Cricket

ରିଙ୍କୁ ସିଂହ ଲଗାତାର ୫ଟି ବଲରେ ଛକ୍କା ମାରି ନୂଆ ରେକର୍ଡ

କଥାରେ ଅଛି କେତେବେଳେ କଣ ହେବ ତହା କହିହେବ ନାହିଁ ।ହାରିଲା ମ୍ୟାଚ ବି ଗୋଟିଏ ଟିମ ଜିତିଯିବ, ତ ଅତି ସହଜରେ ଜିତାବା ମ୍ୟାଚରେ ଟିମ୍ ହାରିଯାଇ ପାରେ । ଜଣେ ଭଲ ବ୍ୟାଟର ବି ଆଉଟ ହୋଇ ପାଭିଲିୟନକୁ ଫେରିପାରେ । ସେହିପରି ଜଣେ ଭଲ ବଲରକୁ ଓଭରରେ ଛକା, ଚଉକାର ସାମନା କରିବାକୁ ପଡ଼ିପାରେ । କେକେଆର କାଲିର ମ୍ୟାଚ୍ରେ କିଛି ସେହିପରି ଦେଖିବାକୁ ମିଳିଥିଲା । ଶେଷ ମୁହୂର୍ତ୍ତରେ ୬ରନରେ ୨୯ ରନ ଦରକାଣ ଥିଲା କେକେଆର ସବୁ ହୋପ ଛାଡିଦେିଥିଲା ଜିତିବାର । ସେତେବେଳେ କେକେଆର ଟିମର ରିଙ୍କୁ ସିଂହ ଲଗାତାର ୫ଟି ବଲରେ ଛକ୍କା ମାରି କୋଲକାତା ବିଜୟ ହୋଇଥିଲା । ରିଙ୍କୁ ସିହ ହୋଇଯାଇଥିଲେ ହିରେ ।
ରିଙ୍କୁ ସିଂଙ୍କୁ ଏହିଜାଗାରେ ପହଞ୍ଚିବାକୁ ବହୁ ସଂର୍ଘଷ କରିବାକୁ ପଡିଛି । ରିଂକୁଙ୍କ ବାପା ସିଲିଣ୍ଡର ବାଣ୍ଟିବା କାମ କରୁଥିଲେ । ତାଙ୍କର ରହିଥିଲା ମାତ୍ର ଦୁଇ ବଖରା ଘର । ତାଙ୍କ ପରିବାର ଆର୍ଥିକ ସ୍ଥିତି ସେତେଟା ମଜବୁତ ନଥିଲା । ପରିବାରକୁ ଆର୍ଥିକ ସାହାଯ୍ୟ କରିବା ପାଇଁ ରିଂକୁ ସଫାସୁତରା କରିବାର କାମ କରୁଥିଲେ । ପରେ ସେ ସବୁକିଛି ଛାଡ଼ିକି ନିଜ ଖେଳରେ ଧ୍ୟାନ ଦେଇଥିଲେ । ରିଂକୁ ପ୍ରଥମେ ୟୁପିର ଅଣ୍ଡର ୧୬, ଅଣ୍ଡର ୧୯ ଓ ଅଣ୍ଡର ୨୩ରେ ଖେଳିଥିଲେ । ପରେ ସେଣ୍ଟ୍ରାଲ ଜୋନରେ ଖେଳି ରଣଜିରେ ସ୍ଥାନ ପାଇଥିଲେ । ୨୦୧୭ରେ ରିଂକୁଙ୍କୁ ଆଇପିଏଲର ନିଲାମିରେ କିଣା ଯାଇଥିଲା । ୨୦୧୮ରୁ କେକେଆର ତରଫରୁ ରିଂକୁ ଖେଳୁଛନ୍ତି ।

Related posts

ଜୟପୁର ସୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯିବ ଟୁର୍ଣ୍ଣାମେଣ୍ଟର ୯ମ ମ୍ୟାଚ

Odisha Sports Bureau

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପ୍ରସଂଶା କଲେ ପ୍ରଶିକ୍ଷକ ରବି ଶାସ୍ତ୍ରୀ

Odisha Sports Bureau

ଭାରତୀୟ ମାଟିରେ ଟେଷ୍ଟ ସିରିଜ୍ ବିଜୟ ହୋଇ ୨୫ ବର୍ଷର ଅପେକ୍ଷାର ଅନ୍ତ କରିବୁ

Odisha Sports Bureau