Cricket

ବିରାଟ କୋହଲି ସମ୍ଭାଳି ନେବେ.. ଅଗରକରଙ୍କ ଏହି ବୟାନକୁ ନେଇ କଣ କହିଲେ ପାକିସ୍ତାନକ କ୍ରିକେଟର

ଆଉ କିଛି ଦିନପରେ ଆରମ୍ଭ ହେବ ଏସିଆ କପ । ଏସିଆ ମହାଦେଶର ଶକ୍ତିଶାଳୀ ଟିମ ଟାଇଟଲ ପାଇଁ ମୁହାଁମୁହିଁ ହେବେ । ତେବେ ସବୁ ମ୍ୟାଚ ଅପେକ୍ଷା ସମସତିଙ୍କ ନଜର ରହିଛି ଭାରତ ପାକିସ୍ତାନ ମ୍ୟାଚ ଉପରେ । ଏସିଆ କପ ପାଇଁ ଭାରତ ନିଜ ଟିମ ଘୋଷଣା କରିଛି । ଟିମ ଘୋଷଣା ନେଇ ପ୍ରେସମିଟ ହୋଇଥିଲା । ସେହି ପ୍ରେସମିଟରେ ଅଗରକର ଯେଉଁ ବୟାନ କରିଛନ୍ତି ତାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଅଗରକର କହିଛନ୍ତି ପାକିସ୍ତାନ ଟିମକୁ ବିରାଟ କୋହଲି ସମ୍ଭାଳିନେବେ ।

ଅଗରକରଙ୍କ ଏହି ବୟାନକୁ ନେଇ ପାକିସ୍ତାନ ବୋଲର ଶହବାଦ ପ୍ରତିକ୍ରିୟା ଦେଇଛନ୍ତି । ଶହଦାବ କହିଛନ୍ତି, ମ୍ୟାଚରେ କଣ ହେବ ତାହା ସେହିଦିନ ହିଁ ଜଣାପଡିବ । ମୁଁ କିମ୍ବା ଅନ୍ୟ କେହି ଏଭଳି କହିଦେଲେ କିଛି ହେବନି । କାରଣ କହିବା ଦ୍ୱାରା କିଛି ପରିବର୍ତ୍ତନ ହେବନି । ଯେତେବେଳେ ମ୍ୟାଚ୍ ହେବ ଏବଂ ମ୍ୟାଚରେ ଯାହା ନଜର ଆସିବ ତାହା ହିଁ ମ୍ୟାଚର ଅସଲ ଚିତ୍ର ଭାବେ ସାମ୍ନାକୁ ଆସିବ । ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ ପରେ ଶହଦାବ ଏଭଳି ବୟାନ ରଖିଛନ୍ତି ।

Related posts

ଭିଭୋ IPL ହେଲା ଟାଟା IPL

Odisha Sports Bureau

କେମିତି ବୁକ କରିବେ ୱାର୍ଲଡ କପ ଟିକେଟ ?

ବିଶ୍ୱ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲରେ ଶୁବମନଙ୍କ ଉପରେ ସମସ୍ତଙ୍କ ନଜର

Leave a Comment