Cricket

ପୃଥ୍ଵୀ ଶଙ୍କ ଖେଳ ଦେଥିବାକୁ ପହଞ୍ଚିଥିଲେ ମିଷ୍ଟ୍ରି ଗାର୍ଲ

ଆଇପିଏଲ୍ ସିଜିନ ଆରମ୍ଭରୁ ଖରାପ ଫର୍ମରେ ରହିଥିବା ପୃଥ୍ଵୀ ପୁଣିଥରେ ଟ୍ରାକକୁ ଫେରିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଷ୍ଟାର ବ୍ୟାଟର ପୃଥ୍ଵୀ ଶ ଅର୍ଦ୍ଧଶତକ ପାଳି ଖେଳିଛନ୍ତି । ଆଉ ଅର୍ଦ୍ଧଶତକ ହାସଲ କରିବା ପରେ ଷ୍ଟାଡିୟମରେ କୌଣସି ଯୁବତୀଙ୍କୁ ସାକ୍ଷାତ କରିବାକୁ ପହଞ୍ଚିଥିଲେ ପୃଥ୍ଵୀ ଶ । ଷ୍ଟାଡିୟମରେ ଥିବା ସୁନ୍ଦରୀ ଯୁବତୀ ଜଣକ ପୃଥ୍ଵୀଙ୍କ ସବୁ ସର୍ଟରେ ଉତ୍ସାହିତ ରହିଥିଲେ ।
ତେବେ ଭାଇରଲ ହେଉଥିବା ଯୁବତୀଙ୍କ ନାମ ନିଧି ତାପାଡିୟା । ଯିଏକି ପୃଥ୍ଵୀଙ୍କୁ ସମର୍ଥନ କରି ଖେଳ ଦେଖିବାକୁ ଆସିଥିଲେ । ଖେଳ ପରେ ନିଧି ଅଫିସିଆଲ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଥିଲେ । ଫଟୋ ସହିତ ଏକ ଭିଡିଓ ସେୟାର କରିଥିଲେ ନିଧି। ଯେଉଁଥିରେ ଷ୍ଟାଣ୍ଡ ନିକଟରେ ଠିଆ ହୋଇଥିବା ନିଧିକୁ ଦେଖାକରିବାକୁ ଆସିଥିଲେ ପୃଥ୍ଵୀ ।
ଏହାର କ୍ୟାପସନରେ ନିଧି ଲେଖିଛନ୍ତି, କ୍ୟା ଶୋ ହୈ ଶ’ । ଏହାପରେ ଏକ ଭାଲୁର ଚିତ୍ର ଏବଂ ଫାୟାର ଇମୋଜି ସହିତ ହାର୍ଟ ଇମୋଜି ମଧ୍ୟ ଦେଇଛନ୍ତି । ନିଧି ଏହି ଷ୍ଟୋରୀ ପୃଥ୍ଵୀ ଶକୁ ଟ୍ୟାଗ୍ କରିଛନ୍ତି । ଏହାର କିଛି ସମୟ ପରେ ପୃଥ୍ଵୀ ମଧ୍ୟ ନିଜ ଷ୍ଟୋରୀରେ ଏହାକୁ ପକାଇଛନ୍ତି ।
ସୂଚନାଯୋଗ୍ୟ, ନିଧି ତପାଡିଆ ଜଣେ ଅଭିନେତ୍ରୀ ତଥା ମଡେଲ । ସେ ନାସିକରେ ରୁହନ୍ତି । ନିଧି ଏବଂ ପୃଥ୍ଵୀ ଅନେକ ଥର ଏକାଠି ନଜର ଆସିଛନ୍ତି । କିନ୍ତୁ ଦୁହିଁଙ୍କୁ ନେଇ ଏପର୍ୟ୍ୟନ୍ତ ଅଫିସିଆଲ କିଛି ଘୋଷଣା ହୋଇନାହିଁ । ପୃଥ୍ଵୀ ମଧ୍ୟ ଭାଲେଣ୍ଟାଇନ ଡେରେ ନିଧିଙ୍କ ସହିତ ଏକ ଫଟୋ ସେୟାର କରି ଡିଲିଟ୍ କରିଦେଇଥିଲା । ସେହି ଫଟୋରେ ଲେଖିଥିଲେ ‘ହ୍ୟାପି ଭାଲେଣ୍ଟାଇନ ଡେ ମାଇ ଓ୍ଵାଇଫ ନିଧି’ ।
ଏହାପରେ ପୃଥ୍ଵୀ ଫଟୋକୁ ନେଇ ସଫେଇ ଦେଇଥିଲେ । ଆଉ କହିଥିଲେ, କିଏ ମୋ ଫଟୋ ଏଡିଟ୍ କରି ଏମିତି ଜିନିଷ କରିଦେଇଛି । ମୁଁ ଏପରି ସୋସିଆଲ ମିଡିଆେରେ ପୋଷ୍ଟ କରିନାହିଁ ।

Related posts

ବିଦେଶରେ ପାର୍ଟି କରୁଛନ୍ତି ରାହୁଲ

Odisha Sports Bureau

ମାହିଙ୍କ ଟ୍ୱିଟର ଆକାଉଣ୍ଟରୁ ହଟିଲା ବ୍ଲୁ ଟିକ

Odisha Sports Bureau

ସୁପର୍ ଫାଷ୍ଟ୍ ଷ୍ଟମ୍ପିଙ୍ଗ୍ ପାଇଁ ଚର୍ଚ୍ଚାରେ କ୍ୟାପଟେନ୍ କୁଲ୍