Cricket

ବିଶାଳ ଟାର୍ଗେଟ ପଥରେ ନିଉଜିଲାଣ୍ଡ୍‌

ବେଙ୍ଗାଲୁରୁ : ବିଶ୍ୱକପ୍‌ ୨୦୨୩ । ଜୋରଦାର ହେଉଛି ସେମି ଲଢେଇ । ଆଜି ବେଙ୍ଗାଲୁରୁର ‘ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମ୍‌’ରେ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଛି ଲଢେଇ | ‘ଟସ୍‌’ ଜିଣି ପାକିସ୍ତାନ ଟିମ୍‌ର ଅଧିନାୟକ ବାବର୍‌ ଆଜମ ନିଉଜିଲାଣ୍ଡ୍‌ ବିପକ୍ଷରେ ବୋଲିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଉଭୟ ଟିମ୍‌ଙ୍କ ପାଇଁ ସେମିରେ ଏଣ୍ଟ୍ରି କରିବାକୁ ହେଲେ ଆଜିର ମ୍ୟାଚ୍‌ରେ ବିଜୟ ଜରୁରୀ ।
ସଦ୍ୟ ରିପୋର୍ଟ ଅନୁଯାୟୀ, ୪୪.୩ ଓଭର ଖେଳି କୌଣସି ୫ ୱିକେଟ୍‌ ହରାଇ ନିଉଜିଲାଣ୍ଡ୍‌ ୩୪୫ ରନ୍‌ ସଂଗ୍ରହ କରି ବିରାଟ ଟାର୍ଗେଟ ଦିଗରେ ଆଗେଇ ଚାଲିଛି ।

ବର୍ତ୍ତମାନ ସୁଦ୍ଧା ନ୍ୟୁଜିଲାଣ୍ଡ ଟିମ୍‌ ୭ଟି ମୁକାବିଲା ଖେଳିସାରିଛି । ଯେଉଁଥିରୁ ୪ଟି ମୁକାବିଲାରେ ବିଜୟୀ ହୋଇଥିବା ବେଳେ ୩ଟି ପରାଜୟର ସାମ୍ନା କରିଛି । ୮ ଅଙ୍କ ସହ ପଏଣ୍ଟ ଟେବୁଲରେ ୪ ନମ୍ବର ସ୍ଥାନରେ ରହିଛି । ତେଣୁ ଟିମ୍‌କୁ ସେମିଫାଇନାଲରେ ଏଣ୍ଟ୍ରି କରିବାକୁ ହେଲେ ଆଜିର ମ୍ୟାଚ୍‌ରେ ବିଜୟୀ ଜରୁରୀ ।

ପାକିସ୍ତାନ ଟିମ୍‌ ବର୍ତ୍ତମାନ ସୁଦ୍ଧା ୭ଟି ମୁକାବିଲା ଖେଳିସାରିଛି । ଯେଉଁଥିରୁ ୩ଟିରେ ବିଜୟୀ ହୋଇଥିବା ବେଳେ ୪ଟି ମୁକାବିଲାରେ ପରାସ୍ତ ହୋଇଛି । ମୋଟ ୬ ଅଙ୍କ ସହ ପଏଣ୍ଟ ଟେବୁଲ୍‌ରେ ୬ ନମ୍ବର ସ୍ଥାନରେ ରହିଛି । ତେବେ ଟିମ୍‌ ପାଇଁ କାଠିକର ହୋଇପଡିଛି ସେମି ରାସ୍ତା । ପାକିସ୍ତାନ ଟିମ୍‌କୁ ସେମି ରେସ୍‌ରେ ରହିବାକୁ ହେଲେ, ଆଜିର ମ୍ୟାଚ୍‌ରେ ବିଜୟୀ ଜରୁରୀ ।

Related posts

ମେଲବୋର୍ଣ୍ଣରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ: ଏସିଆ କପର ପ୍ରତିଶୋଧ ବିଶ୍ୱକପରେ ନେବ ଟିମ୍ ଇଣ୍ଡିଆ

Odisha Sports Bureau

ପୁଣି ଥରେ ଆରସିବିର ଅଧିନାୟକ ହେଲେ ବିରାଟ

Odisha Sports Bureau

୧୬ ବଲରେ ୭୪ ରନ୍ କଲେ ମହମ୍ମଦ ଶାହଜାନ

Odisha Sports Bureau