Badminton

ଇତିହାସ ରଚିବେ ଓଡିଆ ପୁଅ

ଟୋକିଓ: ଟୋକିଓରେ ପାରା ଅଲିମ୍ପିକ୍ସରେ ପୁଣି ଦମ ଦେଖାଇଲା ଭାରତ । ଏଥର ଓଡିଆ ପୁଅ ଭାରତକୁ ସ୍ୱର୍ଣ୍ଣ ପଦକ ଦେବା ପାଇଁ ଲଢେଇ କରିବେ । ବ୍ୟାଡମଣ୍ଟନର ପୁରୁଷ ଏକକ ବର୍ଗ ଫାଇନାଲରେ ପ୍ରବେଶ କରି ପଦକ ସୁନିଶ୍ଚିତ କରିସାରିଥିବା ବେଳେ ଭାରତ ପାଇଁ ସ୍ୱର୍ଣ୍ଣ ପଦକର ଆଶ ଉଜ୍ଜୀବିତ କରିଛନ୍ତି ଜଣେ ଓଡିଆ ଖେଳାଳୀ ।
ଏହି ଓଡିଆ ଆଥଲେଟ ଜଣକ ହେଉଛନ୍ତି ପ୍ରମୋଦ ଭଗତ । ଅପରାହ୍ନ ୩ଟା ବେଳେ ସ୍ୱର୍ଣ୍ଣ ପଦକ ପାଇଁ ମଇଦାନକୁ ଓହ୍ଲାଇବେ ପ୍ରମୋଦ । ମ୍ୟାଚରେ ଯଦିବା ସେ ପରାଜୟର ସାମନା କରନ୍ତି ତେବେ ରୌପ୍ୟ ପଦକ ସୁନିଶ୍ଚିତ ହୋଇ ରହିଛି । ସେମିଫାଇନାଲରେ ଜାପାନର ଡି ଫୁଜିହାରାଙ୍କ ୨-୦ରେ ହରାଇ ଫାଇନାଲରେ ପହଞ୍ଚିଛନ୍ତି । ପ୍ରଥମ ସେଟକୁ ୨୧-୧୧ରେ ଜିତିଥିବା ବେଳେ ଦ୍ୱିତୀୟ ସେଟରେ ୨୧-୧୬ ରେ ଏକତରଫା ଭାବରେ ଜିତି ନେଇଥିଲେ । ତେବେ ପାରା ଅଲିମ୍ପିକ୍ସର ଇତିହାସରେ କୌଣସି ଭାରତୀୟ ସ୍ୱର୍ଣ୍ଣ ଜିତିବାରେ ସକ୍ଷମ ହୋଇ ପାରିନାହାନ୍ତି । ତେଣୁ ଏହି ଇତିହାସରେ ନିଜ ନାମ ଲିପିବଦ୍ଧ କରିବାକୁ ପ୍ରମୋଦଙ୍କ ନିକଟରେ ରହିଛି ସୁବର୍ଣ୍ଣ ସୁଯୋଗ ।

Related posts

ବ୍ୟାଟମିଣ୍ଟନ କ୍ୱାର୍ଟରରେ ପିଭି ସିନ୍ଧୁ

Odisha Sports Bureau

ସାରଲୋରଲସ୍କ ଓପନ ବାଡମିଣ୍ଟନର ଫାଇନାଲରେ ଲକ୍ଷ୍ୟ

Odisha Sports Bureau

୧୯ବର୍ଷରୁ କମ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ବାଲେଶ୍ୱରକୁ ୩ ପଦକ

Leave a Comment