(ଓଡିଶା ସ୍ପୋର୍ଟ): ଭାରତର ନୂତନ ବ୍ୟାଷ୍ଟ୍ ମ୍ୟାନ୍ ପୃଥ୍ୱୀ ଶାଁ ଅଷ୍ଟ୍ରେଲିଆ ବିପକ୍ଷରେ ଡିସେମ୍ବର ୬ ତାରିଖରୁ ଆରମ୍ଭ ହେବାକୁୁ ଥିବା ଟେଷ୍ଟରୁ ବାହାର ହୋଇଛନ୍ତି । ଅଷ୍ଟ୍ରେଲିଆ ଇଲେଭେନ୍ ବିପକ୍ଷରେ ଖେଳା ଯାଉଥିବା ଅଭ୍ୟାସ ମ୍ୟାଚ୍ ରେ ତାଙ୍କ ପାଦରେ ଘାଘାତ ଲାଗିଥିଲା । ସେଠାରେ ତାଙ୍କ ପାଦ ଏତେ ଯୋରରେ ମୋଡି ହୋଇଥିଲା ଯେ ସେ ଛିଡା ହୋଇପାରି ନ ଥିଲେ । ଏହି ଘଟଣା ସିଡନୀ ଗ୍ରାଉଣ୍ଡରେ ଖେଳାଯାଉଥିବା ଅଭ୍ୟାସ ମ୍ୟାଚ୍ ର ତୃତୀୟ ଦିନରେ ଘଟିଥିଲା । ୧୯ ବର୍ଷିୟ ପୃଥ୍ୱୀ ଯିଏକି ବ୍ୟାଟିଙ୍ଗ୍ କରି ୬୬ ରନର ଯୋରଦାର ପାଳି ଖେଳିଥିଲେ, ଫିଲ୍ଡିଙ୍ଗ କରୁଥିବା ସମୟରେ ଡିପ୍ ମେଡୱେକେଟ୍ ବାଉଣ୍ଡ୍ରିରେ କ୍ୟାଚ୍ ଧରିବା ପାଇଁ ଛେଷ୍ଟା କରୁଥିବା ସମୟରେ ତାଙ୍କ ପାଦରେ ଆଘାତ ଲାଗିଥିଲା । ପୃଥ୍ୱୀଙ୍କ ବାମ ଗୋଇଠିରେ ଆଘାତ ଲାଗିଥିବାର ଯଣାପଡିଛି ।
ପାଳିର ୧୫ ଓଭରର ଶେଷ ବଲରେ ଅଷ୍ଟ୍ରେଲିଆ ବ୍ୟାଷ୍ଟ୍ ମ୍ୟାନ୍ ମେକ୍ସ ବ୍ରାୟଙ୍କୁଣ୍ଟ ଆର୍ ଅଶ୍ୱିନ୍ ଉଚ୍ଚା ସଟ୍ କେଳିବାକୁ ଦେଇଥିଲେ । ବଲ୍ ସିଧା ମିଡ୍ୱେକେଟ୍ ପାଖକୁ ଯାଇଥିଲା, ଯାହାକୁ ଧରିବା ପାଇଁ ପୃଥ୍ୱୀ ପୂରା ଯୋର ଲଗାଇଥିଲେ । କ୍ୟାଚ୍ ନେବା ଏବଂ ନିଜକୁ ବାଉଣ୍ଡରି ଭିତରେ ରଖିବା ଚେଷ୍ଟାରେ ଏଭଳି ଅଘଟଣ ଘଟିଥିଲା । ବଲ୍ କୁୁ ଧରିବା ପରେ ସୀମା ରେଖା ପାର କରିବା ସମୟରେ ବଲ୍ ଭିତରକୁ ଫିଙ୍ଗି ପରିନଥିଲେ, ଫଳରେ ଅମ୍ପେୟାର ଏହାକୁ ଛକ୍କା କରିଥିଲେ । ଏହାପରେ ଟିମ୍ ଇଣ୍ଡିଆର ମେଡିକାଲ ଷ୍ଟାଫ୍ ଯଥାଶିଘ୍ର ବାଉଣ୍ଡରି ପାଖରେ ପହଂଞ୍ଚିଥିଲେ । ଯେତେବେଳେ ପ୍ରାଥମିକ ଚିକିତ୍ସା ପରେ ଶାଁଙ୍କ ସ୍ଥିତିରେ କୌଣସି ସୁଧାର ନ ଆସିବା ପରେ, କାନ୍ଧର ସାହାଯ୍ୟରେ ପଡିଆରୁ ବାହାରକୁ ନିଆଯାଇଥିଲା । ପ୍ରଥମେ ତାଙ୍କୁ ଚେଞ୍ଜିଙ୍ଗ ରୁମ୍କୁୁ ନିଆଯାଇଥିଲା, ପରେ କଷ୍ଟରେ ଚିକ୍ତାର କରୁଥିବା ପୃଥ୍ୱୀଙ୍କୁ ସ୍କାନ୍ ପାଇଁ ହସ୍ପିଟାଲ୍ ପଠାଯାଇଥିଲା ।
କିଛି ସମୟ ପରେ ପୃଥ୍ୱୀ ଶାଁଙ୍କ ମେଡିକାଲ ରିପୋର୍ଟ ଆସିଥିଲା । ଭାରତୀୟ କ୍ରିକେଟ୍ କଣ୍ଟୋଲ ବୋର୍ଡ (ବିସିସିଆଇ) ପ୍ରେସ୍ ରିଲିଜ୍ ଦ୍ୱାରା ଏହାର ସୂଚନା ଦେଇଛନ୍ତି । ବିସିିସଆଇ କହିଛନ୍ତି, ‘କ୍ରିକେଟ ଅଷ୍ଟ୍ରେଲିଆ ଏକାଦଶ ବିପକ୍ଷରେ ସିଡନୀରେ ଅନୁୁଷ୍ଠିତ ଏକ ଚାରି ଦିବସିୟ ଅଭ୍ୟାସ ମ୍ୟାଚ୍ରେ ଏକ କ୍ୟାଚ୍ ଧରିବା ଚେଷ୍ଟାରେ ତାଙ୍କ ପାଦରେ ଆଘାତ ଲାଗିଛି ।’ ବୋର୍ଡ କହିଥିଲେ, “ଶୁକ୍ରବାର ସକାଳେ ଶାଁ ଙ୍କ ଆଘାତର ରିପୋର୍ଟ ଆସିଥିଲା ଏବଂ ଏହି ଅବସ୍ଥାରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ୬ ଡିସେମ୍ବରରେ ଆରମ୍ଭ ହେବାକୁ ଥିବା ଟେଷ୍ଟ୍ ମ୍ୟାଚ୍ରେ ଖେଳିପାରିବେ ନାହିଁ ।”
ଏବେ ଦେଖିବାକୁ ବାକି ରହିଲା ଡିସେମ୍ବର ୬ରୁ ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟରେ ଭାରତୀୟ ଟିମ୍ ବେଷ୍ଟ ବ୍ୟାଷ୍ଟମ୍ୟାନ୍ଙ୍କ ରୂପେ କେଉଁମାନଙ୍କ ଉପରେ ଭରଷା କରୁଛନ୍ତି । ପୃଥ୍ୱୀ ଶାଁଙ୍କ ପାଦରେ ଆଘାତ ଲାଗିବା କାରଣରୁ ସିଡନୀରେ ଆରମ୍ଭ ହେବାକୁ ଥିବା ଟେଷ୍ଟରୁ ବାହାର ହୋଇଛନ୍ତି ।
(ରିପୋର୍ଟସ ଟୁଡେ / ଓଡିଶା ସ୍ପୋର୍ଟ): ଭାରତର ନୂତନ ବ୍ୟାଷ୍ଟ୍ ମ୍ୟାନ୍ ପୃଥ୍ୱୀ ଶାଁ ଅଷ୍ଟ୍ରେଲିଆ ବିପକ୍ଷରେ ଡିସେମ୍ବର ୬ ତାରିଖରୁ ଆରମ୍ଭ ହେବାକୁୁ ଥିବା ଟେଷ୍ଟରୁ ବାହାର ହୋଇଛନ୍ତି । ଅଷ୍ଟ୍ରେଲିଆ ଇଲେଭେନ୍ ବିପକ୍ଷରେ ଖେଳା ଯାଉଥିବା ଅଭ୍ୟାସ ମ୍ୟାଚ୍ ରେ ତାଙ୍କ ପାଦରେ ଘାଘାତ ଲାଗିଥିଲା । ସେଠାରେ ତାଙ୍କ ପାଦ ଏତେ ଯୋରରେ ମୋଡି ହୋଇଥିଲା ଯେ ସେ ଛିଡା ହୋଇପାରି ନ ଥିଲେ । ଏହି ଘଟଣା ସିଡନୀ ଗ୍ରାଉଣ୍ଡରେ ଖେଳାଯାଉଥିବା ଅଭ୍ୟାସ ମ୍ୟାଚ୍ ର ତୃତୀୟ ଦିନରେ ଘଟିଥିଲା । ୧୯ ବର୍ଷିୟ ପୃଥ୍ୱୀ ଯିଏକି ବ୍ୟାଟିଙ୍ଗ୍ କରି ୬୬ ରନର ଯୋରଦାର ପାଳି ଖେଳିଥିଲେ, ଫିଲ୍ଡିଙ୍ଗ କରୁଥିବା ସମୟରେ ଡିପ୍ ମେଡୱେକେଟ୍ ବାଉଣ୍ଡ୍ରିରେ କ୍ୟାଚ୍ ଧରିବା ପାଇଁ ଛେଷ୍ଟା କରୁଥିବା ସମୟରେ ତାଙ୍କ ପାଦରେ ଆଘାତ ଲାଗିଥିଲା । ପୃଥ୍ୱୀଙ୍କ ବାମ ଗୋଇଠିରେ ଆଘାତ ଲାଗିଥିବାର ଯଣାପଡିଛି ।
ପାଳିର ୧୫ ଓଭରର ଶେଷ ବଲରେ ଅଷ୍ଟ୍ରେଲିଆ ବ୍ୟାଷ୍ଟ୍ ମ୍ୟାନ୍ ମେକ୍ସ ବ୍ରାୟଙ୍କୁଣ୍ଟ ଆର୍ ଅଶ୍ୱିନ୍ ଉଚ୍ଚା ସଟ୍ କେଳିବାକୁ ଦେଇଥିଲେ । ବଲ୍ ସିଧା ମିଡ୍ୱେକେଟ୍ ପାଖକୁ ଯାଇଥିଲା, ଯାହାକୁ ଧରିବା ପାଇଁ ପୃଥ୍ୱୀ ପୂରା ଯୋର ଲଗାଇଥିଲେ । କ୍ୟାଚ୍ ନେବା ଏବଂ ନିଜକୁ ବାଉଣ୍ଡରି ଭିତରେ ରଖିବା ଚେଷ୍ଟାରେ ଏଭଳି ଅଘଟଣ ଘଟିଥିଲା । ବଲ୍ କୁୁ ଧରିବା ପରେ ସୀମା ରେଖା ପାର କରିବା ସମୟରେ ବଲ୍ ଭିତରକୁ ଫିଙ୍ଗି ପରିନଥିଲେ, ଫଳରେ ଅମ୍ପେୟାର ଏହାକୁ ଛକ୍କା କରିଥିଲେ । ଏହାପରେ ଟିମ୍ ଇଣ୍ଡିଆର ମେଡିକାଲ ଷ୍ଟାଫ୍ ଯଥାଶିଘ୍ର ବାଉଣ୍ଡରି ପାଖରେ ପହଂଞ୍ଚିଥିଲେ । ଯେତେବେଳେ ପ୍ରାଥମିକ ଚିକିତ୍ସା ପରେ ଶାଁଙ୍କ ସ୍ଥିତିରେ କୌଣସି ସୁଧାର ନ ଆସିବା ପରେ, କାନ୍ଧର ସାହାଯ୍ୟରେ ପଡିଆରୁ ବାହାରକୁ ନିଆଯାଇଥିଲା । ପ୍ରଥମେ ତାଙ୍କୁ ଚେଞ୍ଜିଙ୍ଗ ରୁମ୍କୁୁ ନିଆଯାଇଥିଲା, ପରେ କଷ୍ଟରେ ଚିକ୍ତାର କରୁଥିବା ପୃଥ୍ୱୀଙ୍କୁ ସ୍କାନ୍ ପାଇଁ ହସ୍ପିଟାଲ୍ ପଠାଯାଇଥିଲା ।
କିଛି ସମୟ ପରେ ପୃଥ୍ୱୀ ଶାଁଙ୍କ ମେଡିକାଲ ରିପୋର୍ଟ ଆସିଥିଲା । ଭାରତୀୟ କ୍ରିକେଟ୍ କଣ୍ଟୋଲ ବୋର୍ଡ (ବିସିସିଆଇ) ପ୍ରେସ୍ ରିଲିଜ୍ ଦ୍ୱାରା ଏହାର ସୂଚନା ଦେଇଛନ୍ତି । ବିସିିସଆଇ କହିଛନ୍ତି, ‘କ୍ରିକେଟ ଅଷ୍ଟ୍ରେଲିଆ ଏକାଦଶ ବିପକ୍ଷରେ ସିଡନୀରେ ଅନୁୁଷ୍ଠିତ ଏକ ଚାରି ଦିବସିୟ ଅଭ୍ୟାସ ମ୍ୟାଚ୍ରେ ଏକ କ୍ୟାଚ୍ ଧରିବା ଚେଷ୍ଟାରେ ତାଙ୍କ ପାଦରେ ଆଘାତ ଲାଗିଛି ।’ ବୋର୍ଡ କହିଥିଲେ, “ଶୁକ୍ରବାର ସକାଳେ ଶାଁ ଙ୍କ ଆଘାତର ରିପୋର୍ଟ ଆସିଥିଲା ଏବଂ ଏହି ଅବସ୍ଥାରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ୬ ଡିସେମ୍ବରରେ ଆରମ୍ଭ ହେବାକୁ ଥିବା ଟେଷ୍ଟ୍ ମ୍ୟାଚ୍ରେ ଖେଳିପାରିବେ ନାହିଁ ।”
ଏବେ ଦେଖିବାକୁ ବାକି ରହିଲା ଡିସେମ୍ବର ୬ରୁ ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟରେ ଭାରତୀୟ ଟିମ୍ ବେଷ୍ଟ ବ୍ୟାଷ୍ଟମ୍ୟାନ୍ଙ୍କ ରୂପେ କେଉଁମାନଙ୍କ ଉପରେ ଭରଷା କରୁଛନ୍ତି ।