Cricket

ଭାରତ-ପାକିସ୍ତାନ ମ୍ୟାଚ ବେଳେ ରିଜୱାନକୁ ଦେଖି ଜୟ ଶ୍ରୀ ରାମ ନାରା

ଦିନିକିଆ ବିଶ୍ୱକପ ୨୦୨୩ରେ ଭାରତ ପାକିସ୍ତାନକୁ ୭ ୱିକେଟରେ ହରାଇଛି । ଅହମଦାବାଦର ନରେନକ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଟିମ ଇଣ୍ଡିଆକୁ ଫ୍ୟାନ୍ସଙ୍କ ଜବରଦସ୍ତ ସପୋର୍ଟ ମିଳିଛି । ଏହି ମ୍ୟାଚରେ ଅନେକ ହାଇଲାଇଟ ମୋମେଣ୍ଟ ଦେଖିବାକୁ ମିଳିଛି । ଗତକାଲି ମ୍ୟାଚରେ ପାକିସ୍ତାନ ୱିକେଟ କିପର ବ୍ୟାଟସମ୍ୟାନ ମହମ୍ମଦ ରିଜୱାନଙ୍କୁ ଦେଖି ଫ୍ୟାନ୍ସ ଖୁବ ଚିଡାଇଛନ୍ତି । ଏହି ମ୍ୟାଚରେ ମହମ୍ମଦ ରିଜୱାନ ଆଉଟ ହୋଇ ଫେରୁଥିବା ବେଳେ ଭାରତ ଫ୍ୟାନ ନାରାବାକି କରିଛନ୍ତି । ଫ୍ୟାନ୍ସ ଏହି ସମୟରେ ଜୟ ଶ୍ରୀ ରାମ ନାରା ଲଗାଇଥିଲେ । ହେଲେ ମହମ୍ମଦ ରିଜଓ୍ଵାନ ଏଥିରେ କୌଣସି ପ୍ରତିକ୍ରିୟା ଦେଇଥିଲେ । ସେ ଚୁପ୍‌ଚାପ ଡ୍ରେସିଂ ରୁମକୁ ଚାଲିଯାଇଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

ଖବର ମୁତାବକ, ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଶତକୀୟ ଇନିଂସ ଖେଳିଥିଲେ ରିଜଓ୍ଵାନ। ଏହା ପରେ ଏକ ବିବାଦୀୟ ପୋଷ୍ଟ କରି ଟ୍ଵିଟ୍‌ କରିଥିଲେ । ସେ ଏହି ଟ୍ଵିଟରେ ଗାଜାକୁ ସପୋର୍ଟ କରିଥିଲେ । ଗାଜାକୁ ସପୋର୍ଟ କରି ଲେଖିଥିଲେ, ମୁଁ ଗାଜାରେ ଥିବା ଆମର ସମସ୍ତ ଭାଇ ଭଉଣୀଙ୍କ ବିଜୟ ଦେଖି ବହୁତ ଖୁସି । ଆମକୁ ସହଯୋଗ କରିଥିବା ଟିମ୍‌ ଏବଂ ବିଶେଷ ଭାବେ ଅବ୍ଦୁଲା ଶଫିକ ଏବଂ ହସନ ଅଲୀଙ୍କୁ ଶ୍ରେୟ ଯାଉଛି । ଅଦ୍ଭୁତ ଆତିଥ୍ୟ ଏବଂ ସମର୍ଥନ ପାଇଁ ହାଇଦ୍ରାବାଦ ଲୋକଙ୍କୁ ବହୁତ ବହୁତ ଧନ୍ୟବାଦ ।

Related posts

ସତ ହୋଇଛି ବ୍ରାଏନ ଲାରାଙ୍କ ପୂର୍ବାନୁମାପ

Odisha Sports Bureau

ଭାରତକୁ ୨୭୭ ଟାର୍ଗେଟ , ଟସ ଜିତି ବୋଲିଙ୍ଗ ନିସ୍ପତି ନେଇଥିଲା ଭାରତ

Odisha Sports Bureau

୮ ବର୍ଷ ଜେଲ ପରେ ସନ୍ଦୀପ ଲାମିଛାନେଙ୍କୁ ଦ୍ୱିତୀୟ ଝଟକା; ବର୍ତ୍ତମାନ ନେପାଳ କ୍ରିକେଟ୍ ନିଲମ୍ବିତ କରିଛି

Odisha Sports Bureau