Cricket

୨୦୨୨ରେ ବିରାଟଙ୍କୁ ଟପିବେ ରାହୁଲ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ ବା ଆଇପିଏଲରେ ହେବାକୁ ଯାଉଛି ମେଗା ଅକ୍ସନ । ୨୦୨୨ ସିଜନରେ ଯୋଡି ହେବେ ଦୁଇ ନୂଆ ଟିମ ଲକ୍ଷେ୍ନø ଏବଂ ଅହମ୍ମଦାବାଦ । ଏହି ସମୟରେ ପଞ୍ଜାବ କିଙ୍ଗସର ଅଧିନାୟକ ତଥା ଷ୍ଟାର ଖେଳାଳୀ ଲୋକେଶ ରାହୁଲ ପ୍ରାୟତଃ ପଞ୍ଜାବ ଦଳକୁ ଛାଡିବା ପାଇଁ ନିଷ୍ପତ୍ତି ନେଇ ସାରିଛନ୍ତି । ତେଣୁ ନୂଆ ଫ୍ରାଞ୍ଚାଇଜି ଲକ୍ଷେ୍ନø ତାଙ୍କୁ ଦଳରେ ସାମିଲ କରିବା ପାଇଁ ଭରପୂର ଚେଷ୍ଟା ଜାରି ରଖିଛି ।

IPL 2022: PBKS respect KL Rahul's decision to enter auction, says Anil Kumble - Sports News
ଭାରତୀୟ କ୍ରିକେଟ୍ ଦଳର ଓପନର୍ କେ.ଏଲ୍ ରାହୁଲ ଜଣେ ଦକ୍ଷ ବ୍ୟାଟ୍ସମ୍ୟାନ୍ । ଏହା ସହିତ ସେ ଦଳକୁ ବିଭିନ୍ନ ଉପାୟରେ ଜିତାଇବାର କ୍ଷମତା ମଧ୍ୟ ରଖିଛନ୍ତି । ସେ ଓପନିଂ ସହିତ ଅଧିନାୟକତ୍ୱ ଭାର ସମ୍ଭାଳନ୍ତି ଏବଂ ୱିକେଟ୍ ରକ୍ଷକ ମଧ୍ୟ । ରାହୁଲଙ୍କୁ ଦଳରେ ସାମିଲ କରିବା ପାଇଁ ୨୦ କୋଟି ଟଙ୍କାର ଅଫର ଦେଇଛି ଲକ୍ଷେ୍ନø । ଆଇପିଏଲ ଇତିହାସରେ ଏହା ସର୍ବାଧିକ ହୋଇପାରେ ।

IPL 2022: Lucknow, Ahmedabad have 33-crore budget to pick 3 players from pool at start of auction- The New Indian Express

Disney+ Hotstar - Watch TV Shows, Movies, Live Cricket Matches & News Online
ରାହୁଲ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଇତିହାସରେ ସବୁଠାରୁ ଦାମୀ ଖେଳାଳି ହେବାକୁ ଯାଉଛନ୍ତି। ଯଦି ସେ ଲକ୍ଷ୍ନୌ ଟିମର ସାମିଲ ହେଉଛନ୍ତି ତେବେ ୨୦ କୋଟି ଟଙ୍କା ପାଇବେ । ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳର ଅଧିନାୟକ ବିରାଟ କୋହଲି ଏହି ଟୁର୍ଣ୍ଣାମେଣ୍ଟର ସବୁଠାରୁ ଦାମୀ ଖେଳାଳି ଥିଲେ । ୨୦୧୮ରେ ତାଙ୍କୁ ୧୮ କୋଟି ଟଙ୍କାରେ କିଣିଥିବା ଆର୍ସିବି ।

Related posts

ପଞ୍ଜାବ କିଙ୍ଗ୍ସ ଓ ଗୁଜୁରାଟ ଟାଇଟନ୍ସ ମଧ୍ୟରେ କଡ୍ଡା ଟକ୍କର

ଆଇପିଏଲରେ ସବୁଠାରୁ କନିଷ୍ଠ ଖେଳାଳି ପ୍ରୟାସ ରାୟ ବର୍ମନ

Odisha Sports Bureau

ଟିମ ଉପରେ ବର୍ଷିଲେ ବିରାଟ

Odisha Sports Bureau