Tennis

ଟେଙ୍ଗଲଙ୍କୁ ହରାଇ ଇଣ୍ଡିଆନ୍ ୱେଲସ୍ ଟୁର୍ଣ୍ଣାମେଣ୍ଟର ତୃତୀୟ ପର୍ଯ୍ୟାୟରେ ପ୍ରବେଶ କଲେ ଜୋକୋଭିକ୍

(ଓଡିଶା ସ୍ପୋର୍ଟ): ନୋଭାକ ଜୋକୋଭିକ୍ ଆମେରିକାର କ୍ୱାଲିଫାୟାର ବ୍ୟୈର୍ନ ଫ୍ରେଟେନଗେଲୋଙ୍କୁ ସିଧା ସେଟରେ ହରାଇ ଶନିବାର ଦିନ ଏଟିପି ଇଣ୍ଡିଆନ୍ େଓଲସ୍ ମାଷ୍ଟର୍ସ ଟେନିସ୍ ଟୁର୍ଣ୍ଣାମେଣ୍ଟ୍ ର ତୃତୀୟ ପର୍ଯ୍ୟାୟରେ ନିଜର ଜାଗା ସୁରକ୍ଷିତ କରିନେଇଛନ୍ତି । ଜାନୁୟାରୀରେ ସପ୍ତମ ଅଷ୍ଟ୍ରେଲିଆ ଓପନ ଟ୍ରଫି ଜିତିବା ପରେ ପ୍ରଥମଥର ମ୍ୟାଚ୍ ଖେଳୁଥିବା ବିଶ୍ୱର ନଂମ୍ବର ୱାନ୍ ଖେଳାଳୀ ଜୋକୋଭିକ୍ ୭-୬(୭/୫), ୬-୨ରେ ସଫଳତା ହାସଲ କରିଥିଲେ ।

ଜୋକୋଭିକ୍ ବିଶ୍ୱର ୧୨୮ ନମ୍ବର ଖେଳାଳୀ ଫ୍ରେଟେନଗେଲୋ ଙ୍କୁ ଏକ ଘଣ୍ଟା ୨୯ ମିନିଟ୍ ରେ ପରାସ୍ତ କରିଥିଲେ । ସର୍ବିୟାର ଜୋକୋଭିକ୍ ପରବର୍ତ୍ତି ପର୍ଯ୍ୟାୟରେ ଜର୍ମାନୀର ଫିଲିପ୍ କୋହଲଶ୍ରୀବରଙ୍କ ସହିତ ଖେଳିବେ, ଯିଏ ଅଷ୍ଟ୍ରେଲିଆର ନିକ୍ କିର୍ଗିୟୋଙ୍କୁ ୬-୪, ୬-୪ରେ ପରାସ୍ତ କରିଥିଲେ ।

Related posts

ଦଶନ୍ଧିର ସବୁଠାରୁ ଧନୀ ଖେଳାଳିଙ୍କ ମଧ୍ୟରେ ଟେନିସ୍ ଗର୍ଲଙ୍କ ପ୍ରାଧାନ୍ୟ ବିସ୍ତାର

ଟେନିସ ଖେଳାଳି ନରେଶ କୁମାରଙ୍କ ପରଲୋକ

Odisha Sports Bureau

ମିଆମି ଓପନ: ଫେଡରର ସେମିଫାଇନାଲରେ ମାରିଲେ ବାଜି

Odisha Sports Bureau