Cricket

ଆସିଲା ଆଇସିସିର ନୂଆ ଅପଡେଟ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ଶେଷ ହେବା ପରେ ଆଇସିସି ପକ୍ଷରୁ ଜାରି ହୋଇଛି ଟେଷ୍ଟ ମାନ୍ୟତା । ଏହି ଅପଡେଟରେ କମବ୍ୟାକ କରିଛନ୍ତି ପୂର୍ବତନ ଅଧିନାୟକ ବିରାଟ କୋହଲି ଏବଂ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ । ବିରାଟ କୋହଲି ଦୁଇଟି ସ୍ଥାନ ଉପରକୁ ଉଠି ଟେଷ୍ଟ ବ୍ୟାଟସମ୍ୟାନ ମାନ୍ୟତାରେ ସପ୍ତମ ସ୍ଥାନରେ ପହଞ୍ଚିଛନ୍ତି।

Jasprit Bumrah said, 'give me the ball': Virat Kohli after win in Oval Test
କୋହଲି ଅଧିନାୟକ ଭାବେ ନିଜର ଅନ୍ତିମ ଟେଷ୍ଟରେ ୭୯ ଏବଂ ୨୯ ରନର ଇନିଂସ ଖେଳିଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟର ଦ୍ଵିତୀୟ ଇନିଂସରେ ଅପରାଜିତ ଶତକ ଅର୍ଜନ କରିଥିବା ଋଷଭ ପନ୍ତ ୧୦ଟି ସ୍ଥାନ ଉନ୍ନତି ଘଟାଇ ୧୪ମରେ ପହଞ୍ଚି ଯାଇଛନ୍ତି। କେପଟାଉନ୍ ଟେଷ୍ଟରେ ଛଅଟି ଓ୍ଵିକେଟ୍ ନେଇଥିବା ଦ୍ରୁତ ବୋଲର ଯଶପ୍ରୀତ ବୁମରା ଶୀର୍ଷ ୧୦କୁ ଫେରିଛନ୍ତି। ସେହି ପରି ୭୨ ଏବଂ ୮୨ ରନର ଇନିଂସ ଖେଳି ଦକ୍ଷିଣ ଆଫ୍ରିକା ବିଜୟରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା କିଗନ ପିଟରସନ ୬୮ ସ୍ଥାନ ଲମ୍ଫ ମାରି ୩୩ତମ ସ୍ଥାନରେ ପହଞ୍ଚି ଯାଇଛନ୍ତି। ପିଟରସନ ସିରିଜ୍ରେ ସର୍ବାଧିକ ୨୭୬ ରନ କରି ସର୍ବଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଛନ୍ତି। ସେ ସିରିଜ୍ ଆରମ୍ଭରୁ ୧୫୮ ତମ ମାନ୍ୟତାରେ ଥିଲେ।

ଦକ୍ଷିଣ ଆଫ୍ରିକା ଦିନିକିଆ ଦଳର ଅଧିନାୟକ ତେମ୍ବା ବାଭୂମା ମଧ୍ୟ ବ୍ୟାଟିଂ ମାନ୍ୟତାରେ ପାଇଛନ୍ତି ବଡ ସଫଳତା । ୭ଟି ସ୍ଥାନ ଉପରକୁ ଉଠି ୨୮ରେ ପହଞ୍ଚିଛନ୍ତି ବାଭୂମା । ସେହିପରି ସାଥୀ ଖେଳାଳି ଭାନ ଡର ଡସେନ ୧୨ଟି ସ୍ଥାନ ଉପରକୁ ଉଠି ୪୩ ନମ୍ବରରେ ପହଞ୍ଚିଛନ୍ତି । ଦ୍ରୁତ ବୋଲର କାଗିସୋ ରାବାଡା ଏବଂ ଲୁଙ୍ଗି ଏନଗିଡି ଯଥାକ୍ରମେ ତୃତୀୟ ଏବଂ ୨୧ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ।

Related posts

ଆଜି ଦିଲ୍ଲୀରେ ଭାରତ – ଆଫଗାନିସ୍ତାନର ଚାଲିଛି ମୁକାବିଲା

Odisha Sports Bureau

୨୧ ମାସ ପରେ ODI ଦଳକୁ ଫେରିଛନ୍ତି ଅଶ୍ୱିନ; ଗତ ୫ ଟି ମ୍ୟାଚରେ କିପରି ଥିଲା ପ୍ରଦର୍ଶନ ଜାଣନ୍ତୁ

Odisha Sports Bureau

ଅହମ୍ମଦାବାଦରେ ସାମିଲ ହେଲେ ଦୁର୍ଦ୍ଦାନ୍ତ ଖେଳାଳି

Odisha Sports Bureau

Leave a Comment