Swimming

ନୀଳାଦ୍ରିବିହାର ହେବ ସ୍ପୋର୍ଟସ୍ ହବ୍‌

ଭୁବନେଶ୍ୱର : ରାଜଧାନୀର ନୀଳାଦ୍ରିବିହାରଠାରେ ନିର୍ମାଣ ହେବ ସନ୍ତରଣାଗାର। ଈଶାନେଶ୍ୱର ମନ୍ଦିର ସମ୍ମୁଖ ଇନ୍‌ଡୋର ଷ୍ଟାଡିୟମ୍‌ ନିକଟରେ ପ୍ରାୟ ୮ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ଏହି ସନ୍ତରଣାଗାରରେ ସମସ୍ତ ବର୍ଗର ବ୍ୟକ୍ତିବିଶେଷଙ୍କ ପାଇଁ ସୁବିଧା ଉପଲବ୍ଧ କରାଯିବ। ବୟସ୍କଙ୍କଠାରୁ ପିଲାଙ୍କ ପର୍ଯ୍ୟନ୍ତ ଯେପରି ବିନା ପ୍ରତିବନ୍ଧକରେ ସନ୍ତରଣର ମଜା ନେଇପାରିବେ ତାହାକୁ ଦୃଷ୍ଟିରେ ରଖି ରୂପରେଖ ପ୍ରସ୍ତୁତ ହେଉଛି। ଆସନ୍ତା ୬ମାସ ମଧ୍ୟରେ ଶେଷ ହେବାକୁ ଥିବା ଏହି ସନ୍ତରଣାଗାରରେ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ରହିବ।

ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ସୁଶାନ୍ତ ରାଉତ, ଭୁବନେଶ୍ବର ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର, ୧୪ ନମ୍ବର ୱାର୍ଡ କର୍ପୋରେଟର ମୋନାଲିସା ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

Related posts

୫୦ ମିଟର ଫ୍ରିଷ୍ଟାଇଲରେ ଗୋଲ୍ଡ ଜିତିଲେ ବିରଧବଲ

Odisha Sports Bureau

ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହୋଇପାରେ ଭାରତୀୟ ସନ୍ତରଣକାରୀ ଶିବିର

Odisha Sports Bureau

୩୭ତମ ଜାତୀୟ କ୍ରୀଡ଼ା: ଓଡ଼ିଶାକୁ ରୌପ୍ୟ ଓ କାଂସ୍ୟ ପଦକ

Odisha Sports Bureau