Cricket

ହାର୍ଦ୍ଦିକଙ୍କ ସ୍ଥାନରେ ଅଶ୍ୱିନଙ୍କୁ ଟିମରେ ମିଳିପାରେ ସ୍ଥାନ

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଲ ଲକ୍ଷ୍ନୌରେ ବିଶ୍ୱକପ ୨୦୨୩ ମ୍ୟାଚ ଖେଳାଯିବ । ଏହି ମ୍ୟାଚ ପାଇଁ ଭାରତୀୟ ଭାରତୀୟ କ୍ରିକେଟ ଟିମର ଚିନ୍ତା ବଢିଯାଇଛି । ଟିମ ଏବେ ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଛି । ୫ଟି ଯାକ ମ୍ୟାଚ ଖେଳି ସବୁ ଜିତିଛି । ତେବେ ଟିମର ଷ୍ଟାର ବୋଲର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଛନ୍ତି । ତେଣୁ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ହାର୍ଦ୍ଦକ ପାଣ୍ଡ୍ୟା ଖେଳିବେ ନାହିଁ । ଏହି ପରିସ୍ଥିତିରେ ରବିଚନ୍ଦ୍ରନ ଅଶ୍ୱିନ ସାମିଲ ହୋଇପାରନ୍ତି।

ପାଣ୍ଡ୍ୟା ଏବେ ବେଙ୍ଗାଲୁରୁ ନ୍ୟାସନାଲ କ୍ରିକେଟ ଏକାଡେମୀରେ ରହିଛନ୍ତି । ତାଙ୍କ ବାମ ଗୋଡ ଗୋଇଠିରେ ଆଘାତ ଲାଗିବା ଯୋଗୁଁ ପୁଲିବା ସମସ୍ୟା ରହିଛି । ତେଣୁ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ପାଇଁ ସଂପୂର୍ଣ୍ଣ ଭାବେ ଫିଟ୍‌ ହୋଇପାରିବେ । ଆଉ ଟିମ୍‌ରେ ହାର୍ଦ୍ଦିକଙ୍କ ସ୍ଥାନରେ ଅଶ୍ୱିନଙ୍କୁ ସୁଯୋଗ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି । ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ଏବଂ ମହମ୍ମଦ ସାମିଙ୍କୁ ସୁଯୋଗ ମିଳିଥିଲା । ଆଉ ସାମି ମଧ୍ୟ ୫ଟି ଓ୍ଵିକେଟ ନେଇଥିଲେ ।ଲକ୍ଷ୍ନୌରେ ମ୍ୟାଚ ଥିବା ଯୋଗୁଁ ଅଶ୍ୱିନଙ୍କୁ ପ୍ରାଥମିକତା ଦିଆଯାଉଛି । ଲକ୍ଷ୍ନୌ ପିଚ୍‌ ବହୁତ ସ୍ଲୋ ରହିଛି । ତେଣୁ ଅଶ୍ୱିନଙ୍କୁ ଟିମରେ ସାମିଲ ନେଇ ଅନେକ ଚର୍ଚ୍ଚା ଚାଲିଛି ।

Related posts

ପ୍ରଥମ ମ୍ୟାଚରେ ଫେଲ ମାରିଲା ଭାରତୀୟ ଦଳ

Odisha Sports Bureau

ଆଜିର ଦିନରେ ଡେବ୍ୟୁ କରିଥିଲେ ବିରାଟ,ଆନ୍ତର୍ଜାତୀୟ କ୍ରିକେଟରେ କୋହଲିଙ୍କ ୧୫ ବର୍ଷ

Odisha Sports Bureau

ପାକିସ୍ତାଦ କ୍ରିକେଟ ଦଳର ଫିଲ୍ଡିଂ କୋଚ ହେଲେ ମହମ୍ମଦ ମସରୁର

Odisha Sports Bureau