Cricket

ପାକିସ୍ତାନର କ୍ରିକେଟ ଚକ୍ରାନ୍ତ

ନୂଆଦିଲ୍ଲୀ: ଭାରତ ସହ ମ୍ୟାଚ ଖେଳିବା ପାଇଁ ଚକ୍ରାନ୍ତ କରୁଛି ପାକିସ୍ତାନ । ୪ଟି ଦେଶକୁ ନେଇ ଆୟୋଜନ ହେବ ଏକ ସିରିଜ । ଏ ନେଇ ସୂଚନା ଦେଲେ ପାକିସ୍ତାନ କ୍ରିକେଟ ବୋର୍ଡ ବା ପିସିବି ମୁଖ୍ୟ ରମିଜ ରାଜା । ଭାରତ, ପାକିସ୍ତାନ, ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆକୁ ନେଇ ଏହି ସିରିଜ ଆୟୋଜନ କରିବାକୁ ପ୍ରସ୍ତାବ ରଖିଛନ୍ତି ରମିଜ ।
ଭାରତ ଏବଂ ପାକିସ୍ତାନ ବିପକ୍ଷରେ ଶେଷ ଥର ପାଇଁ ୨୦୧୨-୧୩ରେ ଖେଳାଯାଇଥିଲା ଘରୋଇ ସିରିଜ । ଏହାପରେ ଉଭୟ ଦେଶ ମଧ୍ୟରେ ବିଭିନ୍ନ କାରଣରୁ ସୃଷ୍ଟି ହୋଇଥିଲା ବିବାଦ । ଯାହାର ପ୍ରଭାବ କ୍ରିକେଟରେ ମଧ୍ୟ ଦେଖିବାକୁ ମିଳିଥିଲା । ତେଣୁ ବାରମ୍ବାର ଯୋଜନା ସତ୍ତେ୍ୱ ସିରିଜ ଆୟୋଜନ ହୋଇ ପାରିନାହିଁ । ଏବେ କିନ୍ତୁ ପରିସ୍ଥିତି ବଦଳିଛି । ତେଣୁ ଦୀର୍ଘ ବର୍ଷ (୧୯୯୮) ପରେ ମାର୍ଚ୍ଚ ମାସରେ ଅଷ୍ଟ୍ରେଲିଆ ପ୍ରଥମ ଥର ପାଇଁ ପାକିସ୍ତାନ ଗସ୍ତ କରି ସିରିଜ ଖେଳିବାକୁ ଯାଉଛି ।

Related posts

୨୦୨୪-୨୫ ରଣଜୀର ୨ୟ ଫେଜରେ ଖେଳିପାରନ୍ତି ରୋହିତ ଶର୍ମା

Odisha Sports Bureau

ରାଜସ୍ଥାନ ରୟାଲ୍‌ସକୁ ୮ ୱିକେଟ୍‌ରେ ହରାଇଲା କୋଲକାତାର

Odisha Sports Bureau

ବିସିସିଆଇ ସଭାପତି ପଦରୁ ଇସ୍ତଫା ଗୁଜବକୁ ଖଣ୍ତନ କଲେ ସୌରଭ ଗାଙ୍ଗୁଲି

Odisha Sports Bureau