ମୁମ୍ବାଇ ଇଣ୍ଡିଆନ୍ସ ଏଲିମେନେଟର ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ୮୧ ରନରେ ହରାଇଛି । ଲକ୍ଷ୍ନୌ ଲଗାତାର ଦୁଇଥର ଆଇପିଏଲ୍ ପ୍ଲେ ଅଫରେ ପହଞ୍ଚିବା ପରେ ମଧ୍ୟ ଟ୍ରଫି ଜିତିବାର ଆଶା ମଉଳିଯାଇଛି । ଲକ୍ଷ୍ନୌ ଟିମର ଖେଳାଳି ନବୀନ ଉଲ ହକ୍ କ୍ରିକେଟ ମଇଦାନରେ ହେଉ ଅବା ସୋସିଆଲ ମିଡିଆରେ ଏମିତି କିଛି ପୋଷ୍ଟ କରନ୍ତି, ଯେଉଁଥିପାଇଁ ଭାରତୀୟ ଫ୍ୟାନ୍ସ ନିରାଶ ହୋଇଛନ୍ତି । ଆଇପିଏଲ୍ ୨୦୨୩ରେ ନବୀନ ଉଲ ହକ ଏବଂ ବିରାଟଙ୍କ ମଧ୍ୟରେ ହୋଇଥିବା ବିବାଦକୁ ନେଇ ଏମିତି କିଛି ପୋଷ୍ଟ କରନ୍ତି, ଯେଉଁଥିପାଇଁ ଭାରତୀୟ ଫ୍ୟାନ୍ସ ତାଙ୍କ ଉପରେ ରାଗିଯାଇଛନ୍ତି ।
I just realised that messing up with “Virat Kohli” is more dangerous than World War-3.
— Naveen Ul Haq (@naveenulhaq66) May 25, 2023
ନବୀନ କହିଛନ୍ତି, ବୁଧବାର ଷ୍ଟାଡିୟମରେ କୋହଲି, କୋହଲି ନାରାର ମଜା ଉଠାଇଥିଲେ । ତାଙ୍କ କହିବା ମୁତାବକ, ଏମିତି କରିବା ଦ୍ୱାରା ତାଙ୍କୁ ଟିମ୍ ପାଇଁ ଭଲ ଖେଳିବାର ମନୋବଳ ମିଳିଥିଲା । ମଇଦାନରେ ବିରାଟ ହେଉ ଅବା କାହା ନାଁ ନେଇ ଲୋକେ ଡାକନ୍ତି, ତା ମୋର ପସନ୍ଦ । ମୁଁ ମୋ ଟିମ ପାଇଁ ଭଲ ଖେଳିବାକୁ ଚାହେଁ । ଅନ୍ୟ କୌଣସି ଜିନିଷ ବିଷୟରେ ଚିନ୍ତା କରେ ନାହିଁ । ମୁଁ କେବଳ ନିଜ କ୍ୟାରିଅର ପ୍ରତି ଧ୍ୟାନ ଦିଏ । ଦର୍ଶକ କାହା ନାରା ଲଗାନ୍ତୁ କିମ୍ବା ଅନ୍ୟ କିଛି କୁହନ୍ତି, ମୋ ଉପରେ ଏସବୁ କିଛି ପ୍ରଭାବ ପକାଏ ନାହିଁ । ଜଣେ ଖେଳାଳି ଭାବେ ଆପଣଙ୍କୁ ଏମିତି ଆଗକୁ ବଢିବାକୁ ହେବ । ଆପଣ ନିଜ ଟିମ୍ ପାଇଁ ଖେଳିବେନି, ତେବେ ଫ୍ୟାନ୍ସ ଆପଣଙ୍କୁ ଘୃଣା କରିବେ । ଯେତେବେଳେ ଆପଣ ଟିମ୍ ପାଇଁ ଭଲ ଖେଳିବେ, ତେବେ ଆପଣଙ୍କୁ ସବୁ ଉତ୍ସାହିତ କରିବେ । ଏହାର ଖେଳର ଅଂଶ ।
