(ଓଡିଶା ସ୍ପୋର୍ଟ): ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଟେଷ୍ଟରେ ଚମକପ୍ରଦ ବିଜୟ ପରେ ଭାରତୀୟ ଟିମକୁ ପୁଣି ଏକ ଭଲ ଖବର ଆସିଛି । ଭାରତର ଯୁବ ବ୍ୟାଟ୍ସମ୍ୟାନ ପୃଥ୍ୱୀ ଓ ଡିସେମ୍ବର ୧୪ରୁ ଆରମ୍ଭ ହେଉଥିବା ୨ୟ ଟେଷ୍ଟ ଖେଳି ପାରନ୍ତି । ଟେଷ୍ଟ ପୂର୍ବରୁ ଫିଟନେଓ ହାସଲ କରିବା ପାଇର୍ ପୃଥ୍ୱୀ ଶାରୀରିକ ପରିଶ୍ରମ ଆରମ୍ଭ କରି ଦେଇଛନ୍ତି ।
ଗତ ମାସରେ କ୍ରିକେଟ ଅଷ୍ଟ୍ରେଲିଆ ଏକାଦଶ ବିପକ୍ଷରେ ଅଭ୍ୟାସ ମ୍ୟାଚ ସମୟରେ ୧୯ ବର୍ଷିଅ ପୃଥ୍ୱୀ ସାମାନ୍ୟ ଆଘାତ ପାଇଥିଲେ । ଏହି କାରଣରୁ ତାଙ୍କୁ ପ୍ରଥମ ଟେଷ୍ଟରେ ଭାରତୀୟ ଟିମରେ ଖେଳିବାକୁ ସୁଯୋଗ ମିଳି ନଥିଲା । ମୁମ୍ବାଇର ଏହି ଯୁବ କ୍ରିକେଟର ପ୍ରଥମ ଟେଷ୍ଟର ୫ ଓଭର ଏବଂ ଶେଷ ଦିନର ଖେଳ ଆରମ୍ଭରେ ଆଡିଲେଡ ଓଭାଲରେ ଦୌଡୁଥିବା ଦେଖାଯାଇଥିଲା ।
ଗତ ଅକ୍ଟୋବରରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ପଦାର୍ପଣ କରି ଟେଷ୍ଟ କ୍ରିକେଟରେ ଶତକ ହାସଲ କରିଥିବା ପୃଥ୍ୱୀ କିଛି ଦିନ ତଳେ ଅଭ୍ୟାସ ସମୟରେ ପଡି ଯିବାରୁ ଆହତ ହୋଇଥିଲେ । ପୃଥ୍ୱୀ ପର୍ଥରେ ୨ୟ ଟେଷ୍ଟ ଖେଳିବା ଆଶା କମ ଥିବା ବେଳେ ଡିସେମ୍ବର ୨୬ରେ ମେଲବୋର୍ଣ୍ଣରେ ଖେଳିବା ଏକ ପ୍ରକାର ଆଶା କରାଯାଉଛି । ୱେଷ୍ଟଇଣ୍ଡିଜ ବିପକ୍ଷରେ ପଦାର୍ପଣ କରି ଟେଷ୍ଟ ମ୍ୟାଚରେ ୧୩୪ ରନ ଇନିଂସ ଖେଳିଥିଲେ ପୃଥ୍ୱୀ । ଏଥି ପାଇଁ ତାଙ୍କୁ ମ୍ୟାନ ଅଫ ଦ ମ୍ୟାଚ ପୁରସ୍କାର ଦିଆଯାଇଥିଲା । ପଦାର୍ପଣ ଟେଷ୍ଟରେ ଶତକ ହାସଲ କରି ସବୁଠାରୁ ଯୁବ ଭାରତୀୟ କ୍ରିକେଟ ହୋଇଯାଇଥିଲେ ପୃଥ୍ୱୀ । ୱେଷ୍ଟଇଣ୍ଡିଜରେ ସେ ୭୦ ରନ ଏବଂ ୩୩ ରନ ମଧ୍ୟ ଯୋଡ଼ିଥିଲେ ।