Cricket

ପ୍ରଶଂସକଙ୍କ ସହ ଏଭଳି କାମ କଲେ ଧୋନି

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୪ର ୫୯ତମ ମ୍ୟାଚ୍ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିଲା | ଗୁଜୁରାଟ ଟାଇଟାନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଏହି ମ୍ୟାଚ୍ ଖେଳାଯାଇଥିବା ବେଳେ ଏହି ମ୍ୟାଚ୍‌ରେ ଶୁଭମନ ଗିଲଙ୍କ କମାଲ ଦେଖିବାକୁ ମିଳିଥିଲା, ଯାହା ଆଧାରରେ ଦଳ ଚେନ୍ନାଇ ସୁପର କିଙ୍ଗ୍ସକୁ ହରାଇଥିଲା | ୨ ଦଳ ‘କର ବା ମର’ ସ୍ଥିତିରେ ପହଞ୍ଚିଥିବା ବେଳେ କଡା ମୁକାବିଲା ଦେଖିବାକୁ ମିଳିଥିଲା | ଏ ମଧ୍ୟରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଜଣେ ପ୍ରଶଂସକ ଯାହା କରିଥିଲେ, ତାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା |

ସୂଚନା ମୁତାବକ, ଯେତେବେଳେ ମହେନ୍ଦ୍ର ସିଂ ଧୋନି ତୃତୀୟ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଥିଲେ, ସେହି ସମୟରେ ପଡ଼ିଆରେ ଉପସ୍ଥିତ ଥିବା ତାଙ୍କର ଜଣେ ବଡ ପ୍ରଶଂସକ ନିଜକୁ ନିୟନ୍ତ୍ରଣ କରିପାରିନଥିଲେ। ସେ ବ୍ୟାରିକେଡ଼ ଡେଇଁ ଧୋନିଙ୍କ ପାଖକୁ ଦୌଡ଼ି ଆସିଥିଲେ ଓ ତାଙ୍କ ପାଦ ଛୁଇଁ ତାଙ୍କୁ ଆଲିଙ୍ଗନ କରିଥିଲେ | ପ୍ରଥମେ ଧୋନି ଡରିଯାଇଥିଲେ ବି ପରେ ସେ ଯୁବକଙ୍କୁ ଧରି ତାଙ୍କ ସହ କଥା ହୋଇଥିଲେ | ଏହି ସମୟରେ ସୁରକ୍ଷାକର୍ମୀମାନେ ଆସି ଯୁବକଙ୍କୁ ପଡ଼ିଆରୁ ବାହାରକୁ ଆଣିଥିଲେ | ଏହାର ଭିଡିଓ ଏବେ ଭାଇରାଲ ହୋଇଥିବା ବେଳେ ଲୋକେ ଧୋନିଙ୍କ ଏଭଳି ବ୍ୟବହାରକୁ ପ୍ରଶଂସା କରିବା ଆରମ୍ଭ କରିଛନ୍ତି |

Related posts

ଫର୍ମରେ ଅଛନ୍ତି ଟିମ୍ ଇଣ୍ଡିଆର ଧ୍ରୁବ ଜୁରେଲ୍

Odisha Sports Bureau

ସୋନପୁର ପ୍ରିମିୟର ଲିଗ୍ (ଏସ୍‌ପିଏଲ୍)  ମ୍ୟାଚ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ସେପ୍ଟେମ୍ବର ୩୦ ରୁ ନଭେମ୍ବର ୨ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଥିବା ଆଇସିସି ମହିଳା କ୍ରିକେଟ ବିଶ୍ୱକପ୍ ୨୦୨୫ ପାଇଁ ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରିଛି ଆଇସିସି