ଆସନ୍ତା ସେପ୍ଟେମ୍ବରରେ ଖେଳାଯିବାକୁ ଥିବା ଏସିଆ କପ ଆୟୋଜନ ନେଇ ଲାଗି ରହିଥିବା ବିବାଦ ଦିନକୁ ଦିନ ଅଧିକ ଜଟିଳ ହେବାରେ ଲାଗିଛି । ଏପରିକି ପାକିସ୍ତାନ ଏସିଆ କପରୁ ଓହରି ଯିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ବିସିସିଆଇ ପାକିସ୍ତାନକୁ ଏସିଆ କପ ଲାଗି ଭାରତୀୟ ଦଳ ନପଠାଇବା ସହ ନିରପେକ୍ଷ ସ୍ଥାନରେ ଆୟୋଜନ ନେଇ ପ୍ରସସ୍ତାବ ଦେଇଥିଲେ । ପିସିବି କିନ୍ତୁ ପାକିସ୍ତାନରେ ଏସିଆ କପ ଆୟୋଜନ ନେଇ ଅଟଳ ରହିଛି । ଏବେ ଏସିଆ କପ ଆୟୋଜନର ଅଧିକାର ପାଇଥିବା ପାକିସ୍ତାନ ପୂରା ପ୍ରତିଯୋଗିତାରେ ଅଂଶଗ୍ରହଣ ନକରିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ବିସିସିଆଇ ଏସିଆ କପ ପାକିସ୍ତାନ ବଦଳରେ ଅନ୍ୟତ୍ର କରିବା ନେଇ ପ୍ରସ୍ତାବ ଦେଇଥିଲା । ଏହାପରେ ଏସିଆ କପ ଆୟୋଜନ ନେଇ ପିସିବି ମୁଖ୍ୟ ନଜମ ସେଠୀ ହାଇବ୍ରିଡ ମଡେଲର ପ୍ରସ୍ତାବ ଦେଇଥିଲେ ।
ଏସିଆ କଦର ୪ଟି ମ୍ୟଚ ପାକିସ୍ତାନରେ ଓ ଭାରତ ସମେତ ଅନ୍ୟ ମ୍ୟାଚ ନିରପେକ୍ଷ ଭେନ୍ୟୁରେ ଖେଳାଯିବା ନେଇ ପିସିବି ପ୍ରସ୍ତାବ ଦେଇଥିଲେ । କିନ୍ତୁ ଉନ୍ତ ପ୍ରସ୍ତାବକୁ ବାଂଲାଦେଶ ଓ ଆଫଗାନିସ୍ତାନ ହାଇବ୍ରିଡ ମଡେଲ ପ୍ରସ୍ତାବକୁ ସମର୍ଥନ କରିବେ । କିନ୍ତୁ ସେମାନେ ବିସିସିଆଇ ଭଳି ଉକ୍ତ ହାଇବ୍ରିଡ ମଡେଲରୁ ଦୂରେଇ ଯାଇଛନ୍ତି । ସବୁଆଡୁ ନିରାଶ ହେବାପରେ ପାକିସ୍ତାନ ଆସନ୍ତା ସେପ୍ଟେମ୍ବରରୁ ଖେଳାଯିବାକୁଥିବା ଏସିଆ କପରୁ ଓହରି ଯିବାକୁ ନିଷ୍ପତ୍ତି ନେଇଥିବା ରିପୋର୍ଟରୁ ଜଣାପଡିଛି । ପ୍ରଥମେ ସୁରକ୍ଷା ଦୃଷ୍ଟିରୁ ବିସିସିଆଇ ଭାରତୀୟ ଦଳକୁ ପାକିସ୍ତାନ ପଠାଇବାରୁ ଓହରି ଯାଇଥିଲା । ଫଳରେ ପାକିସ୍ତାନ ବଦଳରେ ଅନ୍ୟତ୍ର ଏସିଆ କପ ଲାଗି ଦାବି କରିଥିଲା ଏବେ ବାଂଲାଦେଶ, ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମଧ୍ୟ ଏସିଆ କପ ପାକିସ୍ତାନ ବାହାରେ ଖେଳାଯାଉ ବୋଲି ମତ ଦେଇଛନ୍ତି ।