ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଧୋନଙ୍କ ବାମ ଆଣ୍ଠୁର ସଫଳ ଅସ୍ତ୍ରୋପଚାର ହୋଇଛି ।ଧୋନି ଚଳିତ ଥର ଆଇପିଏ ଜିତିବା ପରେ ଧୋ ନି ସୋମବାର ଅହମ୍ମଦାବାଦରୁ ସିଧା ମୁମ୍ବାଇରେ ପହଞ୍ଚିଥିଲେ । ସେ ବିସିସିଆଇ ମେଡିକାଲ ପ୍ୟାନେଲର ସଦସ୍ୟ ଥିବା ବିଶିଷ୍ଟ ସ୍ପୋର୍ଟସ୍ ଅର୍ଥୋପେଡିକ୍ ସର୍ଜନ ଡାକ୍ତର ଦିନଶା ପାର୍ଦିୱାଲାଙ୍କ ସହ ପରାମର୍ଶ କରିଥିଲେ । ଡାକ୍ତର ପାର୍ଦିୱାଲା ରିଷଭ ପନ୍ତଙ୍କ ସମେତ ଅନେକ ଭାରତୀୟ କ୍ରିକେଟରଙ୍କ ଅସ୍ତ୍ରୋପଚାର କରିଯାଇଛି । ଡାକ୍ତର ପାର୍ଦିୱାଲା ରିଷଭ ପନ୍ତଙ୍କ ସମେତ ଅନେକ ଭାରତୀୟ କ୍ରିକେଟରଙ୍କ ଅସ୍ତ୍ରୋପଚାର କରିଛନ୍ତି ।
ଧୋନି ତାଙ୍କ ବାମ ଆଣ୍ଠୁରେ ବ୍ୟାଣ୍ଡେଜ୍ ବାନ୍ଧି ପୁରା ଆଇପିଏଲ ସିଜନ୍ ଖେଳିଥିଲେ । ୱିକେଟ୍ କିପିଂ ବେଳେ ସେ ଠିକ୍ ଠାକ୍ ମନେ ହେଉଥିଲେ । ହେଲେ ଆଣ୍ଠୁ ସମସ୍ୟା ଯୋଗୁଁ ସେ ସାଧାରଣତଃ ୮ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସୁଥିଲେ । ଏହାଛଡ଼ା ୱିକେଟ୍ ମଧ୍ୟରେ ଦୌଡ଼ିବା ସମୟରେ ଅସହଜ ମନେ କରୁଥିବା ଦେଖା ଯାଇଥିଲା ।
ଆଇପିଏଲ୍ ଫାଇନାଲ୍ ପରେ ଧୋନି କହିଥିଲେ ଯେ ପରିସ୍ଥିତିକୁ ଦେଖିଲେ ମୋ ଅବସର ନେବା ପାଇଁ ଏହା ପ୍ରକୃଷ୍ଟ ସମୟ। ଅଲବିଦା କହିବା ମୋ ପାଇଁ ବହୁତ ସହଜ ହେବ, କିନ୍ତୁ ପରବର୍ତ୍ତୀ ୯ ମାସ ପାଇଁ କଠିନ ପରିଶ୍ରମ କରି ପୁଣି ଫେରିଆସି ଆଉ ଏକ ସିଜନ୍ ଖେଳିବା କଷ୍ଟକର ।
ସେ କହିଥିଲେ ‘ଯଦି ମୋର ଶରୀର ସାଥ୍ ଦିଏ, ମୁଁ ଖେଳିବି। ଚେନ୍ନାଇ ପ୍ରଶଂସକମାନେ ଯେପରି ମୋତେ ଭଲ ପାଇବା ଦେଇଛନ୍ତି, ଏହା ସେମାନଙ୍କ ପାଇଁ ମୋର ଉପହାର ହେବ ଯେ ମୁଁ ଆଉ ଗୋଟିଏ ସିଜନ୍ ଖେଳେ । ସେମାନେ ଯେଉଁଭଳି ସ୍ନେହ ଦେଇଛନ୍ତି ଓ ଉତ୍ସାହ ଦେଖାଇଛନ୍ତି, ମୁଁ ମଧ୍ୟ ସେମାନଙ୍କ ପାଇଁ କିଛି କରିବା ଉଚିତ ।’