ମୁମ୍ବାଇ: ଛକା ମାରି କାରର କାଚ ଭାଙ୍ଗିଲେ ମୁମ୍ପାଇ ଇଣ୍ଡିଆନ୍ସ ବ୍ୟାଟର । ଛକା ମାରିବା ପରେ କମ୍ପାନୀର କ୍ଷତି ହୋଇଥିବା ବେଳେ ଖେଳାଳିଙ୍କୁ ଫାଇଦା ମିଳିବ । ଏହି ମ୍ୟାଚର ୧୧ ଓଭରରେ ହସରଙ୍ଗା ବୋଲିଂ କରୁଥିଲେ । ଏହି ନେହଲଙ୍କୁ ଷ୍ଟ୍ରାଇକ ଦେଇଥିଲେ ସୂର୍ୟ୍ୟକୁମାର ଯାଦବ । ହସରଙ୍ଗାଙ୍କ ବଲରେ ମିଡଓ୍ଵିକେଟ ବାଉଣ୍ଡ୍ରି ତରଫରୁ ସ୍ୱିପ ସଟ୍ ଖେଳିଥିଲେ ନେହଲ । ଆଉ ବଲ୍ଟି ଯାଇ ସିଧାସଳଖ କାରର କାଚରେ ବାଜିଥିଲା ।ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲର ୫୪ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୬ ଓ୍ଵିକେଟରେ ହରାଇଛି । ନିୟମ ମୁତାବକ, ବଲ୍ ଯାଇ ସିଧାସଳଖ ଭାବେ କାରରେ ବାଜିଲେ, ୫ ଲକ୍ଷ ଟଙ୍କାର ଦାନ କରିବ କାର କମ୍ପାନୀ । ଯାହାର ଫାଇଦା କର୍ଣ୍ଣାଟକ କଫି ବଗିଚାରେ ଜୈବ ବିବିଧତା ବୃଦ୍ଧି କରିବା ପାଇଁ କରାଯିବ । ଏହି ମ୍ୟାଚ ଜିତିବା ପରେ ମୁମ୍ବାଇ ୮ ନଂ ସ୍ଥାନରୁ ୩ ନଂ ସ୍ଥାନରେ ପହଞ୍ଚିଛି । ତେବେ ମୁମ୍ବାଇର ଏହି ବିଜୟ ପଛରେ ସୂର୍ୟ୍ୟକୁମାର ଯାଦବ ଏବଂ ନେହଲ ଓ୍ଵଧେରାଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ଦୁହେଁ ୬୪ ବଲରେ ୧୪୦ ରନର ଭାଗିଦାରିତା କରିଥିଲେ । ଏହି ମ୍ୟାଚରେ ନେହଲ ୩୪ ବଲରେ ଅପରାଜିତ ରହି ୫୨ ରନ କରିଥିଲେ । ଖବର ମୁତାବକ, ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲର ୫୪ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୬ ଓ୍ଵିକେଟରେ ହରାଇଛି ।
