Cricket

ଲର୍ଡସରେ ରାହୁଲ ଶୋ’

ଲର୍ଡ୍ସ: ଐତିହାସିକ ଲର୍ଡ୍ସ ମଇଦାନରେ ଇତିହାସ ରଚିଛନ୍ତି ଭାରତୀୟ ଓପନର କେ.ଏଲ ରାହୁଲ । ଦଳ ପାଇଁ ବ୍ୟକ୍ତିଗତ ୧୨୭ ରନର ପାଳି ବଳରେ ଦଳ ୨୭୬ ରନର ଏକ ବିଶାଳ ସ୍କୋର ଇଂଲଣ୍ଡ ସାମନାରେ ରଖିଛି । ଦ୍ୱିତୀୟ ଟେଷ୍ଟରେ ଟସ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲେ ଇଂଲଣ୍ଡ ଜୋ ରୁଟ । କିନ୍ତୁ ତାଙ୍କର ଏହି ମାଷ୍ଟର ପ୍ଲାନକୁ ଫେଲ କରି ଦେଇଛନ୍ତି ଭାରତର ଦୁଇ ଓପନର ରୋହିତ ଶର୍ମା ଏବଂ କେ.ଏଲ ରାହୁଲ । ପ୍ରଥମ ୱିକେଟ ପାଇଁ ଇଂଲଣ୍ଡ ଦଳକୁ ଖୁବ ସମୟ ଅପେକ୍ଷା କରାଇଥିଲେ ଏହି ଦୁଇ ଖେଳାଳୀ । ଶେଷରେ ପ୍ରଥମ ୱିକେଟ ଭାବରେ ରୋହିତ ପାଭିଲିୟନ ଫେରିଥିଲେ । ୮୩ ରନ କରି ନିଜ ୱିକେଟ ହରାଇଥିବା ରୋହିତ ଏକ ଭଲ ଶତକରୁ ବଞ୍ଚିତ ହୋଇଥିଲେ । କିନ୍ତୁ ପଡିଆରେ ମହଜୁଦ ଥିଲେ ଅନ୍ୟତମ ଓପନର କେ.ଏଲ ରାହୁଲ ।

 ତେବେ ରୋହିତଙ୍କ ପରେ ରାହୁଲଙ୍କୁ ଅନ୍ୟ ଖେଳାଳୀ ମାନଙ୍କ ପାଖରୁ ସହଯୋଗ ମିଳିପାରିନଥିଲା । କୌଣସି ଖେଳାଳୀ ରାହୁଲଙ୍କ ସହ ଏକ ବଡ ଭାଗିଦାରୀ କରି ପାରିନଥିଲେ । ଚେତେଶ୍ୱର ପୂଜାରା ୯ ରନ, ଅଜିଙ୍କ୍ୟ ରାହଣେ ୧ଓ ବିରାଟ କୋହଲି ୪୨ ରନ୍ର ଇନିଂସ ଖେଳିଥିଲେ । ରୋହିତ ଏବଂ ପୂଜାରାଙ୍କ ୱିକେଟ ପରେ ଟିମ ଇଣ୍ଡିଆ ଉପରେ ପୁଣି ଭାରି ପଡିଥିଲେ ଇଂଲିଶ ବୋଲର । ତେବେ ଏହି ସମୟରେ ଅଧିନାୟକ କୋହଲୀ ରାହୁଲଙ୍କ ସହ ମିଶି ସ୍ଥିତି ସମ୍ଭାଳିବାକୁ ଉଦ୍ୟମ କରିଥିଲେ । କିନ୍ତୁ ୩ଟି ଚୌକା ବଳରେ ୪୨ ରନ କରି ପାଭିଲିୟନ ଫେରିଯାଇଥିଲେ । ଏହାପରେ ରାହାଣେ ଏବଂ ରାହୁଲ ଦଳକୁ ଆଉ କୌଣସି କ୍ଷତି ସହିବାକୁ ଦେଇ ନଥିଲେ । ସେପଟେ ରାହୁଲ ନିଜ ପାଳିରେ ଲଗାଇନଥିଲେ ବ୍ରେକ । ପୂଜାରା, ରାହାଣେ ଏବଂ କୋହଲୀଙ୍କ ସହ ମିଶି ସେ ଇଂଲଣ୍ଡ ବୋଲରଙ୍କ ପାଇଁ ଏକ ଦୁଃସ୍ୱପ୍ନ ହୋଇ ଖେଳି ଚାଲିଥିଲେ । ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା ରାହୁଲ ୧୨ଟି ଚୌକା ଏବଂ ଗୋଟିଏ ଛକା ସହ ୧୨୭ ଏବଂ ରାହାଣେ ୧ ରନ କରି ପଡିଆରେ ଉପସ୍ଥିତ ଅଛନ୍ତି । ସେପଟେ ଇଂଲଣ୍ଡ ପକ୍ଷରୁ ଜେମ୍ସ ଆଣ୍ଡରସନ ୨ ଏବଂ ଓଲି ରବିନସନ ଗୋଟିଏ ୱିକେଟ ଅକ୍ତିଆର କରିଛନ୍ତି ।

Related posts

ପୁରୀରେ ଆୟୋଜିତ ନୂଆ ଓ’ ରାଜ୍ୟସ୍ତରୀୟ କ୍ରିକେଟ୍ ପ୍ରତିଯୋଗିତା

Odisha Sports Bureau

ଶିଖରଙ୍କ ନୂଆ ରେକର୍ଡ ବର୍ଷା

Odisha Sports Bureau

ରାହାଣେଙ୍କ ଫୋକସ ମନ୍ତ୍ର

Odisha Sports Bureau