Cricket

ଆଇପିଏଲରେ ମୁମ୍ବାଇର ଲଜ୍ଜାଜନକ ପରାଜୟ

ମୁମ୍ବାଇ : ଆଇପିଏଲରେ ସବୁବେଳେ ଆଗଧାଡିରେ ରହିଆସୁଥିବା ମୁମ୍ବାଇ ଇଣ୍ଡିଆନ୍ସର ଏବେ ଶୋଚନୀୟ ଅବସ୍ଥା । ନିଜର ଖରାପ ପ୍ରଦର୍ଶନ ଫଳରେ ପରାଜୟ ବରଣ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ମୁମ୍ବାଇ ପ୍ରଥମ ଦଳ ଭାବେ କୌଣସି ଋତୁର ପ୍ରଥମ ୮ଟି ଯାକ ମ୍ୟାଚ୍ ହାରିବା ଭଳି ଲଜ୍ଜାଜନକ ପ୍ରଦର୍ଶନ କରିଛି। ରୋହିତ ଶର୍ମାଙ୍କ ଦଳ ଏକଦା ଆଇପିଏଲ୍‌ର ଅପ୍ରତିଦ୍ବନ୍ଦ୍ବୀ ନାୟକର ମାନ୍ୟତା ଲାଭ କରିଥିଲା ବେଳେ ଚଳିତବର୍ଷ ନାଟକୀୟ ଢଙ୍ଗରେ ଗୋଟିଏ ପରେ ଗୋଟିଏ ପରାଜୟ ବରଣ କରି ଚାଲିଛି।

ଯାହା ମୁମ୍ବାଇ ପ୍ରଶଂସକଙ୍କୁ ବ୍ୟଥିତ କରିଛି। ଦଳର ଏପରି ବାରମ୍ବାର ପରାଜୟକୁ ଫ୍ୟାନ ମାନେ ସହଜରେ ଗ୍ରହଣ କରି ପାରୁ ନାହାନ୍ତି ।ଏହି ପରାଜୟ ସହ ମୁମ୍ବାଇ ଚଳିତ ଆଇପିଏଲରେ ପ୍ରଥମ ଦଳ ଭାବେ ପ୍ଲେ ଅଫରୁ ବାଦ୍ ପଡିଛି ।ଆଇପିଏଲର ୩୭ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ମୁମ୍ବାଇକୁ ୩୬ ରନରେ ହରାଇଛି । ଏବଂ ଏଥିସହ ଚଳିତ ସିଜିନରେ ଲକ୍ଷ୍ନୌ ମୁମ୍ବାଇ ବିପକ୍ଷରେ ନିଜର ଦ୍ଵିତୀୟ ବିଜୟ ହାସଲ କରିଛି । ପଞ୍ଚମ ବିଜୟ ସହ ଲକ୍ଷ୍ନୌ ପଏଣ୍ଟ ତାଲିକାର ଚତୁର୍ଥ ସ୍ଥାନକୁ ଉପରକୁ ଉଠିଛି ।

Related posts

IPL 2024 : ଆଜି ହାଇଦ୍ରାବାଦରେ ମୁହାଁମୁହିଁ ହେବେ ସନରାଇଜର୍ସ ଏବଂ ଟାଇଟନ୍ସ

Odisha Sports Bureau

ବାଂଲାଦେଶ ବିପକ୍ଷରେ ମ୍ୟାଚ ପାଇଁ ପ୍ରସ୍ତୁତ କରୁଛି ଟିମ ଭାରତ

Odisha Sports Bureau

ଆଜିଠୁ ଭାରତର ଟି-୨୦ ବିଶ୍ୱକପ ଅଭିଯାନ

Leave a Comment