Cricket

ଭାରତ ପରାସ୍ତ, ୩-୨ରେ ସିରିଜ ଜିତିଲା ଅଷ୍ଟ୍ରେଲିଆ

(ଓଡିଶା ସ୍ପୋର୍ଟ): ବିଶ୍ୱ କପ୍ ପୂର୍ବରୁ ଟିମ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା ।ଖେଳାଯାଇଥିବା ପଞ୍ଚମ ତଥା ଅନ୍ତିମ ଦିନିକିଆରେ ଅଷ୍ଟ୍ରେଲିଆଠାରୁ ଭାରତ ୩୫ ରନ୍ରେ ହାରି ସିରିଜ୍ ହାତଛଡ଼ା କରିଛି । ଅଷ୍ଟ୍ରେଲିଆ ଦଳ ପାଞ୍ଚ ମ୍ୟାଚ୍ ସିରିଜ୍କୁ ୩-୨ରେ ଜିତିବାକୁ ସମର୍ଥ ହୋଇଛି । ୨୭୩ ରନ୍ର ଟାର୍ଗେଟ୍କୁ ହାସଲ କରି ପାରିଲା ନାହିଁ ବିରାଟ ବାହିନୀ । ଠିକ୍ ୫୦ ଓଭରରେ ସବୁ ଓ୍ଵିକେଟ୍ ହରାଇ ୨୩୭ ରନ୍ କରି ପାରିଛି । ଆଉ ୨୦୦୯ ପରେ ନିଜ ମାଟିରେ ଦିନିକିଆ ସିରିଜ୍ ହାରିଲା କଙ୍ଗାରୁ ଦଳ ଠାରୁ । ସିରିଜ୍ରେ ପ୍ରଥମରୁ ୨-୦ରେ ପଛୁଆ ରହିବା ପରେ ଲଗାତର ଭାବେ ୩ଟି ଯାକ ମ୍ୟାଚ୍ ଜିତି ଅଷ୍ଟ୍ରେଲିଆ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଛି ।

ଭାରତର ଦାୟିତ୍ୱହୀନ ବ୍ୟାଟିଂ କରି ପ୍ରମୁଖ ବ୍ୟାଟ୍ସମ୍ୟାନ୍ମାନେ ଓ୍ଵିକେଟ୍ ଖସାଇ ଚାଲିଲେ । ଶେଷ ଭାଗ ବ୍ୟାଟ୍ସମ୍ୟାନ୍ ଲଢ଼େଇ କରିଥିଲେ ମଧ୍ୟ ଦଳର ସମ୍ମାନ ରକ୍ଷା କରିବାକୁ ତାହା ଯଥେଷ୍ଟ ହୋଇ ନଥିଲା । ଭୁବନେଶ୍ୱର କୁମାରଙ୍କ ଅଲ୍ରାଉଣ୍ଡ ପ୍ରଦର୍ଶନ ବେକାର ଯାଇଥିଲା । ସେ କେଦାର ଯାଦବଙ୍କ ସହ ମିଶି ସପ୍ତମ ଓ୍ଵିକେଟ୍ରେ ୯୧ ରନ୍ ସଂଗ୍ରହ କରିଥିଲେ । ହେଲେ ସବୁ କିଛି ବୃଥା ଯାଇଥିଲା । ଏହି ଯୋଡ଼ି ଭାଙ୍ଗିବା ପରେ ଭାରତର ଆଶା ଧୂଳିସାତ୍ ହୋଇଯାଇଥିଲା ।

Related posts

କରୋନାରେ ସଂକ୍ରମିତ ହେଲେ ରାହୁଲ ଦ୍ରାବିଡ

Odisha Sports Bureau

ଭାରତ ଆଗରେ ୨୧୬ରନର ବିଜୟ ଲକ୍ଷ୍ୟ ରଖିଛି ଶ୍ରୀଲଙ୍କା

Odisha Sports Bureau

ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବନି ଟିମ୍ ଇଣ୍ଡିଆ !

Leave a Comment