Cricket

ସଚିନ ତେନ୍ଦୁଲକର, ବିରାଟ କୋହଲି, ରୋହିତ ଶର୍ମାଙ୍କ ସହ ସମକକ୍ଷ :ଧୋନି

(ଓଡିଶା ସ୍ପୋର୍ଟ): ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଗତକାଲି ଅଷ୍ଟ୍ରେଲିଆ ବିରୋଧରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ଅଷ୍ଟ୍ରେଲିଆ ମାଟିରେ ଏକହଜାର ରନ ପୂରଣ କରିଥିବା ଚତୁର୍ଥ ଭାରତୀୟ ବ୍ୟାଟସମ୍ୟାନ ହୋଇ ଯାଇଛନ୍ତି ।

କ୍ୟାପ୍ଟେନ କୁଲ ନାମରେ ପରିଚିତ ଧୋନୀ ୨୯ତମ ଓଭରରେ ଏହି ଉପଲବ୍ଧି ହାସଲ କରିଛନ୍ତି । ତାଙ୍କୁ ଏକ ହଜାର ରନ ପୂରଣ କରିବା ପାଇଁ ୩୪ ରନ ଆବଶ୍ୟକ ଥିଲା । ସେ ଏହାକୁ ୫୧ ବଲରେ ହାସଲ କରି ନେଇଥିଲେ ।

ଏହି ରେକର୍ଡ ସୃଷ୍ଟି କରିବା ପରେ ଧୋନୀ ମହାନ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକର, ବିରାଟ କୋହଲି, ରୋହିତ ଶର୍ମାଙ୍କ ସହ ସମକକ୍ଷ ହୋଇଛନ୍ତି । ଧୋନୀଙ୍କ ପୂର୍ବରୁ କେବଳ ଏହି ତିନିଜଣ ବ୍ୟାଟସମ୍ୟାନ ଏକହଜାର ରନର ବିରଳ ଉପଲବ୍ଧି ହାସଲ କରିଥିଲେ ।

ସୂଚନଯୋଗ୍ୟ କି, ଗତକାଲି ମେଲବର୍ଣ୍ଣରେ ଭାରତ ଏବଂ କଙ୍ଗାରୁ ମଧ୍ୟରେ ଖେଳା ଯାଇଥିବା ଶେଷ ତଥା ଅନ୍ତିମ ଦିନିକିଆରେ ଧୋନୀଙ୍କ ଦମ ବଳରେ ଦଳ ୭ ୱିକେଟରେ ବିଜୟ ହାସଲ କରିଥିଲା । ଏହାସହ ୭୦ ବର୍ଷ ପରେ କଙ୍ଗାରୁ ମାଟିରେ ସିରିଜ ମଧ୍ୟ କବଜା କରିଥିଲା ଭାରତ । ଏହାସହ ଧୋନୀ ମ୍ୟାନ ଅଫ ଦ ସିରିଜ ପୁରସ୍କାରରେ ପୁରସ୍କୃତ ହୋଇଥିଲେ ।

Related posts

ସିଂହ ସହିତ ସେଲଫି ନେଲେ ଶୁବମନ ଗିଲ

Odisha Sports Bureau

ମ୍ୟାଚ୍ ଫିକ୍ସିଂ ଅଭିଯୋଗରେ ଶୋଏବ ମଲିକଙ୍କ ବିପିଏଲ୍ ଚୁକ୍ତିନାମା ବାତିଲ

Odisha Sports Bureau

ବିଶ୍ୱକପ:ଅମ୍ପାୟାରଙ୍କ ଭୁଲ ପାଇଁ ହାରିଲା ଭାରତ