Cricket

ବିବାଦରେ ପନ୍ତଙ୍କ ଗ୍ଲୋଭସ

ଲର୍ଡ୍ସ: ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟରେ ବ୍ୟକଫୁଟରେ ରହିଛି ଭାରତୀୟ ଦଳ । ୭୮ ରନରେ ଅଲାଆଉଟ ହେବା ପରେ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ଦଳ ୩୪୫ ରନର ଅଗ୍ରଣୀ । ଦ୍ୱିତୀୟ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା ଇଂଲଣ୍ଡ ୪୨୩-୮ ରନ କରି ମଜଭୁତ ସ୍ଥିତିରେ ରହିଛି । ତେବେ ଏହି ସମୟରେ ଭାରତୀୟ ୱିକେଟ କିପର ରିଷଭ ପନ୍ତଙ୍କୁ ନେଇ ବିବାଦ ଦେଖାଦେଇଛି । ନିଜ ଗ୍ଲୋଭସରେ ଟେପ ଲଗାଇଥିବାରୁ ମ୍ୟାଚ ପରିଚାଳନା କରୁଥିବା ଅମ୍ପାୟାର ତାଙ୍କୁ ତାଗିଦ କରିଛନ୍ତି ।
ମ୍ୟାଚର ଦ୍ୱିତୀୟ ଦିନରେ ଦ୍ୱିତୀୟ ସେସନର ଶେଷ ବଲରେ ପନ୍ତ ଧରିଥିଲେ ଡାଭିଡ ମଲାନଙ୍କ କ୍ୟାଚ । ଏହି ସମୟରେ ମ୍ୟାଚରେ ହୋଇଥିଲା ବିବାଦର ଆରମ୍ଭ । ମଲାନଙ୍କ କ୍ୟାଚ ଧରିବା ସମୟରେ ପନ୍ତ ହାତରେ ପିନ୍ଧିଥିବା ଗ୍ଲୋଭସ ଉପରେ ଅମ୍ପାୟାରଙ୍କ ନଜର ପଡିଥିଲା । ଯେଉଁଥିରେ ଟେପ ଲାଗିଥିଲା । ଏହାପରେ ଅମ୍ପାୟାର ତାଙ୍କୁ ତାଗିଦ କରିଥିଲେ ଏବଂ ତୃତୀୟ ସେସନରେ ଏହି ଟେପ ହଟାଇବାକୁ କହିଥିଲେ ।


ଏହି ଟେପଟି ପନ୍ତଙ୍କ ଗ୍ଲୋଭସର ଚତୁର୍ଥ ଏବଂ ପଞ୍ଚମ ଆଙ୍ଗୁଠି ମଧ୍ୟରେ ରହିଥିଲା । ଯାହା ଆଇସିସି ନିୟମ ବିରୁଦ୍ଧ । ଆଇସିସି ନିୟମ ଅନୁଯାୟୀ ଟେପ କେବଳ ବୁଢା ଆଙ୍ଗୁଠି ନିକଟରେ ରହି ପାରିବ । ଏହାକୁ ନେଇ କମେଣ୍ଚ୍ରି କରୁଥିବା ନାସିର ହୁସେନ ଓ ଡେଭିଡ୍ ଲାୟଡ୍ କହିଥିଲେ ଯେ, ଅମ୍ପାୟାର ମଲାନଙ୍କୁ ଆଉଟ ଦେବା କଥା ନୁହେଁ । ସେ ତାଙ୍କୁ ପୁଣି କ୍ରିଜକୁ ଫେରାଇ ଆଣିବା କଥା । କାରଣ ଓ୍ୱିକେଟ୍ କିପର ପନ୍ତ ବେଆଇନ ଭାବେ ଗ୍ଲୋଭସରେ ଟେପ୍ ଲଗାଇ କ୍ୟାଚ୍ ଧରିଥିଲେ ।

Related posts

ଭାରତୀୟ ଦଳର କୋଚ ପାଇଁ ଆଗ ଧାଡ଼ିରେ ଜୟବର୍ଦ୍ଦନେ

ସୁଧୁରିବାରେ ଲାଗିଛି ଟିମ୍ ଇଣ୍ଡିଆ ୱିକେଟ କିପର ରିଷଭ ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା

Odisha Sports Bureau

କ୍ରିକେଟରୁ ସନ୍ୟାସ ନେଇ ପୁଣି ପ୍ରତ୍ୟାବର୍ତ୍ତନ କଲେ ମନୋଜ ତିୱାରୀ

Odisha Sports Bureau