Javelin Throw

ଫାଇନାଲରେ ଏଣ୍ଟ୍ରି କଲେ ନୀରଜ ଚୋପ୍ରା

ପ୍ୟାରିସ: ଭାରତର ଗୋଲ୍ଡେନ ବଏ ନୀରଜ ଚୋପ୍ରା ଯୋଗ୍ୟତା ପର୍ଯ୍ୟାୟରେ ୮୯.୩୪ ମିଟର ଦୂରକୁ ଜାଭେଲିନ ଫିଙ୍ଗି ଫାଇନାଲରେ ଏଣ୍ଟ୍ରି ମାରିଛନ୍ତି। ଏହାପରେ ନୀରଜ ବର୍ତ୍ତମାନ ସ୍ୱର୍ଣ୍ଣ ପଦକ ପାଇଁ ଫାଇନାଲରେ ଜାଭେଲିନ୍ ପକାଇବେ। ଗ୍ରୁପ୍ ବିରେ ଯୋଗ୍ୟତା ଅର୍ଜନ କରିବାରେ ନୀରଜ ପ୍ରଥମ ଆଥଲେଟ୍ ହୋଇଛନ୍ତି। ଚଳିତ ସିଜିନରେ ଏହା ହେଉଛି ନୀରଜଙ୍କ ସର୍ବୋତ୍ତମ ପ୍ରଦର୍ଶନ। ପ୍ରଥମ ପ୍ରୟାସରେ ୮୯.୩୪ ମିଟର ଥ୍ରୋ କରିଥିଲେ। ତେବେ ଟୋକିଓ ଅଲିମ୍ପିକ୍ସରେ ନୀରଜ ସ୍ୱର୍ଣ୍ଣ ପଦକ ଜିତିଥିଲେ ଏବଂ ପ୍ୟାରିସ ଅଲମ୍ପିକ୍ସରେ ସେ ଗୋଲ୍ଡ ମେଡାଲ ଜିତିବେ ବୋଲି ଆଶା କରାଯାଉଛି। ତାଙ୍କ ପରେ ପାକିସ୍ତାନର ଅର୍ଶଦ ନଦୀମ ମଧ୍ୟ ଫାଇନାଲକୁ ଯାଇଛନ୍ତି। ସେ ପ୍ରଥମ ପ୍ରୟାସରେ ୮୬.୫୯ ଦୂରତାକୁ ଜାଭେଲିନ ପକାଇଛନ୍ତି। ନୀରଜଙ୍କ ଭଳି ନଦୀମ ମଧ୍ୟ ପ୍ରଥମ ପ୍ରୟାସରେ ଫାଇନାଲରେ ପହଞ୍ଚିଛନ୍ତି।

ନୀରଜଙ୍କ ଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୮୯.୯୪ ମିଟର। ସେ ଚଳିତ ଅଲିମ୍ପିକ୍ସରେ ୯୦ ମିଟର ଦୂରତା ଅତିକ୍ରମ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ଦିଗରରେ ବର୍ତ୍ତମାନ ନୀରଜ ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ନୀରଜଙ୍କ ଜାଭେଲିନ ଥ୍ରୋ ଫାଇନାଲ ଆସନ୍ତା ୮ ତାରିଖରେ ହେବ।

Related posts

ଇତିହାସ ରଚିଲେ ନୀରଜ ଚୋପ୍ରା: ୮୮.୧୭ ମିଟର ଥ୍ରୋ କରି ଜିତିଲେ ସ୍ୱର୍ଣ୍ଣ

Odisha Sports Bureau

ରୌପ୍ୟ ପଦକ ଜିତିଥିବା କିଶୋର କୁମାର ଜେନାଙ୍କୁ ଦେଢ଼ କୋଟି ଟଙ୍କାର ଚେକ୍ ସହ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

Odisha Sports Bureau

ଅଲିମ୍ପିକ୍ସ ପୂର୍ବରୁ ଭାରତକୁ ବଡ଼ ଝଟକା ଲାଗିଥିଲା, ‘ଗୋଲ୍ଡେନ ବୟ’ ନୀରଜ ଚୋପ୍ରା ଆହତ

Odisha Sports Bureau