ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ଥର ଆୟୋଜିତ ହୋଇଥିବା ମହିଳା ପ୍ରିମିୟର ଲିଗରେ ଚାମ୍ପିୟନ ହୋଇଛି । ପ୍ରଥମ ସଂସ୍କରଣର ପ୍ରଥମ ଟାଇଟଲ୍ ଜିତି ଇତିହାସ ରଚିଛି ମୁମ୍ବାଇ ଇଣ୍ଡିଆନ୍ସ । ଗତକାଲି ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୭ ୱିକେଟରେ ହରାଇ ଚାମ୍ପିୟନ ହୋଇଛି ମୁମ୍ବାଇ । ଭାରତୀୟ ଟିମର ଅଧିନାୟକ ହରମନପ୍ରୀତଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଏହି ମ୍ୟାଚରେ ଟାଇଟଲ ହାତେଇଛି । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ୯ ୱିକେଟ ହରାଇ ୧୩୧ ରନ ସଂଗ୍ରହ କରିଥିଲା । ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ୩ ୱିକେଟ ହରାଇ ଲକ୍ଷ ହାସଲ କରିନେଇଥିଲା । ଅଧିନାୟକ ହରମନପ୍ରୀତ କୌରଙ୍କ ୩୭ ରନ ଏବଂ ନାଟ୍ ଶ୍ଚିଭର ବ୍ରଂଟଙ୍କ ୭୨ ରନର ଇନିସ୍ ଯୋଗୁଁ ଦଳ ବିଜୟୀ ହୋଇଥିଲା । ବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁ ୬ କୋଟି ଟଙ୍କା ମଳିଥିବା ବେଳେ ଉପ ବିଜେତା ଦିଲ୍ଲୀ କ୍ୟାପିଟାଲ୍ସକୁ ୩ କୋଟି ଟଙ୍କା ମିଳିଛି । ତେବେ ତୃତୀୟ ସ୍ଥାନ ହାସଲ କରିଥିବା ୟୁପି ୱାରିୟର୍ସକୁ ୧ କୋଟି ଟଙ୍କା ମିଳିଛି । ଟୁର୍ଣ୍ଣାମେଣ୍ଟରେ ୩୪୫ ରନ କରିଥିବା ମେଗ ଲାନିଙ୍ଗକୁ ଅରେଞ୍ଜ କ୍ୟାପ ମିଳିଥିବା ବେଳେ ୧୬ ୱିକେଟ ନେଇଥିବା ହେଲି ମ୍ୟାଥ୍ୟୁସଙ୍କୁ ପର୍ପଲ କ୍ୟାପ ମିଳିଛି । ତେବେ ହେଲି ମ୍ୟାଥ୍ୟୁସଙ୍କୁ ସବୁଠୁ ମୂଲ୍ୟବାନ ଖେଳାଳୀ ଭାବେ ବିବେଚନା କରାଯାଇଥିଲା ବେଳେ ସେଫାଳି ବର୍ମା ସବୁଠୁ ଅଧିକ ଛକା ମରି ରେକର୍ଡ କରିଛନ୍ତି ।