Cricket

ଏସିଆ କପ୍ ୨୦୨୫ ଟିମ୍ ଇଣ୍ଡିଆର ଅଫିସିଆଲ୍ ଜର୍ସି ଲଞ୍ଚ

ନୂଆଦିଲ୍ଲୀ:- ଡିଫେଣ୍ଡିଂ ଚାମ୍ପିଅନ୍ ଟିମ୍ ଇଣ୍ଡିଆ ଏସିଆ କପ୍ ୨୦୨୫ ପାଇଁ ଜୋରଦାର ପ୍ରସ୍ତୁତି କରୁଛି । ଏସିଆ କପ୍ ୯ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ବିସିସିଆଇ ଏସିଆନ୍ କ୍ରିକେଟ୍ ପରିଷଦ ସହିତ ମିଶି ଟିମ୍ ଇଣ୍ଡିଆର ଅଫିସିଆଲ୍ ଜର୍ସି ଲଞ୍ଚ କରିଛି । ଅଧିନାୟକ ସୂର୍ଯ୍ୟକୁମାର ଯାଦବ, ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଓ ସଞ୍ଜୁ ସାମସନ ନୂତନ ଜର୍ସିର ଫଟୋ ସୋସିଆଲ ମିଡିଆରେ କରିଛନ୍ତି । ଜର୍ସି ପ୍ରାୟୋଜକରୁ ଡ୍ରିମ୍ସ -୧୧ ହଟିଯାଇଛି । ନୂତନ ଜର୍ସିରେ ବଡ଼ ଧରଣର ପରିବର୍ତ୍ତନ କରା ଯାଇନଥିଲେ ମଧ୍ୟ ଡ୍ରିମ୍ ୧୧ ନାମ ଉଠିଯାଇଛି । ଜର୍ସିର ରଙ୍ଗ ନୀଳ ହୋଇଥିବାବେଳେ ଦୁଇ ହାତରେ କମଳା ରଙ୍ଗ ରହିଛି । କଲରରେ ତ୍ରିରଙ୍ଗାର ଚିତ୍ର ରହିଛି । ସରକାରଙ୍କ ପକ୍ଷରୁ ଅନ୍ଲାଇନ ଗେମିଂ ଉପରେ କଟକଣା ଲଗାଇବା ପରେ ଡ୍ରିମ୍ସ -୧୧ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରାୟୋଜକରୁ ହଟିଯାଇଛି । ଏଥିପାଇଁ ଏବେ ବିସିସିଆଇ ନୂତନ ପ୍ରାୟୋଜକ ଖୋଜିବା ଆରମ୍ଭ କରିଛି ।

May be an image of ‎3 people and ‎text that says '‎INDIA PLAYERS TO WATCH OUT ASIA ASIACUP2025 2025 p 赤品 SIA SIA UP WDIA رب 3ewonLD COP ASIA INDIA INDIAEANDIA INDIA HARDIK PANDYA SHUBMAN GILL JASPRIT BUMRAH sportskeeda‎'‎‎

Related posts

ଜିମ୍ବାୱେ ବିପକ୍ଷ ସିରିଜରେ ଅଧିନାୟକ ଦାୟିତ୍ୱ ତୁଲାଇବେ କେ.ଏଲ ରାହୁଲ

Odisha Sports Bureau

ଦକ୍ଷିଣ ଆଫ୍ରିକାକୁ ହରାଇ ୧୯ବର୍ଷରୁ କମ ବିଶ୍ୱକପ ଫାଇନାଲରେ ଭାରତ

Odisha Sports Bureau

ସରିଲା ଭାରତ ପାକିସ୍ତାନର ପ୍ରଥମ ଇନିଂସ, ଭାରତକୁ ୧୯୨ରନ୍ ର ଟାର୍ଗେଟ

Odisha Sports Bureau