Cricket

ଦିନିକିଆ ଆଉ ଏବେ ଟ୍ୱେଣ୍ଟି ଟ୍ୱେଣ୍ଟିି ସିରିଜ୍

ନୂଆଦିଲ୍ଲୀ: ପ୍ରଥମେ ଦିନିକିଆ ଆଉ ଏବେ ଟ୍ୱେଣ୍ଟି ଟ୍ୱେଣ୍ଟିି ସିରିଜ୍ । ଉଭୟ ସିରିଜରେ ଚିତପଟାଙ୍ଗ ମାରିଛି ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ଦଳ । ଦିନିକିଆ ସିରିଜରେ ମୂଳପୋଛ ହେବା ପରେ ଇଡେନ୍ ଗାର୍ଡେନରେ ଅନୁଷ୍ଠିତ ଟି-୨୦ ସିରିଜରେ ମଧ୍ୟ ୦-୩ରେ ପରାଜିତ ହୋଇଛି ଓ୍ବେଷ୍ଟଇଣ୍ଡିଜ । ଏହା ସହିତ ଭାରତ ଆହୁରି ଅନେକ ରେକର୍ଡ ମଧ୍ୟ ତିଆରି କରିଛି । ଇଣ୍ଟରନ୍ୟାସନାଲ କ୍ରିକେଟ୍ କାଉନସିଲ (ଆଇସିସି) ଦ୍ବାରା ସଦ୍ୟ ପ୍ରକାଶିତ ରାଙ୍କିଂରେ ଭାରତ ପୁଣି ଥରେ ଶୀର୍ଷକୁ ଉନ୍ନୀତ ହୋଇଛି । ପ୍ରାୟ ୬ ବର୍ଷ ପରେ ଭାରତ ପୁଣି ଥରେ ଟ୍ୱେଣ୍ଟି ଟ୍ୱେଣ୍ଟି ରାଙ୍କିଂରେ ପ୍ରଥମ ସ୍ଥାନକୁ ଉଠିଛି ।

ପୂର୍ବରୁ ଧୋନୀଙ୍କ ଅଧିନାୟକତ୍ବ ସମୟରେ ଭାରତ ରାଙ୍କିଂ ଶୀର୍ଷରେ ଥିଲା । ୨୦୧୬ରେ ଶେଷ ଥର ପାଇଁ ଭାରତ ଟି- ଟ୍ୱେଣ୍ଟି ରାଙ୍କିଂରେ ପ୍ରଥମ ସ୍ଥାନରେ ଥିଲା । ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ ଆରମ୍ଭ ପୂର୍ବରୁ ୨୬୮ ରେଟିଂସହ ଆଇସିସି ରାଙ୍କିଂର ଦ୍ବିତୀୟ ସ୍ଥାନରେ ଥିଲା ଭାରତ । ଏହା ପୂର୍ବରୁ ଇଂଲଣ୍ଡ ପ୍ରଥମ ସ୍ଥାନରେ ରହିଥିଲା । ତେବେ ସିରିଜରେ ୩-୦ରେ ବିଜୟୀ ହେବା ପରେ ୨୬୯ ରେଟିଂ ସହ ଭାରତ ଟପ୍କୁ ଉଠିଛି ।

ଏହା ପୂର୍ବରୁ ୨୦୧୬ ଫେବୃଆରୀ ୧୨ ତାରିଖରୁ ମେ ୩ ଯାଏଁ ଭାରତୀୟ ଦଳ ଟ୍ୱେଣ୍ଟି ଟ୍ୱେଣ୍ଟି ରାଙ୍କିଂରେ ନମ୍ବର ଓ୍ବାନ୍ ଥିଲା । ସେତେବେଳେ ଭାରତୀୟ ଟିମର ନେତୃତ୍ବ ନେଉଥିଲେ ଏମ୍ ଏସ୍ ଧୋନୀ । ତାଙ୍କ ପରେ ବିରାଟ କୋହଲି ଅଧିନାୟକ ପଦରେ ରହିଥିଲା ସୁଦ୍ଧା ଦଳକୁ ଶୀର୍ଷରେ ପହଞ୍ଚାଇ ପାରିନଥିଲେ । କୋହଲିଙ୍କ ନେତୃତ୍ବରେ ଭାରତୀୟ ଦଳ ଲମ୍ବା ସମୟ ଧରି ଟେଷ୍ଟରେ ୧ ନଂ ରହିଥିଲା ସତ କିନ୍ତୁ ଟି-୨୦ରେ ସେହି ତାଜ୍ ହାସଲ କରିବାକୁ ସଫଳ ହୋଇପାରିନଥିଲେ ବିରାଟ ।

ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ଭାରତୀୟ ଦଳର ପୂର୍ଣ୍ଣକାଳୀନ ଅଧିନାୟକ ଭାବେ ନେତୃତ୍ବ ନେଇଥିଲେ ରୋହିତ ଶର୍ମା । ନେତୃତ୍ବ ନେବା ପରେ ପରେ ହିଁ ରୋହିତଙ୍କୁ ମିଳିଛି ବଡ ସଫଳତା । ପ୍ରଥମେ ଦିନିକିଆ ଏବଂ ପରେ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ ଜିତିଛି ଭାରତ । ଯାହା ଫଳରେ ଟି-୨୦ ଇତିହାସରେ ଭାରତର ତୃତୀୟ ସବୁଠାରୁ ସଫଳ ଅଧିନାୟକ ହୋଇଯାଇଛନ୍ତି ରୋହିତ ଶର୍ମା ।

ଟ୍ବେଣ୍ଟି ଟ୍ବେଣ୍ଟି ଫର୍ମାଟରେ ମହେନ୍ଦ୍ର ସିଂହ ଧୋନୀ ମୋଟ ୭୨ଟି ମ୍ୟାଚରେ ଅଧିନାୟକତ୍ବ କରିଥିବା ବେଳେ ଦଳ ୪୧ଟି ବିଜୟ ହୋଇଛି ଏବଂ ୨୮ଟିରେ ପରାଜିତ ହେବାକୁ ପଡିଛି । ସେହିଭଳି ବିରାଟ କୋହଲି ମୋଟ ୫୦ଟି ମ୍ୟାଚରେ ଅଧିନାୟକ ଭାର ସମ୍ଭାଳିଛନ୍ତି । ସେଥିମଧ୍ୟରୁ ୩୦ଟି ରେ ଦଳ ବିଜୟୀ ହୋଇଥିବା ବେଳେ ୧୬ଟି ପରାଜିତ ହୋଇଛି । ରୋହିତ ଶର୍ମାଙ୍କ ନେତୃତ୍ବରେ ୨୫ଟି ଟ୍ବେଣ୍ଟି ଟ୍ବେଣ୍ଟି ମ୍ୟାଚ୍ ଖେଳିଛି ଭାରତ । ସେଥିମଧ୍ୟରୁ ୨୧ଟିରେ ଦଳ ବିଜୟୀ ହୋଇଥିବା ବେଳେ ମାତ୍ର ୪ଟିରେ ଭାରତ ପରାଜିତ ହୋଇଛି ।

 

Related posts

ସଚିନ ତେନ୍ଦୁଲକରଙ୍କୁ ଗ୍ଲୋବାଲ ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରିଛି ଆଇସିସି

Odisha Sports Bureau

ଏସିଆ କପରୁ ବି ବାଦ୍ ପଡିପାରନ୍ତି ଶ୍ରେୟସ ଆୟର

Odisha Sports Bureau

ଏହି ସିରିଜରେ ଫେରି ପାରନ୍ତି ଭାରତର ତିନିଜଣ ଖେଳାଳି

Odisha Sports Bureau