Swimming

ତୃତୀୟ ଥର ପାଇଁ ଓଡ଼ିଶାରେ ଆୟୋଜିତ ହେବ ଜାତୀୟ ସନ୍ତରଣ ପ୍ରତିଯୋଗିତା

ଭୁବନେଶ୍ୱର : ଆସନ୍ତା ୬ ଅଗଷ୍ଟ, ୨୦୨୪ ରିଖ ଠାରୁ ୧୧ ଅଗଷ୍ଟ, ୨୦୨୪ ରିଖ ପର୍ଯ୍ୟନ୍ତ ଓଡ଼ିଶାର କଳିଙ୍ଗ ଷ୍ଟାଡିୟମ୍ ସ୍ଥିତ ଇନଡୋର୍ ଜଳକ୍ରୀଡା କେନ୍ଦ୍ରରେ ୪୦ ତମ ସବ-ଜୁନିୟର ଏବଂ ୫୦ ତମ ଜୁନିୟର ସନ୍ତରଣ ପ୍ରତିଯୋଗିତା ର ଆୟୋଜନ କରାଯିବ। ଭାରତୀୟ ସନ୍ତରଣ ମହାସଂଘ, ଓଡ଼ିଶା ରାଜ୍ୟ ସନ୍ତରଣ ସଂଗଠନ ଏବଂ ଓଡ଼ିଶା ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ୧୦୦୦ ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେବେ। ଓଡିଶାରୁ ବାଳକ ବର୍ଗରେ ୨୧ ଜଣ ଏବଂ ବାଳିକା ବର୍ଗରେ ୧୮ ଜଣ ତଥା ସର୍ବମୋଟ୍ ୩୯ ଜଣ ପ୍ରତିଯୋଗୀ ପ୍ରତିଯୋଗିତାରେ ଭାଗ ନେଉଛନ୍ତି।

କ୍ରୀଡା କ୍ଷେତ୍ରରେ ବିକାଶ ଆଣିବା, କ୍ରୀଡ଼ାବିତ୍ ମାନଙ୍କୁ ଉଚ୍ଚକୋଟୀର ର ପ୍ରଶିକ୍ଷଣ ପ୍ରଦାନ କରିବା ତଥା ଓଡ଼ିଶାରେ ଜାତୀୟ ଓ ଆନ୍ତର୍ଜାତୀୟ କ୍ରୀଡା ପ୍ରତିଯୋଗିତାମାନ ଆୟୋଜନ କରି କ୍ରୀଡାବିତ୍ ମାନଙ୍କର ଉତ୍ସାହ ବର୍ଦ୍ଧନ କରିବା ଆମ ସମସ୍ତଙ୍କର ଲକ୍ଷ୍ୟ ହେବା ଉଚିତ୍। ତୃତୀୟ ଥର ପାଇଁ ଓଡ଼ିଶାରେ ଜାତୀୟ ସନ୍ତରଣ ପ୍ରତିଯୋଗିତା ଆୟୋଜନ ହେବା ଆମ ସମସ୍ତ ଓଡ଼ିଶା ବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ।

ଜାତୀୟ ସନ୍ତରଣ ପ୍ରତିଯୋଗିତା ସମ୍ବନ୍ଧରେ, ଭାରତୀୟ ସନ୍ତରଣ ମହାସଂଘ ର ମହାସଚିବ ମୋନାଲ ଚୋକ୍ସି ମତପ୍ରକାଶ କରିଛନ୍ତି ଯେ, ଯୁବ ପ୍ରତିଭାମାନଙ୍କୁ ପ୍ରୋତ୍ସାହନ ଦେବା ନିମନ୍ତେ ସବ୍-ଜୁନିୟର ଏବଂ ଜୁନିୟର ସନ୍ତରଣ ପ୍ରତିଯୋଗିତା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ। ନିଜ ପ୍ରତିଭାକୁ ପ୍ରଦର୍ଶନ କରିବା ପାଇଁ ଏହା ଏକ ବଡ଼ ପ୍ଲାଟଫର୍ମ । ଜାତୀୟ ସନ୍ତରଣ କାର୍ଯ୍ୟକ୍ରମକୁ ବିଶ୍ୱ ସ୍ତରରେ ମାନ୍ୟତା ଦେବା ତଥା ପ୍ରତିଯୋଗିତା ନିମନ୍ତେ ଏକ ସୁଦୃଢ ଭିତ୍ତିଭୂମି ପ୍ରଦାନ କରିବାରେ ଓଡ଼ିଶାର ପ୍ରତିବଦ୍ଧତା ପ୍ରଶଂସନୀୟ।

ପ୍ରକାଶଯୋଗ୍ୟ ଯେ, ଏଥର ସନ୍ତରଣ ପ୍ରତିଯୋଗିତାରେ ଫ୍ରୀ ଷ୍ଟାଇଲ୍ ଠାରୁ ଆରମ୍ଭ କରି ବଟରଫ୍ଲାଏ ଷ୍ଟ୍ରୋକ ଆଦି ୭ ଟି ବିଭାଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଓଡିଶା ର ବାଳିକା ବର୍ଗରେ କ୍ରୀଡ଼ାବିତ୍ ମନ୍ନତ ମିଶ୍ର, ଅଂଶିକା ସାହୁ, ଧାନବୀ ଭୌମିକ୍ ଏବଂ ବାଳକ ବର୍ଗରେ ଅରିତ୍ରୋ ମଲ୍ଲିକ ଓ ଜଗଜିତ ପ୍ରଧାନ ଙ୍କ ଠାରୁ ମେଡାଲ ଜିତିବାର ଆଶା ରଖାଯାଇଛି। ଅତ୍ୟାଧୁନିକ ପ୍ରଯୁକ୍ତି ଏବଂ ଭିତ୍ତିଭୂମି ସହିତ ସଜ୍ଜିତ, କଳିଙ୍ଗ ଷ୍ଟାଡିୟମ୍ ର ଜଳକ୍ରୀଡା କେନ୍ଦ୍ରରେ ହେବାକୁ ଥିବା ଏହି ପ୍ରତିଯୋଗିତା କ୍ରୀଡ଼ାବିତ୍ ମାନଙ୍କୁ ସେମାନଙ୍କର ସର୍ବୋତ୍ତମ ପ୍ରଦର୍ଶନ କରିବା ପାଇଁ ଏକ ଆଦର୍ଶ ପରିବେଶ ପ୍ରଦାନ କରୁଛି ବୋଲି ସାଧାରଣରେ ମତପ୍ରକାଶିତ ହୋଇଛି।

Related posts

ପୁଣି ଆଉ ଏକ ସ୍ୱର୍ଣ୍ଣ ଜିତି ଦେଶ ପାଇଁ ଗୌରଣ ଆଣିଲେ ସାଇ ସ୍ୱରୂପ

Odisha Sports Bureau

ରାମେଶ୍ଵର ଷ୍ଟାଡିୟମ୍ ସ୍ଥିତ ବିଜୁ ପଟ୍ଟନାୟକ ସନ୍ତରଣାଗାର ଠାରେ ଅନୁଷ୍ଠିତ ହେଲା ସନ୍ତରଣ ପ୍ରତିଯୋଗିତା

ଚତୁର୍ଥ ବିଜୟ ସହିତ ସ୍ୱର୍ଣ୍ଣିମ ଚୌକା ଲଗାଇଲେ କୁଶାଗ୍ର

Odisha Sports Bureau