Cricket

 ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ସିରିଜରେ ନେପାଳ ବିଜୟୀ

(ଓଡିଶା ସ୍ୱୋର୍ଟ):ନେପାଳ ର ଐତିହାସିକ ବିଜୟ । କ୍ରିକେଟ ଇତିହାସରେ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ସିରିଜ ବିଜୟୀ ହୋଇଛି। ସୋମବାର ସ୍ଥାନୀୟ ଆଇସିସି କ୍ରିକେଟ ଏକାଡେମୀଠାରେ ଘରୋଇ ୟୁଏଇ ବିପକ୍ଷରେ ଖେଳାଯାଇଥିବା ୩ୟ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍କୁ ଜିତି ନେପାଳ ଏହି ଐତିହାସିକ ସଫଳତା ହାସଲ କରିଛି। ଏହି ମ୍ୟାଚ୍ରେ ୟୁଏଇ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୬ ଉଇକେଟ୍ ହରାଇ ୨୫୪ ରନ କରିଥିଲା। ଜବାବରେ ନେପାଳ ଅଧିନାୟକ ପାରସ ଖାଡ୍କାଙ୍କ ୧୧୫ ରନର ଶତକୀୟ ଇନିଂସ ବଳରେ ୪୪.୪ ଓଭରରେ ୬ ଉଇକେଟ୍ ହରାଇ ଟାର୍ଗେଟ୍ ହାସଲ କରିନେଇଥିଲା। ବିଜୟ ସହ ନେପାଳ ୩ ମ୍ୟାଚ୍ବିଶିଷ୍ଟ ସିରିଜକୁ ୨-୧ରେ ଜିତିନେଇଛି। ପ୍ରଥମ ମ୍ୟାଚ୍କୁ ୟୁଏଇ ୩ ଉଇକେଟ୍ରେ ଏବଂ ୨ୟ ମ୍ୟାଚ୍କୁ ନେପାଳ ୧୪୫ ରନ ବ୍ୟବଧାନରେ ଜିତିଥିଲା। ୨୦୧୮ ମାର୍ଚ୍ଚ ୧୫ରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ନେପାଳକୁ ଦିନିକିଆ ମାନ୍ୟତା ପ୍ରଦାନ କରାଯାଇଥିଲା।

Related posts

ଜୟପୁରର ସୱାଇ ମାନସିଂହ ଷ୍ଟାଡ଼ିୟମରେ ଖେଳାଯିବ ଆଇପିଏଲର ୨୪ ତମ ମ୍ୟାଚ

Odisha Sports Bureau

ରେକର୍ଡ଼ ଭାଙ୍ଗିଲା ଟିମ ଇଣ୍ଡିଆ

Odisha Sports Bureau

ସ୍ୱାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ସାମ୍ବାଦିକ ଏକାଦଶ ଓ ପୌର ପରିଷଦ ଏକାଦଶଙ୍କ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ

Odisha Sports Bureau