ନୂଆଦିଲ୍ଲୀ: ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ ଦୁଇଟି ଟିମକୁ ଲାଗିଲା ବଡ ଝଟକା । ଦୁଇ ଦଳର ଷ୍ଟାର ଖେଳାଳୀ ଆଇପିଏଲରୁ ଓହରିଥିବା ଖବର ସାମନାକୁ ଆସିଛି । ଏମାନଙ୍କ ଅନୁପସ୍ଥିତି ଫ୍ରାଞ୍ଚାଇଜି ପାଇଁ ସମସ୍ୟା ବଢାଇପାରେ ବୋଲି ଅନୁମାନ କରାଯାଉଛି ।
ଆଇପିଏଲର ଦୁଇ ସଫଳ ଫ୍ରାଞ୍ଚାଇଜି ସନରାଇଜର୍ସ ହାଇଦ୍ରାବାଦ ଏବଂ ପଞ୍ଜାବ କିଙ୍ଗସ । ଚଳିତ ବର୍ଷ ଆଇପିଏଲର ପ୍ରଥମ ପର୍ଯ୍ୟାୟରେ ଖୁବ ସୁନ୍ଦର ପ୍ରଦର୍ଶନ କରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ ଦୁଇ ଦଳକୁ ଜବରଦସ୍ତ ଝଟକା ଲାଗିଛି । ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତା ୧୯ ତାରିଖରୁ ୟୁଏଇରେ ଆରମ୍ଭ ହେବାକୁ ଯାଉଛି । ଏହାର ଠିକ ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦର ଓପନର ଜନି ବେୟାରଷ୍ଟୋ ଏବଂ ପଞ୍ଜାବ କିଙ୍ଗସର ଖେଳାଳୀ ଡାଭିଡ ମଲାନ ଆଇପିଏଲରୁ ଓହରିବା ନେଇ ଘୋଷଣା କରିଛନ୍ତି । ଉଭୟ ଖେଳାଳୀଙ୍କର ଏହି ନିଷ୍ପତ୍ତି ଦୁଇ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି । ଭାରତ-ଇଂଲଣ୍ଡ ବିପକ୍ଷ ମାଞ୍ଚେଷ୍ଟର ଟେଷ୍ଟ ରଦ୍ଦ ହେବା ପରେ ଇଂଲଣ୍ଡର ଖେଳାଳୀମାନେ ଭାରତୀୟ ଖେଳାଳୀଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି । ତେଣୁ ଉଭୟ ଖେଳାଳୀ ଏହି ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି ।
ପୂର୍ବରୁ ଇଂଲଣ୍ଡର ଷ୍ଟାର ଖେଳାଳୀ ଜୋଫ୍ରା ଆର୍ଚର, ବେନ ଷ୍ଟୋକ୍ସ ଏବଂ ଜୋସ ବଟଲର ଆଇପିଏଲରୁ ନିଜ ନାମ ଫେରସ୍ତ କରି ସାରିଛନ୍ତି । ଯାହାଦ୍ୱାରା ରାଜସ୍ଥାନ ରୋୟଲ୍ସର ପ୍ରସ୍ତୁତି ଶିବିରରେ ଜୋରଦାର ଝଟକା ଲାଗିଛି ।
previous post
next post