Tennis

ଆଠ ବର୍ଷ ପରେ କ୍ୱାଟରଫାଇନାଲରେ କ୍ୱିଟୋଭା

(ଓଡିଶା ସ୍ପୋର୍ଟସ୍): ଚେକ୍ ରିପବ୍ଲିକର ପେଟ୍ରା କ୍ୱିଟୋଭା ଆଠ ବର୍ଷ ପରେ ଏବଂ କ୍ରମାଗତ ଦ୍ୱିତୀୟ ଥର ପାଇଁ ଫ୍ରେଞ୍ଚ ଓପନ୍ ଟେନିସ୍ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ଦୁଇଥର ୱିମ୍ବଲଡନ୍ ଚାମ୍ପିଅନ୍ କ୍ୱିଟୋଭା ଏକ ଘଣ୍ଟା ୨୭ ମିନିଟରେ ଚାଇନାର ଝାଙ୍ଗ ଶୁହାଇଙ୍କୁ ୬–୨, ୬–୪ ରେ ପରାସ୍ତ କରିଛନ୍ତି । ଏହାପୂର୍ବରୁ ସପ୍ତମ ସିଡ୍ କ୍ୱିଟୋଭା ୨୦୧୨ ରେ ସେମିଫାଇନାଲରେ ପ୍ରବେଶ କରିଥିଲେ । କ୍ୱିଟୋଭା ଏପର୍ୟ୍ୟନ୍ତ ଟୁର୍ନାମେଣ୍ଟରେ ଗୋଟିଏ ସେଟ୍ ମଧ୍ୟ ହରାଇ ନାହାଁନ୍ତି । ଝାଙ୍ଗ ପ୍ରଥମ ସେଟରେ ଯେତେବେଳେ ୨-୫ରେ ପଛୁଆ ଚାଲୁଥିଲେ , ସେତେବେଳେ ତାଙ୍କୁ ମେଡିକାଲ୍ ଟାଇମ୍ ଆଉଟ୍ ମିଳିଥିଲା । ସେପଟେ, କ୍ୱିଟୋଭା, ୱିଣ୍ଟ୍ରି ପାଗକୁ ଏଡାଇବା ପାଇଁ କୋର୍ଟ ଫିଲିପେ ଚାର୍ଟିଅର୍ ଉପରେ ଗୋଲାପୀ ରଙ୍ଗର ପୋଷାକ ପିନ୍ଧିନେଇଥିଲେ ।

Related posts

ଭାରତୀୟ ଫେଡ୍ କପ୍ ଟିମରେ ସାନିଆ

Odisha Sports Bureau

ମାରିଆ ଶାରାପୋଭ: ୭୦୦ ଡଲାରରୁ ଏଭଳି ଛିଡା କରାଇଥିଲେ କରୋଡର ସାମ୍ରାଜ୍ୟ

Odisha Sports Bureau

ପ୍ରାଗ୍ ଓପନରେ ଭାରତୀୟ ଚ୍ୟାଲେଞ୍ଜ ଶେଷ

Odisha Sports Bureau