Cricket

ଦକ୍ଷିଣ ଆଫ୍ରିକାକୁ ୨୪୫ ସ୍କୋରରେ  ହରାଇଲା ନେଦରଲାଣ୍ଡ

ଚଳିତ ବିଶ୍ବକପରେ ଗୋଟିଏ ଦିନ ବ୍ୟବଧାନରେ ପୁଣି ଏକ ବିପର୍ଯ୍ୟୟ ସୃଷ୍ଟି ହୋଇଛି। ଯୋଗ୍ୟତା ପର୍ଯ୍ୟାୟରୁ ମୁଖ୍ୟ ପର୍ଯ୍ୟାୟକୁ ଆସିଥିବା ୟୁରୋପୀୟ ଦଳ ନେଦରଲାଣ୍ଡ୍ସ ୩୮ ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ବର୍ଷା ଯୋଗୁଁ  ବାଧାପ୍ରାପ୍ତ ହୋଇଥିବା ମ୍ୟାଚରେ  ନେଦରଲାଣ୍ଡ ଟିମ  ୪୩ ଓଭରରେ ୮ ୱକେଟ  ହରାଇ   ୨୪୫ ସ୍କୋର କରିଥିଲା। ଏହାକୁ ପିଛା କରି ଦକ୍ଷିଣ ଆଫ୍ରିକା   ୨୦୭ ରନରେ  ଅଲଆଉଟ୍ ହୋଇଥିଲା। ପୂର୍ବରୁ ରବିବାର ଆଫଗାନିସ୍ତାନ ଚଳିତ ସିଜିନରେ  ପ୍ରଥମ  ଥର  ଇଂଲଣ୍ଡକୁ ୬୯ ରନରେ  ପରାସ୍ତ କରିଥିଲା।ମଙ୍ଗଳବାର ବର୍ଷା ଯୋଗୁଁ ବିଳମ୍ବରେ ମ୍ୟାଚ୍ ଆରମ୍ଭ ହୋଇଥିଲା। ଫଳରେ ଏହାକୁ ୪୩ ଓଭର ବିଶିଷ୍ଟ କରାଯାଇଥିଲା। ଦକ୍ଷିଣ ଆଫ୍ରିକା ଟସ୍ ଜିତି ବୋଲିଂ ନିଷ୍ପତି ନେଇଥିଲେ ।  ବୋଲରମାନେ ମଧ୍ୟ ଏହି  ନିଷ୍ପତ୍ତିକୁ ଯଥାର୍ଥ ପ୍ରମାଣିତ କରିଥିଲେ। ୨୦ ଓଭର ମଧ୍ୟରେ ଅଧା ୱିକେଟ୍ ଝଡ଼ାଇ ଦେଇଥିଲେ ଦକ୍ଷିଣ ଆଫ୍ରିକା ବୋଲର।

Related posts

ସଚିନଙ୍କ ରେକର୍ଡ ବ୍ରେକ କରିବେ କି ଗିଲ

Odisha Sports Bureau

ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ଲଢେଇ

Odisha Sports Bureau

ଧୋନି ଓ ବିରାଟ୍‌ ଦେଲେ ଦମଦାର ବିଜୟ

Odisha Sports Bureau