Cricket

ଚେନ୍ନାଇ ସୁପର କିଙ୍ଗସକୁ ୩ ରନରେ ପରାସ୍ତ କରିଛି ରାଜସ୍ଥାନ ରୟାଲ୍ସ

ବାଜିମାରିଲା ରାଜସ୍ଥାନ ରୟାଲ୍ସ , ଚାଲିଥିବା ଆଇପିଏଲ ରେ ମୁହାଁମୁହିଁ ହୋଇଥିଲେ ଚେନ୍ନାଇ ସୁପର କିଙ୍ଗସ-ରାଜସ୍ଥାନ ରୟାଲ୍ସ । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୮ ଓ୍ଵିକେଟ ହରାଇ ୧୭୫ ରନ କରିଥିଲା । ଦଳ ପକ୍ଷରୁ ବଟଲର ଅର୍ଦ୍ଧଶତକ ହାସଲ କରିଥିଲେ । ୧୭୬ ରନର ଟାର୍ଗେଟକୁ ପିଛା କରୁଥିବା ଚେନ୍ନାଇ ଟିମ ୧୭୨ ରନ କରିପାରିଥିଲା । ଧୋନୀ ୩୨ ଓ ଜାଡେଜା ୨୫ ରନ ଅପରାଜିତ ଥିଲେ ବି ମ୍ୟାଚକୁ ଜିତାଇ ପାରିନଥିଲେ । ଶେଷ ଓଭରର ଶେଷ ବଲରେ ରାଜସ୍ଥାନ ମ୍ୟାଚ ଛଡାଇ ନେଇଥିଲା । ଏହି ବିଜୟ ସହ ପଏଣ୍ଟ ତାଲିକାର ଶୀର୍ଷରେ ରହିଛି ରାଜସ୍ଥାନ ରୟାଲ୍ସ । ଚେନ୍ନାଇ ପକ୍ଷକୁ ଡେଭନ କନୱେ ସର୍ବାଧିକ ୫୦ ରନ୍ କରିଥିବା ବେଳେ କ୍ୟାପ୍ଟେନ୍ ମହେନ୍ଦ୍ର ସିଂହ ଧୋନୀ ୩୨ ରନ୍ ଓ ଅଜିଙ୍କ୍ୟ ରାହାଣେ ୩୧ ରନ୍ କରିଥିଲେ। ଅନ୍ୟପଟେ ରାଜସ୍ଥାନ ପକ୍ଷରୁ ୟୁଜବେନ୍ଦ୍ର ଚହଲ ଓ ରବୀନ୍ଦ୍ର ଅଶ୍ୱୀନ ୨ ଲେଖାଏ ୱିକେଟ୍ ନେଇଥିବା ବେଳେ ସନ୍ଦୀପ ଶର୍ମା ଓ ଆଡାମ ଜାମ୍ପା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

Related posts

ବୁମରାଙ୍କ ବୋଲିଂରେ ଧରାସାଇ ହେଲା ଇଂଲଣ୍ଡ ଦଳ

Odisha Sports Bureau

ବିଦାୟ ନେଲେ ମାଲିଙ୍ଗା

Odisha Sports Bureau

ବୁମରାହ ଆଣ୍ଡରସନଙ୍କ ଭିତରେ ବାକଯୁଦ୍ଧ

Odisha Sports Bureau