ନୂଆଦିଲ୍ଲୀ: ଇଣ୍ଟରନେସନାଲ କ୍ରିକେଟ କାଉନ୍ସିଲ(ଆଇସିସି) ଜାରି କରିଛି ଟି-୨୦ ବ୍ୟାଟ୍ସମ୍ୟାନ ମାନ୍ୟତା । ଏହି ଲିଷ୍ଟରେ ଓପନର ମାନଙ୍କ ରାଜ ଦେଖିବାକୁ ମିଳିଛି । ତିନୋଟି ଦେଶର ଓପନରଙ୍କୁ ମିଳିଛି ଫାଇଦା । ଭାରତୀୟ ଦଳର ଓପନର କେ.ଏଲ ରାହୁଲ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି । ତାଙ୍କ ବ୍ୟତୀତ ପାକିସ୍ତାନ ଓପନର ମହମ୍ମଦ ରିଜୱାନ ଏବଂ ନ୍ୟୁଜିଲାଣ୍ଡର ଓପନର ମାର୍ଟିନ ଗପ୍ଟିଲ ମଧ୍ୟ ତାଲିକାରେ ପଦୋନ୍ନତି ପାଇଛନ୍ତି । ଗପଟିଲ ତିନୋଟି ସ୍ଥାନ ଉପରକୁ ଉଠି ଟପ୍-୧୦କୁ ଫେରିଥିବା ବେଳେ ବିରାଟ କୋହଲି ଏବଂ ରୋହିତ ଶର୍ମା ଏଥିରୁ ବାଦ ପଡିଛନ୍ତି ।
↗️ Rizwan, Rahul move up one spot
↗️ Guptill back in top 10Some notable changes in this week's @MRFWorldwide ICC Men's T20I Player Rankings 👀
Full list: https://t.co/uR3Jx2jJ5V pic.twitter.com/f5JDnWLrFa
— ICC (@ICC) November 24, 2021
ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ରାହୁଲଙ୍କ ଦମଦାର ବ୍ୟାଟିଂ ତାଙ୍କୁ ମାନ୍ୟତାରେ ଆଗକୁ ନେଇଛି । ଏହି ସିରିଜରେ ମାର୍ଟିନ ଗପ୍ଟିଲ ମଧ୍ୟ ଟପ-୧୦ରେ କମବ୍ୟାକ କରିଛନ୍ତି । ସେହିପରି ପାକିସ୍ତାନୀ ଓପନର ମହମ୍ମଦ ରିଜୱାନ ବାଂଲାଦେଶ ବିପକ୍ଷ ସିରିଜରେ ଜବରଦସ୍ତ ଫର୍ମ ପାଇଁ ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି । ଏହି ଲିଷ୍ଟର ପ୍ରଥମ ସ୍ଥାନରେ ପାକିସ୍ତାନର ଅଧିନାୟକ ବାବର ଆଜମ, ଦ୍ୱିତୀୟରେ ଇଂଲଣ୍ଡର ଡେଭିଡ ମଲାନ । ତେବେ ଦଳର ଏକମାତ୍ର ଭାରତୀୟ ଭାବେ ଲିଷ୍ଟରେ ସ୍ଥାନ ପାଇଛନ୍ତି କେ.ଏଲ ରାହୁଲ ।
ଅନ୍ୟ ପକ୍ଷରେ ବିଶ୍ୱକପ ପରେ ଭାରତର ଟି-୨୦ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲୀଙ୍କୁ ଲାଗିଛି ଝଟକା । ବିରାଟ କୋହଲି ନିକଟରେ ସଂପନ୍ନ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ଖେଳି ନାହାନ୍ତି। ତେଣୁ ତାଙ୍କ ମାନ୍ୟତାରେ କୌଣସି ପରିବର୍ତ୍ତନ ଘଟିନାହିଁ। ସେ ୧୧ତମ ସ୍ଥାନରେ ଥିବା ବେଳେ ଭାରତୀୟ ଟି-୨୦ ଦଳର ନୂତନ ଅଧିନାୟକ ରୋହିତ ଶର୍ମା ୧୩ତମ ସ୍ଥାନରେ ରହିଛନ୍ତି।