Cricket

ଚେନ୍ନାଇ ସୁପର କିଙ୍ଗସକୁ ୩ ରନରେ ପରାସ୍ତ କରିଛି ରାଜସ୍ଥାନ ରୟାଲ୍ସ

ବାଜିମାରିଲା ରାଜସ୍ଥାନ ରୟାଲ୍ସ , ଚାଲିଥିବା ଆଇପିଏଲ ରେ ମୁହାଁମୁହିଁ ହୋଇଥିଲେ ଚେନ୍ନାଇ ସୁପର କିଙ୍ଗସ-ରାଜସ୍ଥାନ ରୟାଲ୍ସ । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୮ ଓ୍ଵିକେଟ ହରାଇ ୧୭୫ ରନ କରିଥିଲା । ଦଳ ପକ୍ଷରୁ ବଟଲର ଅର୍ଦ୍ଧଶତକ ହାସଲ କରିଥିଲେ । ୧୭୬ ରନର ଟାର୍ଗେଟକୁ ପିଛା କରୁଥିବା ଚେନ୍ନାଇ ଟିମ ୧୭୨ ରନ କରିପାରିଥିଲା । ଧୋନୀ ୩୨ ଓ ଜାଡେଜା ୨୫ ରନ ଅପରାଜିତ ଥିଲେ ବି ମ୍ୟାଚକୁ ଜିତାଇ ପାରିନଥିଲେ । ଶେଷ ଓଭରର ଶେଷ ବଲରେ ରାଜସ୍ଥାନ ମ୍ୟାଚ ଛଡାଇ ନେଇଥିଲା । ଏହି ବିଜୟ ସହ ପଏଣ୍ଟ ତାଲିକାର ଶୀର୍ଷରେ ରହିଛି ରାଜସ୍ଥାନ ରୟାଲ୍ସ । ଚେନ୍ନାଇ ପକ୍ଷକୁ ଡେଭନ କନୱେ ସର୍ବାଧିକ ୫୦ ରନ୍ କରିଥିବା ବେଳେ କ୍ୟାପ୍ଟେନ୍ ମହେନ୍ଦ୍ର ସିଂହ ଧୋନୀ ୩୨ ରନ୍ ଓ ଅଜିଙ୍କ୍ୟ ରାହାଣେ ୩୧ ରନ୍ କରିଥିଲେ। ଅନ୍ୟପଟେ ରାଜସ୍ଥାନ ପକ୍ଷରୁ ୟୁଜବେନ୍ଦ୍ର ଚହଲ ଓ ରବୀନ୍ଦ୍ର ଅଶ୍ୱୀନ ୨ ଲେଖାଏ ୱିକେଟ୍ ନେଇଥିବା ବେଳେ ସନ୍ଦୀପ ଶର୍ମା ଓ ଆଡାମ ଜାମ୍ପା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

Related posts

ସେମିଫାଇନାଲରେ ପହଞ୍ଚିଲା  ଭାରତ

Odisha Sports Bureau

ଟି ୨୦ ବିଶ୍ୱକପର ସେମିଫାଇନାଲରେ ମ୍ୟାଚ୍ ପାଇଁ କୌଣସି ରିଜର୍ଭ ଦିନ ରଖାଯାଇ ନାହିଁ

କିକ୍ରେଟକୁ ଅଲବିଦା କଲେ ଇରଫାନ ପଠାନ

Odisha Sports Bureau