରିଣାମ ମିଳିଛି

ଶୁକ୍ରବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଇଟାଲିଆନ କୋଚ୍ (ସରଜିଓ ପେଗନୀ-ଦୁଇ ଥର ବିଶ୍ୱ ସ୍ୱର୍ଣ୍ଣ ପଦକ ବିଜେତା)ଙ୍କ ନେତୃତ୍ୱରେ ଭି. ଜ୍ୟୋତି ସୁରେଖା, ଆଦିତୀ ସ୍ୱାମୀ ଏବଂ ପରନୀତ କୌରଙ୍କୁ ନେଇ ଗଠିତ ଟିମ୍ ପଦକ ବିଜୟୀ ପ୍ରଦର୍ଶନ କରିଥିଲେ। ସମସ୍ତ ଚାରି ରାଉଣ୍ଡରେ ଭାରତୀୟ ଦଳ ଆଗରେ ରହି (୫୯-୫୭, ୫୯-୫୮, ୫୯-୫୭, ୫୮-୫୭) ଟାଇଟଲ ନିଶ୍ଚିତ କରିଥିଲେ । ବିଶ୍ୱ ଚାମ୍ପିଅନସିପରେ ଜ୍ୟୋତିରଙ୍କର ଏହା ୭ମ ପଦକ । ଏହା ପୂର୍ବରୁ ସେ ୪ଟି ରୌପ୍ୟ, ୨ଟି କାଂସ୍ୟ ଜିତିଛନ୍ତି ।

Related posts

କମାଲ କରି ଦେଖାଇଲେ ପାୟଲ

Odisha Sports Bureau

ଯୁବ ତୀରନ୍ଦାଜି ପ୍ରତିଯୋଗିତାରେ ଭାରତୀୟ ତୀରନ୍ଦାଜ ପ୍ରିୟାଂଶ ବିଶ୍ୱ ବିଜେତା

ମିକ୍ସଡ ଟିମରେ ଇଭେଣ୍ଟରେ ଜ୍ୟୋଜି ଭେନମ ଓ ଓଜାସ ଡିଓଟାଲେ ଜିତିଲେ ସ୍ୱର୍ଣ୍ଣ ପଦକ

Odisha Sports Bureau