Cricket

ଆଇପିଏଲର ଦୁଇ ଦଳକୁ ଝଟକା

ନୂଆଦିଲ୍ଲୀ: ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ ଦୁଇଟି ଟିମକୁ ଲାଗିଲା ବଡ ଝଟକା । ଦୁଇ ଦଳର ଷ୍ଟାର ଖେଳାଳୀ ଆଇପିଏଲରୁ ଓହରିଥିବା ଖବର ସାମନାକୁ ଆସିଛି । ଏମାନଙ୍କ ଅନୁପସ୍ଥିତି ଫ୍ରାଞ୍ଚାଇଜି ପାଇଁ ସମସ୍ୟା ବଢାଇପାରେ ବୋଲି ଅନୁମାନ କରାଯାଉଛି ।
ଆଇପିଏଲର ଦୁଇ ସଫଳ ଫ୍ରାଞ୍ଚାଇଜି ସନରାଇଜର୍ସ ହାଇଦ୍ରାବାଦ ଏବଂ ପଞ୍ଜାବ କିଙ୍ଗସ । ଚଳିତ ବର୍ଷ ଆଇପିଏଲର ପ୍ରଥମ ପର୍ଯ୍ୟାୟରେ ଖୁବ ସୁନ୍ଦର ପ୍ରଦର୍ଶନ କରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ ଦୁଇ ଦଳକୁ ଜବରଦସ୍ତ ଝଟକା ଲାଗିଛି । ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତା ୧୯ ତାରିଖରୁ ୟୁଏଇରେ ଆରମ୍ଭ ହେବାକୁ ଯାଉଛି । ଏହାର ଠିକ ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦର ଓପନର ଜନି ବେୟାରଷ୍ଟୋ ଏବଂ ପଞ୍ଜାବ କିଙ୍ଗସର ଖେଳାଳୀ ଡାଭିଡ ମଲାନ ଆଇପିଏଲରୁ ଓହରିବା ନେଇ ଘୋଷଣା କରିଛନ୍ତି । ଉଭୟ ଖେଳାଳୀଙ୍କର ଏହି ନିଷ୍ପତ୍ତି ଦୁଇ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି । ଭାରତ-ଇଂଲଣ୍ଡ ବିପକ୍ଷ ମାଞ୍ଚେଷ୍ଟର ଟେଷ୍ଟ ରଦ୍ଦ ହେବା ପରେ ଇଂଲଣ୍ଡର ଖେଳାଳୀମାନେ ଭାରତୀୟ ଖେଳାଳୀଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି । ତେଣୁ ଉଭୟ ଖେଳାଳୀ ଏହି ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି ।
ପୂର୍ବରୁ ଇଂଲଣ୍ଡର ଷ୍ଟାର ଖେଳାଳୀ ଜୋଫ୍ରା ଆର୍ଚର, ବେନ ଷ୍ଟୋକ୍ସ ଏବଂ ଜୋସ ବଟଲର ଆଇପିଏଲରୁ ନିଜ ନାମ ଫେରସ୍ତ କରି ସାରିଛନ୍ତି । ଯାହାଦ୍ୱାରା ରାଜସ୍ଥାନ ରୋୟଲ୍ସର ପ୍ରସ୍ତୁତି ଶିବିରରେ ଜୋରଦାର ଝଟକା ଲାଗିଛି ।

Related posts

ବାରବାଟୀକୁ ଫେରିବ ଟେଷ୍ଟ ମ୍ୟାଚ!

Odisha Sports Bureau

ନିଖୋଜ ମହିଳା କ୍ରିକେଟର ରାଜଶ୍ରୀଙ୍କ ଝୁଲନ୍ତା ମୃତଦେହ ଠାବ

Odisha Sports Bureau

ନିଜକୁ ଫିଟ ଘୋଷଣା କରିଛନ୍ତି ଭାରତୀୟ କ୍ରିକେଟ ଦଳର ତାରକା ବ୍ୟାଟର ଶେୟସ ଆୟର

Odisha Sports Bureau