Cricket

ବିରାଟ କୋହଲି ସମ୍ଭାଳି ନେବେ.. ଅଗରକରଙ୍କ ଏହି ବୟାନକୁ ନେଇ କଣ କହିଲେ ପାକିସ୍ତାନକ କ୍ରିକେଟର

ଆଉ କିଛି ଦିନପରେ ଆରମ୍ଭ ହେବ ଏସିଆ କପ । ଏସିଆ ମହାଦେଶର ଶକ୍ତିଶାଳୀ ଟିମ ଟାଇଟଲ ପାଇଁ ମୁହାଁମୁହିଁ ହେବେ । ତେବେ ସବୁ ମ୍ୟାଚ ଅପେକ୍ଷା ସମସତିଙ୍କ ନଜର ରହିଛି ଭାରତ ପାକିସ୍ତାନ ମ୍ୟାଚ ଉପରେ । ଏସିଆ କପ ପାଇଁ ଭାରତ ନିଜ ଟିମ ଘୋଷଣା କରିଛି । ଟିମ ଘୋଷଣା ନେଇ ପ୍ରେସମିଟ ହୋଇଥିଲା । ସେହି ପ୍ରେସମିଟରେ ଅଗରକର ଯେଉଁ ବୟାନ କରିଛନ୍ତି ତାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଅଗରକର କହିଛନ୍ତି ପାକିସ୍ତାନ ଟିମକୁ ବିରାଟ କୋହଲି ସମ୍ଭାଳିନେବେ ।

ଅଗରକରଙ୍କ ଏହି ବୟାନକୁ ନେଇ ପାକିସ୍ତାନ ବୋଲର ଶହବାଦ ପ୍ରତିକ୍ରିୟା ଦେଇଛନ୍ତି । ଶହଦାବ କହିଛନ୍ତି, ମ୍ୟାଚରେ କଣ ହେବ ତାହା ସେହିଦିନ ହିଁ ଜଣାପଡିବ । ମୁଁ କିମ୍ବା ଅନ୍ୟ କେହି ଏଭଳି କହିଦେଲେ କିଛି ହେବନି । କାରଣ କହିବା ଦ୍ୱାରା କିଛି ପରିବର୍ତ୍ତନ ହେବନି । ଯେତେବେଳେ ମ୍ୟାଚ୍ ହେବ ଏବଂ ମ୍ୟାଚରେ ଯାହା ନଜର ଆସିବ ତାହା ହିଁ ମ୍ୟାଚର ଅସଲ ଚିତ୍ର ଭାବେ ସାମ୍ନାକୁ ଆସିବ । ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ ପରେ ଶହଦାବ ଏଭଳି ବୟାନ ରଖିଛନ୍ତି ।

Related posts

ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର୍ ଶେନ୍ ୱାର୍ଣ୍ଣଙ୍କ ପରଲୋକ

Odisha Sports Bureau

ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଶୃଙ୍ଖଳା ଲାଗି ଦଳ ଘୋଷଣା

Odisha Sports Bureau

ଚେନ୍ନାଇ ସୁପର କିଙ୍ଗସରେ ମିଶିଲେ ଦ୍ରୁତ ବୋଲର ରିଚାର୍ଡ ଗ୍ଲିସନ୍

Odisha Sports Bureau