Cricket

ଭାରତରେ ହେବାକୁ ଥିବା ବିଶ୍ୱକପ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ: ବିଶ୍ୱକପ ପାଇଁ ଦଳ ଘୋଷଣା କଲା ନ୍ୟୁଜିଲାଣ୍ଡ । ଭାରତରେ ହେବାକୁ ଥିବା ବିଶ୍ୱକପ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି ନ୍ୟୁଜିଲାଣ୍ଡ ଟିମ୍ । ଘୋଷିତ ୧୫ ଜଣିଆ ଟିମରୁ କିଛି ଅନୁଭବୀ ଖେଳାଳୀଙ୍କୁ ବାଦ୍ ଦିଆଯାଇଛି । ଏବଂ ଆଉ କିଛି ନୂଆ ଚେହେରାଙ୍କୁ ଟିମରେ ସାମିଲ କରାଯାଇଛି । ଭାରତୀୟ ବଂଶୋଦ୍ଭବ ରଚିନ ରବୀନ୍ଦ୍ର ଓ ହଂକଂ ପାଇଁ ଖେଳିଥିବା ମାର୍କ ଚାପମ୍ୟାନଙ୍କୁ ୧୫ ଜଣିଆ ଟିମରେ ସାମିଲ କରାଯାଇଛି । ସେହିଭଳି କାଇଲି ଜେମିସନ, ଫିନ୍ ଏଲନ ଟିମ୍ ସେଫର୍ଟ ଓ ଆଡାମ ମିଲନ୍ସଙ୍କ ଭଳି ଖେଳାଳୀଙ୍କୁ ଦଳରେ ସ୍ଥାନ ମିଳିନାହିଁ । ଅନ୍ୟପଟେ ୱିଲିୟମସନ ଆହତ ହୋଇଥିଲେ ମଧ୍ୟ ତାଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଲାଇବ କିୱି ଦଳ । ଗତ ୨ଟି ବିଶ୍ୱକପରେ ନ୍ୟୁଜିଲାଣ୍ଡ ଟିମ୍ ଫାଇନାଲକୁ ଯାଇଥିଲେ ମଧ୍ୟ ବିଶ୍ୱକପ ଜିତି ପାରିନଥିଲା। ହେଲେ ଚଳିତ ବିଶ୍ୱକପରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ମୁକାବିଲା ଖେଳାଯିବ ।

Related posts

ବାଂଲାଦେଶର ବିଶ୍ଵକପ୍ ବହିଷ୍କାର ପରେ ଏବେ କ’ଣ ରହିବ ପାକିସ୍ତାନର ଆଭିମୂଖ୍ୟ

Odisha Sports Bureau

ବାରବାଟୀ ଷ୍ଟାଡିଅମକୁ ଦର୍ଶକଙ୍କ ପ୍ରବେଶ: ଟିକେଟ କଳାବଜାରୀ ଉପରେ ରୋକ୍ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ମେ ୨୬ରେ ଖେଳାଯିବ ଫାଇନାଲ ମୁକାବିଲା

Odisha Sports Bureau