Badminton

ଇତିହାସ ରଚିବେ ଓଡିଆ ପୁଅ

ଟୋକିଓ: ଟୋକିଓରେ ପାରା ଅଲିମ୍ପିକ୍ସରେ ପୁଣି ଦମ ଦେଖାଇଲା ଭାରତ । ଏଥର ଓଡିଆ ପୁଅ ଭାରତକୁ ସ୍ୱର୍ଣ୍ଣ ପଦକ ଦେବା ପାଇଁ ଲଢେଇ କରିବେ । ବ୍ୟାଡମଣ୍ଟନର ପୁରୁଷ ଏକକ ବର୍ଗ ଫାଇନାଲରେ ପ୍ରବେଶ କରି ପଦକ ସୁନିଶ୍ଚିତ କରିସାରିଥିବା ବେଳେ ଭାରତ ପାଇଁ ସ୍ୱର୍ଣ୍ଣ ପଦକର ଆଶ ଉଜ୍ଜୀବିତ କରିଛନ୍ତି ଜଣେ ଓଡିଆ ଖେଳାଳୀ ।
ଏହି ଓଡିଆ ଆଥଲେଟ ଜଣକ ହେଉଛନ୍ତି ପ୍ରମୋଦ ଭଗତ । ଅପରାହ୍ନ ୩ଟା ବେଳେ ସ୍ୱର୍ଣ୍ଣ ପଦକ ପାଇଁ ମଇଦାନକୁ ଓହ୍ଲାଇବେ ପ୍ରମୋଦ । ମ୍ୟାଚରେ ଯଦିବା ସେ ପରାଜୟର ସାମନା କରନ୍ତି ତେବେ ରୌପ୍ୟ ପଦକ ସୁନିଶ୍ଚିତ ହୋଇ ରହିଛି । ସେମିଫାଇନାଲରେ ଜାପାନର ଡି ଫୁଜିହାରାଙ୍କ ୨-୦ରେ ହରାଇ ଫାଇନାଲରେ ପହଞ୍ଚିଛନ୍ତି । ପ୍ରଥମ ସେଟକୁ ୨୧-୧୧ରେ ଜିତିଥିବା ବେଳେ ଦ୍ୱିତୀୟ ସେଟରେ ୨୧-୧୬ ରେ ଏକତରଫା ଭାବରେ ଜିତି ନେଇଥିଲେ । ତେବେ ପାରା ଅଲିମ୍ପିକ୍ସର ଇତିହାସରେ କୌଣସି ଭାରତୀୟ ସ୍ୱର୍ଣ୍ଣ ଜିତିବାରେ ସକ୍ଷମ ହୋଇ ପାରିନାହାନ୍ତି । ତେଣୁ ଏହି ଇତିହାସରେ ନିଜ ନାମ ଲିପିବଦ୍ଧ କରିବାକୁ ପ୍ରମୋଦଙ୍କ ନିକଟରେ ରହିଛି ସୁବର୍ଣ୍ଣ ସୁଯୋଗ ।

Related posts

ବିଶ୍ବର ଶ୍ରେଷ୍ଠ ୨୫ ଆୟକାରୀ ମହିଳା ଆଥ୍ଲେଟଙ୍କ ତାଲିକାରେ ସ୍ଥାନ ପାଇଛନ୍ତି ପିଭି ସିନ୍ଧୁ

Odisha Sports Bureau

ଫ୍ରେଞ୍ଚ  ଓପନ କ୍ୱାର୍ଟର ଫାଇନାଲରେ ସାଇନା

Odisha Sports Bureau

ସତ୍ୱିକ୍ ସାଇରାଜ ଏବଂ ଚିରାଗ ସେଠୀ ସେମିଫାଇନାଲରେ ପରାସ୍ତ

Odisha Sports Bureau